ରିବିକା.
ସମସ୍ୟା ମଧ୍ୟରେ ଶାନ୍ତି ।
ଦାଉଦ, କଣ କରୁଛୁ ତୁ ଏଠି ?
ଚୁପ୍ !
ମେଣ୍ଢାମାନଙ୍କୁ କିଏ ଜଗିଛି ?
ଯାକୁବ
ତୁ ଏଠି କଣ କରୁଛୁ ?
ମୁଁ ଲୁଚି ରହିବାକୁ ଚାହେଁ : ମୁଁ ଲୁଚିବାକୁ ଯାଉଛି ।
କଣ ?
ତୁ ଏମିତି କେମିତି କରିବୁ । ତୋର ଏଠି ଦରକାର
ରୋମୀୟମାନେ ମୋତେ ଖୋଜୁଛନ୍ତି ।
ବାପା ଯିବା ଆଗରୁ ରୋମୀୟମାନେ ତୋତେ ଖୋଜୁଛନ୍ତି ।
ତୁ କଣ କରିଛୁ, ଦାଉଦ ?
ଯାହା କରୁଛୁ, ସେଥିପାଇଁ ଧନ୍ୟବାଦ ଦେ ।
ଯିରୂଶାଲମ ଶତୃ କବଳରୁ ମୁକ୍ତ ହେବା ଦରକାର ।
ମାଆ କଣ ଉଠିଲାଣି ?
ମୁଁ ଜାଣେନି । ସେ କିନ୍ତୁ ଭଲ ନାହାନ୍ତି ।
ତୁ ଏଇଟା କରିପାରିବୁନି, ଦାଉଦ ।
ମୁଁ ଯାଉଛି ବୋଲି ତାକୁ ଏକଥା କହିବାକୁ ଚାହେଁ ।
କିନ୍ତୁ ତୁ ବାପାଙ୍କୁ ପ୍ରତିଜ୍ଞା କରିଛୁ ।
ବାପାଙ୍କ ବିଷୟରେ ତୁ ମତେ ଆଉ କିଛି କହନି ।
ସେ ସବୁବେଳେ ରୋମୀୟମାନଙ୍କୁ ସାହାଯ୍ୟ କରିଆସୁଛନ୍ତି । ସେ ମୋର କିଏ
ବିଚାର କରିବାକୁ ?
ମୋର ଯାହା କରିବା କଥା, ମୁଁ କରୁଛି ।
ତମମାନଙ୍କର କିଛି ହବନି ।
ସାରା ଆଉ ଆୟୁବ ଏଠି ଅଛନ୍ତି ।
ଆଉ ଯାକୁବ କହିଛି ସେ ଆମ ପଶୁମାନଙ୍କ ଦେଖିବ ।
କିନ୍ତୁ ଆୟୁବଙ୍କର ହାତ...
ଆଃ...!
ତୁ କାହିଁକି ଯାଉଛୁ ?
ଏଇଟା ସମସ୍ତଙ୍କ ପାଇଁ ନିରାପଦ ।
ମୁଁ ଫେରି ଆସିବି ।
ଜଲଦି ।
ତୁ ବିଶ୍ରାମ ନେ
ତୁ ଭଲ ହୋଇଯିବୁ ।
ପୁଅ
ଈଶ୍ୱର ତୋର ସହାୟ ହୁଅନ୍ତୁ ।
କାହିଁକି ଏମିତି କରୁଛୁ ? ତୁ କେମିତି ଆମକୁ ଛାଡ଼ି ଯାଉଛୁ ?
ତୁ ଭାବୁଛୁ ଏଇଟା ମୁଁ କରୁଛି ?
କବାଟ ଖୋଲ
କବାଟ ଖୋଲ ଘୁଞ୍ଚି ଯାଅ!
ଆମେ ଦାଉଦ ଆଉ ମୌସାକୁ ବନ୍ଦୀ କରିବାକୁ ଆସିଛୁ । ଘର ଭିତରେ ଖୋଜ ଉପର ଖୋଜ
କଣ ହଉଛି ଏସବୁ?
