Relationships·8 of 37

Births

Ayoub asks for Moussa to bless the child. Moussa gladly holds the girl and tells her that the world is hard. He prays that God help her face what life brings, with health, happiness, and a long life. As the family celebrates, Dawud returns and he has a story to share. When he was arrested, he tried to stay silent during interrogations. But finally, he gave them information. He knew they would kill him now that he had nothing more to offer. One night, Jesus came to him in a dream. He had flowing robes, eyes like fire, and feet like glowing bronze. Dawud fell to his knees in fear and then worship. Dawud tells the other prisoners that he had seen the Lord. When the soldiers came for him, he wasn't taken to his death. Instead, he was released. His fine had been paid by Rivka's husband. Moussa insists Dawud stop. He pleads with him not to fall into another crazy group that might cost him his life. But Dawud and the whole family tell Moussa what it's like to know Jesus. As followers, their lives are in Jesus's hands. When we share our story with others, we should be prayerful, fearless and clear. "Spend a lot of time in prayer. Always be watchful and thankful. Pray for us too. Pray that God will open a door for our message. Then we can preach the mystery of Christ. Because I preached it, I am being held by chains. Pray that I will preach it clearly, as I should. Be wise in the way you act toward outsiders. Make the most of every opportunity. Let the words you speak always be full of grace. Season them with salt. Then you will know how to answer everyone" (Colossians 4:2-6).

Ask yours

Bible Quotes

Share
Matthew 16:24-26

Then Jesus told His disciples, “If anyone wants to come after Me, he must deny himself and take up his cross and follow Me. For whoever wants to save his life will lose it, but whoever loses his life for My sake will find it. What will it profit a man if he gains the whole world, yet forfeits his soul? Or what can a man give in exchange for his soul?

Berean Standard Bible

Public Domain

Read more...
Colossians 4:2-6

Devote yourselves to prayer, being watchful and thankful, as you pray also for us, that God may open to us a door for the word, so that we may proclaim the mystery of Christ, for which I am in chains. Pray that I may declare it clearly, as I should. Act wisely toward outsiders, redeeming the time. Let your speech always be gracious, seasoned with salt, so that you may know how to answer everyone.

Berean Standard Bible

Public Domain

Read more...
Free Resources

Want to understand the Bible more deeply?