ଆୟୁବ!
ତମେ କିଏ ?
ମୁଁ ଦାଉଦର ଭିଣୋଇ । ମୁଁ ଏଠିକାର ମୁରବୀ ।
ତାକୁ ପାଇଲ ?
ନାଇ ସାର୍ ।
ହା, ହା, ହା ।
ମୁଁ ଏଇଟାକୁ ପାଇଲି, କିନ୍ତୁ ଇଏ ତ ଗୋଟିଏ ଛୋଟିଆ ପିଲା ।
ତାକୁ ଛାଡ଼ିଦିଅ । ତା ବଦଳେ ଆମେ ୟାକୁ ନେଇଯିବା ।
କଣ ?
ଚାଲ ।
ମୁଁ କିଛି ଭୁଲ୍ କରିନାହିଁ । ଆଃ!
ମୁଁ କହୁଛି ଚାଲ !
ଆୟୁବ!
ଆୟୁବ!
ଛାଡ଼ି ଦିଅ, ତାଙ୍କୁ ଛାଡ଼ି ଦିଅ! ଆୟୁବ! କିନ୍ତୁ ଆୟୁବ! ଆୟୁବ!
ନା!
ନା, ସାରା, ସାରା!
ପିଲାଟା ବିଷୟ ଟିକେ ଭାବ । ନା, ତୁ ଏମିତି ତାକୁ ସାହାଯ୍ୟ କରିପାରିବୁନି । ତୁ ମାଆଙ୍କ ପାଖକୁ ଆସ ।
ମାଉସୀ
ସେ ବେହୋସ୍ ହେଇଯାଇଛି ।
ଆମେ ସ୍ଥିର ହବା ଆଉ ପ୍ରାର୍ଥନା କରିବା ।
ଈଶ୍ୱର ଆଜି ମଧ୍ୟ ଆମର ନିୟନ୍ତ୍ରଣ କର୍ତ୍ତା ।
ସୈନ୍ୟମାନେ କଣ,
ଦାଉଦକୁ ଖୋଜୁଥିଲେ ?
ହଁ, ମାଆ, କିନ୍ତୁ ସେମାନେ ତାକୁ ପାଇଲେ ନାହିଁ ।
ସେ ଖସି ପଳାଇଲା ।
କିନ୍ତୁ ଆୟୁବ!
ସେମାନେ ଆୟୁବଙ୍କୁ ତା ବଦଳେ ନେଇଗଲେ ।
ଦୟା କର ପ୍ରଭୁ ।
ଆମେ ପ୍ରାର୍ଥନା କରିବା ।
ପିତା,
ଆମେ ଆମର ପ୍ରଭୁ ଆଉ ତ୍ରାଣକର୍ତ୍ତା ଯୀଶୁଖ୍ରୀଷ୍ଟଙ୍କ ନାମରେ ତୁମ ପାଖକୁ ଆସିଛୁ ।
ଆମେ ତୁମର ଉପାସନା କରୁଛୁ ।
ଆଉ ଗୌରବ କରୁଛୁ ପିତା
ଆମେ ତୁମକୁ ଧନ୍ୟବାଦ ଦଉଛୁ ଯେ, ଏଭଳି ଜଟିଳ ପରିସ୍ଥିତିରେ ବି ତୁମେ ସାହାର୍ଯ୍ୟ କରୁଛ ।
ଆମେ ଆୟୁବଙ୍କ ପାଇଁ ପ୍ରାର୍ଥନା କରୁଛୁ ପିତା ।
ତାକୁ ଏହି ସୈନ୍ୟମାନଙ୍କଠାରୁ ମୁକ୍ତ କର, ପ୍ରଭୁ ।
ତାକୁ ତୁମର ଜ୍ଞାନ ଦିଅ । ତୁମ କରୁଣାରେ ତାକୁ ଧରି ରଖ ।
ତୁମର ଶାନ୍ତିରେ ତା ହୃଦୟକୁ ପୂର୍ଣ୍ଣ କର, ଯାହା ଆମେ ବୁଝିବାକୁ ଅକ୍ଷମ ।
ଆୟୁବକୁ ନିରାପଦରେ ରଖ, ପ୍ରଭୁ ।
ଆମେ ବୁଝିପାରୁନୁ, ଏଠି ସବୁ କଣ ଘଟୁଛି,
ଆମେ ତୁମର ପ୍ରଶଂସା କରୁଛୁ
ଧନ୍ୟବାଦ ଦେଉଛୁ
କାରଣ ଆମେ ତୁମଠାରେ ଭରସା ରଖିଛୁ, କେବଳ ତୁମଠାରେ ।
ଧନ୍ୟବାଦ, ପ୍ରଭୁ ।
ମୁଁ ତୁମଠାରେ
ଭରସା ରଖେ,
ମାଉସୀ, ଚାରିଆଡ଼େ ଏତେ ଗଣ୍ଡଗୋଳ ହଉଥିବାବେଳେ ତମେ ଏତେ ଶାନ୍ତ ରହିପାରୁଛ କେମିତି ?
ଆମର ଶାନ୍ତି ଈଶ୍ୱରଙ୍କଠାରୁ ଆସେ
ମୋର ମନେ ଅଛି, ମଗ୍ଦଲୀନୀ ମରିୟମ ମତେ କହୁଥିଲେ, ସେ ଯେତେବେଳେ ଭୟ ପାଆନ୍ତି ଓ କଷ୍ଟ ଭୋଗନ୍ତି
ସେ ସର୍ବଦା ଯୀଶୁଙ୍କ କଥା ମନେ ପକାଇ ଜୀବନ କାଟିଥାନ୍ତି ।
ସେ କହୁଥିଲେ, ଏପରିକି ଯୀଶୁ ଯେତେବେଳେ ବ୍ୟସ୍ତତାରେ,
ବା
ଶତ୍ରୁମାନଙ୍କ କବଳରେ ରହୁଥିଲେ,
ସେ ଅତି ସକାଳୁ ଉଠି ଯାଉଥିଲେ ଆଉ ନିଜେ ପ୍ରାର୍ଥନା କରିବାକୁ ଗୋଟିଏ ସ୍ଥାନକୁ ଚାଲିଯାଉଥିଲେ ।
ଥରେ ଥରେ ସେ ରାତିସାରା ପ୍ରାର୍ଥନା କରୁଥିଲେ । ସେ ବାରଜଣ ଶିଷ୍ୟଙ୍କୁ ବାଛିବା ପୂର୍ବରୁ ସାରା ରାତି ପ୍ରାର୍ଥନା କରିଥିଲେ ।
ଥରେ ସେ ପ୍ରାର୍ଥନା କରୁଥିବା ସମୟରେ ଅଧିପତିମାନେ ଆସିଲେ ଆଉ ତାଙ୍କୁ ଗିରଫ କଲେ ।
ସତରେ ସେ ଥିଲେ ଜଣେ ପ୍ରାର୍ଥନାଶୀଳ ।
ଥରେ,
ଯୀଶୁ ପିତର, ଯାକୁବ ଓ ଯୋହନଙ୍କ ସହ ଗୋଟିଏ ପର୍ବତ ଉପରେ ଥିଲେ,
ଜଣେ ବ୍ୟକ୍ତି ତାର ପୁଅକୁ ସୁସ୍ଥ କରିବା ନିମନ୍ତେ ଅନ୍ୟ ଶିଷ୍ୟମାନଙ୍କ ନିକଟକୁ ଆଣିଲା ।
ସେଇ ପିଲାଟି...ମୂର୍ଚ୍ଛା ହେଇଯାଉଥିଲା ଆଉ ଥରେ ଥରେ ସେ ନିଆଁ ଭିତରେ ଯାଇ ପଡ଼ୁଥିଲା ।
ସେଇ ଲୋକଟି ଶିଷ୍ୟମାନଙ୍କ ପାଖକୁ ଯାଇ ଅଶୁଚି ଆତ୍ମାକୁ ବାହାର କରିଦେବାକୁ ମିନତି କଲା, ସେମାନେ କିନ୍ତୁ ପାରିଲେନି ।
ଶିଷ୍ୟମାନଙ୍କର ଅଳ୍ପ ବିଶ୍ୱାସ ପାଇଁ ଯୀଶୁ ଭର୍ତ୍ସନା କଲେ
ଆଉ କହିଲେ,
ଏସବୁ ଆତ୍ମା କେବଳ ପ୍ରାର୍ଥନା ଓ ଉପବାସ ଦ୍ୱାରା ବାହାର କରିହୁଏ ।
କିନ୍ତୁ ସେ ସେଇଠି ପ୍ରାର୍ଥନା କି ଉପବାସ କଲେନି, କାରଣ ସେ ସର୍ବଦା ପ୍ରାର୍ଥନା ଓ ଉପବାସ କରି ଆସୁଥିଲେ ।
ଯୀଶୁ ମନ୍ଦ ଆତ୍ମାକୁ ଆଦେଶ ଦେଲେ...ପିଲାଟି ସୁସ୍ଥ ହୋଇଗଲା ।
ଯୀଶୁ ଦେଖେଇଲେ ପ୍ରାର୍ଥନା ଏକ ଜୀବନଶୈଳୀ ।
ପ୍ରତିଦିନ ପ୍ରାର୍ଥନା କରିବା,
ଈଶ୍ୱରଙ୍କ ସହ ସମୟ କାଟିବା,
ତାଙ୍କର ଉପାସନା କରିବା,
ତାଙ୍କ ଇଚ୍ଛା ଜାଣି,
ତାଙ୍କ ବାକ୍ୟ ଉପରେ ଧ୍ୟାନ ଦେବା ।
ଆଉ ସେପ୍ରକାରେ,
ଆମ ଜୀବନ ଯେତେବେଳେ ଜଟିଳ ହୋଇଯାଏ,
ଯେମିତି ଆମ ସମସ୍ତଙ୍କ ଜୀବନରେ ଆସେ
ବିଭିନ୍ନ ଅସୁବିଧା,
ଆମେ ଦେଖୁ ଆମ ଜୀବନରେ ଯାହା ଘଟିଲେ ବି ଆମ ପାଖରେ ତାର ସମ୍ମୁଖୀନ ହେବାକୁ ସମ୍ବଳ ଆଉ ଶାନ୍ତି ଅଛି ।
ତୁମେ କଣ
ସକାଳୁ ଉଠି ପ୍ରାର୍ଥନା କର ?
ମୁଁ ଚେଷ୍ଟା କରେ ।
ଅବଶ୍ୟ, ଏଥିରେ ଅନେକ ଥର କେତେ ବିଷୟ ମତେ ବାଧା ଦିଏ ।
କିନ୍ତୁ ଏଇଟା ମୋର ଅଭ୍ୟାସ
ଆଉ ଏଇଟା ମୋ ପାଇଁ ସର୍ବୋକ୍ରୃଷ୍ଟ ସମୟ ।
ପ୍ରଭୁଙ୍କ ସହିତ ପ୍ରାର୍ଥନାରେ ସମୟ କାଟିବା ବାଧ୍ୟବାଧକତା ନୁହେଁ,
ବରଂ ଏହା ସୌଭାଗ୍ୟ ।
ବେଳେବେଳେ ମୁଁ ଭାବେ ମୁଁ ପ୍ରାର୍ଥନାସବୁ ଈଶ୍ୱରଙ୍କୁ ପିଲାଳିଆମି ଲାଗୁଥିବ ।
ପିଲାଳିଆମି ?
ଆରେ ନାଇଁ ମରିୟମ ମୋଟେ ନୁହେଁ ।
ଈଶ୍ୱର ଏଇଟା ଭଲ ପାଆନ୍ତି ଯେତେବେଳେ ତମେ ପ୍ରତ୍ୟେକ ଛୋଟ ଆଉ ବଡ଼ ବିଷୟ ପାଇଁ ତାଙ୍କ ନିକଟକୁ ଆସ ।
ଆଦମ ହବାଙ୍କୁ ସୃଷ୍ଟି କରି ଈଶ୍ୱର ଯେତେବେଳେ ଉଦ୍ୟାନରେ ରଖିଲେ ।
ସେମାନଙ୍କ ସହିତ ସେ ମିଶୁଥିଲେ ।
ଆଉ ସେମାନଙ୍କୁ ଡାକୁଥିଲେ, କଉଠି ଅଛ ତମେମାନେ ?