Join our Bible study

Transcript

Odiya (ଓଡ଼ିଆ)
ରିବିକା. ଜନ୍ମଦିନ ଏଇଟା ଏତେ ସମୟ କାହିଁ ଲାଗୁଛି ? ଏସବୁ ଟିକେ ସମୟ ଲାଗେ ପୁଅ । ଆସ ଏଇଠି ବସ । ସେ ଠିକ୍ ହେଇଯିବ । ଯେପର୍ଯ୍ୟନ୍ତ ସେ କଥା କହୁଛି, ତମେ ଜାଣ ସବୁ ଠିକ୍ ଅଛି । ଠିକ୍ ଅଛି ? ସେ କାନ୍ଦୁଛି! ସେ ବହୁତ ଦୃଢ଼ମନା ସ୍ତ୍ରୀ ଲୋକ । ସେ ଠିକ୍ ହେଇଯିବ । କଣ ହେଲା ? ସେ କଣ... ସେ ଠିକ୍ ଅଛି, ଆୟୁବ । ବ୍ୟସ୍ତ ହନି । ଆଉ ଅଳ୍ପ ସମୟ ଭିତରେ ଶିଶୁଟି ଜନ୍ମ ହେବ । ଖୁସି ଖବର, ଆୟୁବ । ତମର ଗୋଟିଏ ସୁନ୍ଦର ଝିଅ ହେଇଛି । ଝିଅ, ଗୋଟିଏ ଛୋଟ ଝିଅ, ମୁଁ ଭିତରକୁ ଆସିବି ? ଓଃ, ଟିକେ ଅପେକ୍ଷା କର । ମୁଁ ତମକୁ କହିବି କେତେବେଳେ ଆସିବ । ଆହା! ହା, ହା, ହା, ତମକୁ ବଧେଇ, ଆୟୁବ । ହା, ହା, ହା, ହା, ହା । ନୋହ! ସବୁ କାମ ସରିଛି । ତଳକୁ ଆ । ତୁ ମାମୁଁ ହେଇଗଲୁ ନୋହ କଣ ହେଲା ? ଗୋଟେ ଝିଅ ହେଇଛି! ହେ..ତ! ଅଜା ତମକୁ, ବଧେଇ ଜଣଉଛି । ହା, ହା, ହା, ହା, ହା, ଆମର ନୂଆ ଅତିଥି ଅବି ଜନ୍ମ ହେଇଛନ୍ତି । ଖୁସି ଖବର! ଝିଅ ହେଇଛି! ହା, ହା, ହା ତମେ ତାକୁ ଦେଖିଛ ? ସାରା ଭଲ ଅଛି ? ମୁଁ...ମୁଁ ଜାଣିନି । ତାକୁ ଏଯାଏ ଦେଖିନି । ସେ କେମିତି ଅଛି ? ମୁଁ ଜାଣେ ସେ ଠିକ୍ ଥିବ ଆୟୁବ । ବାପା । କଣ ଖୁସି ତ! ଓ୍ୱାଃ, ଯାକୁବ! ହାଃ, ହାଃ ମୌସା, ଯାକୁବ, ନୋହ, ଆୟୁବ । ଆରେ ଆସ ଦେଖିବ ତମ ସୁନ୍ଦରୀ ଝିଅକୁ ! ଓ୍ୱାଃ, ହା, ହା, ହା, ହା, ମତେ ଟିକେ ଭିତରକୁ ନେଇଯାଅ । ଆ..ହଁ. ସୁନ୍ଦର, ତୁ ତାକୁ କୋଳ କରିବୁ ? ଦିଅ! ବାପା । ହଁ । କୁନି ଝିଅଟା । ହଁ ମା, ଅଲୌକିକ । ସେ ଠିକ୍ ଅଛି । ବାପା, ତାକୁ ଆଶୀର୍ବାଦ କର ହଁ । ଏଇଟା ଜଟିଳ ଜଗତ, ଆଉ ସମୟଟା ବହୁତ କଠିଣ । ହେ ପ୍ରଭୁ ଆମର ଈଶ୍ୱର ଏହି ଛୋଟ ଶିଶୁକୁ ଦୟା କର, ଆଉ ଜୀବନ ଝଡ଼ରୁ ରକ୍ଷା କର । ହେ ପ୍ରଭୁ ତମେ ତାକୁ ଉତ୍ତମ ସ୍ୱାସ୍ଥ୍ୟ ଆନନ୍ଦ ଦେଇ ଦୀର୍ଘାୟୁ କର । ଆଉ ସେ ତା ଆଈ ଭଳି କୋମଳ ହେଉ ସେ ତାକୁ ଦେଖିବାକୁ ଆଉ ଏଠିକି ଆସିପାରିବନି । ତା ନାମ କଣ ଦେଇଛ ? ଲୈଲା, ତା ଆଈର ନା’ । ଲୈଲା । ସେ ବହୁତ ସୁନ୍ଦର । ହଁ ଝିଅ । ଦାଉଦ ? ତୁ କେମିତି ଆସିଲୁ ? ଦାଉଦ! ତୁ ସେଠୁ କେମିତି ଆସିଲୁ ? ତୁ କଣ ମୁକ୍ତି ପାଇଲୁ ? ମୁକ୍ତି ପାଇଲି ? ନା । ତୁ ଶୁଣିଲେ ଆଶ୍ଚର୍ଯ୍ୟ ହବୁ । ସେମାନେ ମତେ ଛାଡ଼ି ଦେଲେ । ଏଇଠି ଖଣ୍ଡିଆ ହୋଇଛି । ତୁ ଠିକ୍ ଅଛୁ ତ ? ହଁ । ତତେ ଭୋକ ଲାଗୁଥିବ । ଦାଉଦ! ବାପା! ଦାଉଦ! ଆଃ! ଓଃ! ଏଇଟା କେମିତି ହେଲା ? ସେମାନେ ମତେ ମୁକ୍ତ କରିଦେଲେ ବାପା । ମୁଁ ପରେ ତମକୁ ସବୁକଥା କହିବି । ତୁ ଆଗେ ଭିତରକୁ ଯା, ଆଉ ତୋ ଭାଣିଜିକୁ ଦେଖ୍, ତାପରେ କହିବୁ କଣ ହେଲା ? ଝିଅ ଏଇଠି ଅଛି ? ହଁ । ବହୁତ ଭଲ । ମତେ ଖରାପ ଲାଗୁଛି । ମୁଁ ଏଠି ନଥିଲି... ଆମେ ଜାଣୁ ପୁଅ । କିନ୍ତୁ ତୁ ତ ଅବି ଏଠି ଅଛୁ । କେତେ ସମୟ ପାଇଁ ? ସେମାନେ ତତେ ପୁଣି ନେଇଯିବେ ? ତୁ କଣ ପୁଣି ପଳେଇବୁ ? ନାଇ ଲୋ ଭଉଣୀ । ଆଉ ସେମିତି ହେବନି । ବାପା ତମେ ଏଇଠି ବସ । ତୋ ଝିଅ ବହୁତ ସୁନ୍ଦର । ତୁ ଘରକୁ ଫେରି ଆସିବା ଦ୍ୱାରା ତାକୁ ସର୍ବଶ୍ରେଷ୍ଠ ଉପହାର ଦେଇଛୁ, ଦାଉଦ । ଏବେ କହ କଣସବୁ ହେଇଥିଲା । ଋିବିକା ମାଉସୀ । ତମେ ଏସବୁ ଘଟଣା ଜାଣି ରଖିବା ଦରକାର । ଭଲ ଅଛୁ କିରେ ଦାଉଦ । ସିଏ ହେଉଛନ୍ତି ରିବିକା ମାଉସୀଙ୍କ ସ୍ୱାମୀ ଯିଏ ମୋ ପାଇଁ ଲଢ଼ିଲେ । ଆଉ ମୋ ପାଇଁ ଜୋରିମାନା ବି ଦେଲେ । ଏସବୁ କଥା ଏଠି କହନି, ଦାଉଦ । ମୁଁ ତୁମ ସାହାଯ୍ୟ କେବେ ଭୁଲି ପାରିବିନି ଧନ୍ୟବାଦ । ତମକୁ ଆଉ ତମ ସ୍ୱାମୀଙ୍କୁ ମୁଁ କଣ ବା ଦେଇପାରିବି । ତୁ କେବେ ବି ଆମର ଋଣୀ ନୁହଁ, ଦାଉଦ । କିନ୍ତୁ ମୁଁ ଋଣୀ । ଖାଲି ସେଥିପାଇଁ ନୁହେଁ । ଆମକୁ କୁହ । ରୋମୀୟମାନେ ମତେ ନେଇଗଲା ପରେ ପ୍ରତିଦିନ ମତେ ଜେରା କଲେ, ଥରେ ଥରେ ତ ଦିନରେ ଅନେକଥର, ଆଉ ରାତିରେ ବି । ସେମାନେ ଜାଣିବାକୁ ଚାହୁଁଥିଲେ ମୁଁ କାହା ସହ ସଂପୃକ୍ତ । ମୁଁ ସେମାନଙ୍କୁ କହି ନ ଥା’ନ୍ତି । ମୁହଁ ଖୋଲିଥିଲେ ସେମାନେ ମତେ ମାରିଦେଇଥା୍ନ୍ତେ। ଯେପର୍ଯ୍ୟନ୍ତ ମୁଁ ମୋର ମୁହଁ ବନ୍ଦ ରଖିଥିବି, ସେପର୍ଯ୍ୟନ୍ତ ବଞ୍ଚିଥିବି । ଶେଷରେ, ମୁଁ ସେମାନଙ୍କୁ କହିଦେଲି । ଓଃ, ଦାଉଦ । ସେମାନେ ଯାହା ଚାହାନ୍ତି କରନ୍ତି, ତେଣୁ ମାରିବା ବନ୍ଦ ହେଲା । ତାପରେ ମୁଁ ମୋର ଦିନ ଗଣିବା ଆରମ୍ଭ କଲି । ସେମାନଙ୍କ ପାଖରେ ମୋର ଆଉ ପ୍ରୟୋଜନ ନଥିଲା । ମତେ ପ୍ରଶ୍ନ ପଚାରିବା ବନ୍ଦ କରିବାର ପର ଦୁଇ ରାତି ମୁଁ ଆରାମରେ ଶୋଇଲି । ଦିନେ ଅଧ ରାତିରେ ମତେ କେହି ଉଠେଇ ଦେଲା । ମୁଁ ଉଠି ଚାରିଆଡ଼େ ଅନେଇଲି, ସମସ୍ତେ ଶୋଇଥିଲେ ଜଗୁଆଳୀମାନେ ଦେଖାଯାଉ ନଥିଲେ । ଠିକ୍ ସେହି ସମୟରେ ମୁଁ ତାଙ୍କୁ ଦେଖିଲି । ତୁ କାହାକୁ ଦେଖିଲୁ, ଦାଉଦ ? ତାଙ୍କୁ । ମୁଁ ତୋର ଯୀଶୁଙ୍କୁ ଦେଖିଲି, ସାରା । ସେ ମୁଁ ସାମ୍ନାରେ ଉଭା ହେଲେ... ଯେମିତି ମୁଁ ତମମାନଙ୍କୁ ପରିଷ୍କାର ଦେଖିପାରୁଛି । ସେଇଠୁ ତୁ କଣ କଲୁ ? ମୁଁ ଆଣ୍ଠୁଭାଙ୍ଗି ବସିଲି । ସେ ଏତେ ଉଜ୍ଜଳ! ତାଙ୍କ ଲୁଗାର ଅଞ୍ଚଳ ପାଦ ପର୍ଯ୍ୟନ୍ତ ଲମ୍ବିଥିଲା । ଛାତି ଉପରେ ଥିଲା ଗୋଟେ ସୁନାର ପଟା ତାଙ୍କର ମୁଣ୍ଡ ଆଉ କେଶ ତୁଳା ଭଳି ଧଳା, ପୁରା ବରଫ ଭଳି ସଫା, ଆଉ ତାଙ୍କ ଆଖି, ନିଆଁ ପରି ଜଳୁଥିଲା । ତାଙ୍କର ପାଦ ଦିଶୁଥିଲା ନିଆଁରେ ଝଟକୁଥିବା ବ୍ରୋଞ୍ଜ୍ ଭଳି, ଆଉ ତାଙ୍କର ସ୍ୱର ଜଳ କଲ୍ଲୋଳ ଭଳି । ଦଲିୟା ଏସବୁ ଶୁଣିବା ଉଚିତ! ହଁ, ଠିକ୍ ଅଛି । ଧନ୍ୟବାଦ । ମୁଁ ପୁରା ଭୟ ପାଇଯାଇଥିଲି! ପ୍ରଥମରେ ସେ କେବଳ ମୋ ଆଡ଼େ ଅନେଇଲେ । ଆଉ ତାଙ୍କ ଆଖି ଭିତରେ ମୁଁ ଦେଖିପାରିଲି ମୋର ଯେତେସବୁ ପାପ । ଦଲିୟା, କଉଠି ଥିଲୁ, ମୁଁ ଖୋଜୁଥିଲି! କଣ ହେଲା ? କଣ ହେଇଛି ? କଣ ହେଇଛି ? ନାଇ, କିଛି ହେଇନି । ଯାହା କିଛି ହେଇଛି ସେସବୁ ପୁରା...ଠିକ୍ ଅଛି! ସାରା ଆଜି କୁନି ଝିଅଟି ପାଇଛି । ଏଇଟାତ ଖୁସିର କଥା! ହଁ, ଗୋଟେ କୁନି ଝିଅ । ସେ ତା ମାଆ ନା’ ଅନୁସାରେ ତା ନା’ ରଖିଛି । କଣ ? କିନ୍ତୁ ଆଉ ଗୋଟେ ଖବର । ଦାଉଦ ଘରକୁ ଆସିଛି! ସେ ଘରେ ଅଛି ? ସେମାନେ ତାକୁ... ତୁ ମିଛ କହୁଛୁ... ନାଇଁ । ସେ ବଞ୍ଚିଛି! ଆଉ ସେ ପ୍ରଭୁଙ୍କୁ ଦେଖିଲା! କଣ ତୁ କହୁଛୁ, ମରିୟମ ? ଆରେ ସତରେ । ତମେ ଏବେ ଆସୁନ ? ଏଁ, ନିଶ୍ଚୟ, ନିଶ୍ଚୟ ଯିବି । ଜଲଦି! ମୁଁ ଅନେକ ସମୟ ଉପାସନା କଲି, କିନ୍ତୁ ମୁଁ ଶେଷରେ ଶୋଇପଡ଼ିଲି । ତା ପରଦିନ ମୋ ନିଦ ଭାଙ୍ଗିଲା ପରେ, ମୁଁ ଯାହା ସବୁ ଦେଖିଥିଲି କଏଦୀମାନଙ୍କ ଆଗରେ କହିଲି । ପ୍ରଭୁଙ୍କୁ ଦେଖିଛି ବୋଲି କହିଲି । ଜାଣିଥିଲି ମୁଁ ମରିବାକୁ ଯାଉଛି, କିନ୍ତୁ ମୁଁ ସେଥିପାଇଁ ଡରୁ ନ ଥିଲି । ମୁଁ ସେମାନଙ୍କୁ କହିଲି ଆଉ ସେମାନଙ୍କ ଭିତରୁ କେତେଜଣ ପ୍ରଭୁ ଯୀଶୁଙ୍କୁ ପ୍ରାର୍ଥନା କଲେ କ୍ଷମା ପାଇବାକୁ । ସେଇ କଏଦୀମାନଙ୍କ ଭିତରୁ ଜଣକୁ ତାପରଦିନ ଟାଣି ନିଆଗଲା, ଆଉ କ୍ରୁଶବିଦ୍ଧ କଲେ । କିନ୍ତୁ ସେ ଭୟଭୀତ ନ ଥିଲା! ଆଉ ତାପରେ । ତା ଆରଦିନ, ସେମାନେ ମତେ ନବାକୁ ଆସିଲେ । ମୁଁ ଜାଣିଲି ମୋ ସମୟ ଆସିଗଲା । ମୁଁ ଅନ୍ୟ କଏଦୀମାନଙ୍କଠୁ ବିଦାୟନେଲି । ମୁଁ ତୁମ ସମସ୍ତଙ୍କୁ ପିତାଙ୍କ ଗୃହରେ ଭେଟିବି । ଯୀଶୁଙ୍କଠାରେ ଭରସା ରଖ । ସେମାନେ ମତେ ଧରି ନେଉଥିଲା ବେଳେ ମୋର ହାତକଡ଼ି ଫିଟେଇ ଦେଲେ ମତେ କହିଲେ ତୁ ଏବେ ମୁକ୍ତ, ଯା । ସେମାନେ ମତେ କହିଲେ ଯେ ମୋର ଜୋରିମାନା ଦିଆ ସରିଛି, ଆଉ ରାଜ୍ୟପାଳ ମତେ ଦୟା ଦେଖେଇବାକୁ ନିଷ୍ପତ୍ତି ନେଇଛନ୍ତି । ତାପରେ ମୁଁ ଘରକୁ ଫେରିବା ବେଳେ, ତମ ସ୍ୱାମୀଙ୍କୁ ଦେଖିଲି, ରିବିକା, ସେ କୋର୍ଟରୁ ବାହାରୁଥିଲେ । ସେ ବୁଲିପଡ଼ି ମୋ ଆଡ଼େ ଅନେଇଲେ, ଆଉ ମୁଁ ଜାଣିଲି ସେ ହିଁ ମୋ ପାଇଁ ଜୋରିମାନା ଟଙ୍କା ଦେଇଛନ୍ତି । ଏ କଥା କଣ ସତ ନୁହେଁ ? ହଁ, ସେଇଟା ତାଙ୍କର ଇଚ୍ଛା ଥିଲା । କିନ୍ତୁ ଯେପର୍ଯ୍ୟନ୍ତ ତୁ ଏଠିକୁ ଆସି ନ ଥିଲୁ, ମୁଁ ଜାଣି ନ ଥିଲି ଯେ ସେ ସଫଳ ହେଲେ କି ନାହିଁ । ଓହୋ, ଦାଉଦ, ମୁଁ ସତରେ ଖୁସୀ ଯେ ତୁ ପୁଣି ଥରେ ତୋ’ ପରିବାର ସହ ମିଶି ପାରିଲୁ । କିନ୍ତୁ ୟାଠାରୁ ବଡ଼ ବିଷୟ, ତୁ ତୋ’ର ସ୍ୱର୍ଗସ୍ଥ ପିତାଙ୍କ ସହ ପୁନଃର୍ମିଳିତ ହେଇଛୁ । ୟା ଛଳନାର ଶେଷ ହବନି । ଏଇ ସ୍ତ୍ରୀଲୋକ ମୋତେ ଋଣୀ କରଉଛି । ଯେ କି ମିଛ କଥାରେ ମୁଁ ପୁଅକୁ ପ୍ରଭାବିତ କରିଛି! ମୌସା, ତୁମେ ମୋ ପାଖରେ କି ମୋ ସ୍ୱାମୀଙ୍କ ପାଖରେ ଋଣୀ ନୁହଁ । ସମସ୍ତେ କଣ ଟିକେ ଶାନ୍ତିରେ ରହିବାନି, ଆଉ ଈଶ୍ୱର ଆମ ମଧ୍ୟରେ ଯେଉଁ ଆର୍ଶ୍ଚର୍ଯ୍ୟ କାର୍ଯ୍ୟ କରିଛନ୍ତି, ସେଥିପାଇଁ ତାଙ୍କୁ ଧନ୍ୟବାଦ ଦେବାନି ? ଆମ ପରିବାରର ଲୋକେ କଣ କହିବେ ? ଆମ ପ୍ରାଚୀନମାନେ, ଆମ ପଡ଼ୋଶୀମାନେ ? ଆଉ ସରକାର ମୋ ପୁଅ ଦାଉଦ ବିରୁଦ୍ଧରେ ନୂଆ ନୂଆ ଦଫାସବୁ ଲଗେଇ ଦେବେ! ଯୀଶୁଙ୍କ ଅନୁଗାମୀମାନେ ସବୁବେଳେ ଅସୁବିଧାରେ ପଡ଼ନ୍ତି! କାହା କଥାକୁ ମୁଁ ଖାତିର୍ କରେନି, ବାପା । ମୁଁ ଦେଖିଛି... ପ୍ରଭୁଙ୍କୁ । ସେ ହିଁ ଜଣେ, ଯିଏ ମରିଛନ୍ତି ପୁଣି ଉଠିଛନ୍ତି । ବାପା, ସେ ଜୀବିତ, ସେ ମତେ କ୍ଷମା ଦେଇଛନ୍ତି ଆଉ ମୁକ୍ତ କରିଛନ୍ତି! ବାପାଏହା ହେଉଛି ସୁସମ୍ବାଦ! ସବୁଠୁ ବଡ଼ କଥା ଯେ ତୁ ଏଠି ନିରାପଦରେ ଆଉ ଜୀବିତ ଅଛୁ । କିନ୍ତୁ ଏବେ, ପୁଅ, ତୁ ନିଜକୁ ସୁରକ୍ଷିତ ରଖ । ତୁ ଆଉ ଥରେ ଯେମିତି ଧର୍ମଛଡ଼ା ଲୋକଙ୍କ କଥାରେ ମାତି ନ ଯାଉ! ଯାହା ଠିକ୍, ତତେ କରିବାକୁ ହେବ । ନିଜକୁ ପ୍ରତିଷ୍ଠା କର । ନିଜ ପରିବାରର ଯତ୍ନ ନେ । ଆରେ ମୋର କଣ ଆଉ ଏସବୁ ଦେଖିବାର ବୟସ ଅଛି ? ମୁଁ ଚାହେଁ ତୁ ଗୋଟେ ଦାୟିତ୍ୱବାନ ପୁଅ ହଅ । ମୋ ଲାଗି ଅନ୍ତତଃ ଏତିକି ଟିକେ କର । ବାପା, ମୁଁ ବୁଝୁଛି, କିନ୍ତୁ ମୁଁ ତା କରିପାରିବିନି । ମୁଁ ଏଇ ସୁସମ୍ବାଦ ପ୍ରଚାର କରିବି ! ଓହୋ, ୟା ମୁଣ୍ଡରେ ଭୂତ ପଶିଛି! ମୁଁ ଦେଖୁଛି ମୁଁ ପୁଅ ପାଗଳ ହେଇଗଲାଣି । ବାପା, ତମେ ନିଜେ ଦେଖିଥିଲେ... ନା, ତୁ ପାଗଳ ହେଇଯାଇଛୁ! ସେମାନଙ୍କ ଅତ୍ୟାଚାର ତତେ ପାଗଳ କରିଦେଇଛି! ମୌସା! ପବିତ୍ରଆତ୍ମା ଯାହା କରୁଛନ୍ତି, ତାଙ୍କ ବିରୁଦ୍ଧରେ କିଛି କୁହନି । ଈଶ୍ୱର ତମ ପୁଅକୁ ତମ ପାଖକୁ ଫେରେଇ ଦେଇଛନ୍ତି! ଓଃ, କେତେ ଆଶ୍ଚର୍ଯ୍ୟର କଥା, ମୌସା । ନୌରା, ଭୁଲନି, ତୁମକୁ ଅନେକ ବୟସ ହେଲାଣି । ନିଶ୍ଚେ ତମେ ଜାଣିପାରୁଥିବ ଯେ ଦାଉଦର ଦାୟିତ୍ୱ ରହିଛି, ଏଇଠି । ଯୀଶୁଙ୍କ କଥାସବୁ ମୁଁ କାନରେ ବାଜୁଛି, ମୌସା । ତମ ପ୍ରିୟତମା ସ୍ତ୍ରୀ, ତାଙ୍କ ଆତ୍ମା ଶାନ୍ତି ପାଉ, ଏହା ମୁଁ ତାଙ୍କଠୁ ଶିଖିଛି । ସେଥିପାଇଁ ମସୀହଙ୍କ ଆହ୍ୱାନ ପ୍ରଥମ ଆଉ ପରିବାର ଦ୍ୱିତୀୟ । ସେ ଆମକୁ ତାଙ୍କ ଅନୁଗମନ କରିବାକୁ କହନ୍ତି । ଯୀଶୁ ମୋର କ୍ରୁଶ ବହି ତାଙ୍କର ଅନୁଗମନ କରିବାକୁ ଆହ୍ୱାନ କରୁଛନ୍ତି । ତୋର କ୍ରୁଶ ବହନ କରି ? ଯୀଶୁ ତାଙ୍କ କ୍ରୁଶ ବହନ କଲେ, କ୍ରୁଶ ଉପରେ ନିଜର ପ୍ରାଣ ଦେଲେ ଯେମିତି ଆମେ ଆମର ପାପରୁ ମୁକ୍ତ ହେଇପାରିବୁ । ଆଉ ବର୍ତ୍ତମାନ ଆମେ, ଆମ ଚାରିପଟର ଲୋକମାନଙ୍କୁ ଏଇ ସୁସମ୍ବାଦ ଦବାପାଇଁ ଦୁଃଖଭୋଗ ସହିତ ଯେକୌଣସି ମୂଲ୍ୟ ଦେବା ଆବଶ୍ୟକ । ତାଙ୍କ ଶିଷ୍ୟମାନଙ୍କୁ ଦେଖ, ପିତରଙ୍କୁ ଆଉ ଅନ୍ୟମାନଙ୍କୁ । ସେମାନେ ଦୁଃଖଭୋଗ କଲେ । ଆଉ ବିଶ୍ୱାସ ନିମନ୍ତେ ମୃତ୍ୟୁ ବରଣ କଲେ ମୌସା, ଈଶ୍ୱରଙ୍କ ପଛେ ଯିବା ପାଇଁ ଗୋଟିଏ ଉପାୟ । ତାହା ହେଉଛି, ତୁମର ସଂପୂର୍ଣ୍ଣ ହୃଦୟ ଓ ଜୀବନ । ମୁଁ ତାଙ୍କ ପାଇଁ ଲଜ୍ଜିତ ନୁହେଁ ବାପା । ସେ ଯାହା କରିଛନ୍ତି, ମୁଁ କେମିତି ଲୁଚେଇବି ? ମୁଁ ସମଗ୍ର ଜଗତକୁ ଏହା କହିବାକୁ ଚାହେଁ । ବାପା, ଦାଉଦ, ଚାଲ ଆମେ ସେପଟେ କଥା ହେବା । ସାରା ବ୍ୟସ୍ତ ହେଉଛି । ମା ପିଲାଙ୍କୁ ଟିକେ ବିଶ୍ରାମ ଦିଅ । ଚାଲ । ଖୁସୀ ମନେଇବା । ମୁଁ ତମକୁ ଉଠଉଛି । ତମେ ମୋ ହାତ ଧର । ହାତ ଧର । ଭାଇ । ହା, ହା, ହା । ଓହୋ! ହା, ହା, ହା, ହା । ଆରେ ରହ ରହ । ମୁଁ ତୋର ଖୁସି ଖବର ଶୁଣି ବହୁତ ଖୁସୀ । ସମସ୍ତେ ଖୁସୀ ହେବେନି । କିନ୍ତୁ, ମୁଁ ଦୁଃଖ କରୁନି । ତୁ ସାହସୀ, ଦାଉଦ । ନାଇ, ମିଛ କଥା । ମୁଁ ସାହସୀ ନୁହେଁ । କିନ୍ତୁ ମୁଁ କ୍ଷମା ପାଇଛି । ସତରେ ଯାକୁବ ମୁଁ ପୂର୍ବରୁ ଏମିତି ଆନନ୍ଦ କେବେ ବି ଅନୁଭବ କରି ନ ଥିଲି । ଏଇଠି ବସ ବାପା । ମୁଁ ତମ ପାଇଁ ଖାଇବା ଆଣୁଛି । ସବୁ କିଛି ଠିକ୍ ହେଇଯିବ । ଅପେକ୍ଷା କର । ଦଲିୟା, ତୁ କୁଆଡ଼େ ଯାଉଛୁ ? ମତେ ଯିବାକୁ ପଡ଼ିବ, ମରିୟମ । କିନ୍ତୁ ଆମେ ତ ଖାଇବାକୁ ଯାଉଛୁ ଦାଉଦ ଆମକୁ କଣ କହିବି ବୋଲି କହିଛି । ଏ ସବୁ କିଛି ମୋ ପାଇଁ ଅସହ୍ୟ । ସତରେ, ସତରେ ମୁଁ ଜାଣେନି ମୁଁ କଣ କରିବି । ମୁଁ ଯାଉଛି । କିନ୍ତୁ... ଆସୁଛି । ଦଲିୟା । ଦଲିୟା! ଏହି କାହାଣୀର କେଉଁ ଚରିତ୍ର ସହିତ ଆପଣଙ୍କର ଅଧିକ ସାମଞ୍ଜସ୍ୟ ରହିଛି ? କାରାଗାରରେ ଦାଉଦ ପ୍ରତି କଣ ଘଟିଲା ? ଦାଉଦଙ୍କ କଥା ଶୁଣିଲାବେଳେ ମୌସା ଆଉ ଦଲିୟା କାହିଁକି ପ୍ରତିକ୍ରିୟା ପ୍ରକାଶ କଲେ ? ବର୍ତ୍ତମାନ ଦାଉଦର ଜୀବନରେ କି କି ପରିବର୍ତ୍ତନ ଦେଖିବାକୁ ଆପଣ ଆଶା କରନ୍ତି ? ଆପଣଙ୍କର ବିଶ୍ୱାସର କାହାଣୀ କଣ ଅଟେ ?
JesusFilm