ତମ ପାଇଁ ତାହା ହେଉଛି ଈଶ୍ୱରଙ୍କ ହୃଦୟ ।
ସେ ସାନ୍ନିଧ୍ୟ ଚାହାଁନ୍ତି ।
ସେ ଆମଠୁ ଅଧିକ ବୁଝିପାରନ୍ତି ଯେ, ତମେ କେଉଁ ପରିସ୍ଥିତି ଦେଇ ଯାଉଛ ।
କିନ୍ତୁ ...ତମେ ସେ ବିଷୟରେ କେମିତି ନିଶ୍ଚିତ ହେବ ?
ଯୀଶୁ ଜଣେ ମନୁଷ୍ୟ ଥିଲେ, ଠିକ୍ ଆମ ଭଳି ।
ଆମ ପରି ମଧ୍ୟ ସେ କ୍ଳେଶ ଭୋଗିଥିଲେ ।
ଆମ ପରି ସେ ମଧ୍ୟ ପ୍ରଲୋଭିତ ହୋଇଥିଲେ ।
ସେ ପାପବିହୀନ ଏକ ସିଦ୍ଧ ଜୀବନ କାଟିଲେ ।
ଯେହେତୁ ସେ ଏ ଜଗତରେ ଆମ ମଧ୍ୟରେ ଜୀବନ କାଟିଥିଲେ ।
ସେ ଆମକୁ ବୁଝି ପାରନ୍ତି ।
ଏମିତି କିଛି ପରୀକ୍ଷା ନାହିଁ, ଯାହାର ସେ ସମ୍ମୁଖୀନ ହେଇନାହାଁନ୍ତି ।
ଆମ ପ୍ରତି ତାଙ୍କ ପ୍ରେମ ଅତି ଗଭୀର ।
ସେ ଆମ ସାରା ଜୀବନର ଜଣେ ପ୍ରକୃତ ବନ୍ଧୁ ।
ତୁମେ ଈଶ୍ୱରଙ୍କୁ ପ୍ରାର୍ଥନା କଲାବେଳେ ତାଙ୍କୁ କଣ ସବୁ ବିଷୟ କୁହ ?
ସବୁ ବିଷୟରେ,
ନିଶ୍ଚିତ ରୂପେ ସେ ମୋଠୁ ଏସବୁ ବିଷୟ ଶୁଣିବାକୁ ସବୁବେଳେ ଇଚ୍ଛା କରନ୍ତି ।
ଆଉ ମୋ ପାଖରୁ ବି ।
ହଁ ।
ନିଜ ଜୀବନର ସବୁ କଥା ରାଜାମାନଙ୍କର ରାଜା, ପ୍ରଭୁମାନଙ୍କର ପ୍ରଭୁଙ୍କୁ ଜଣାଇବା ।
ସାରା!
ଆୟୁବ! ଓ!
ହସ!
ତମେ ଠିକ୍ ଅଛ ତ ?
ହଁ । ଜଣେ ଶତସେନାପତି ଆସିଲେ, ଆଉ କହିଲେ, ମତେ ଛାଡ଼ି ଦବାକୁ ।
ଧନ୍ୟ ପ୍ରଭୁ!
ସେ ବହୁତ ରାଗିଗଲେ ଭୁଲ୍ ଲୋକକୁ ବନ୍ଦି କରିଥିଲେ ବୋଲି ।
ଆସ,
ମୋତେ ସବୁକଥା କହିବ ଆସ ।
ଈଶ୍ୱର ପ୍ରାର୍ଥନାର ଉତ୍ତର ଦିଅନ୍ତି ।
ହଁ ।
ସେ ଉତ୍ତର ଦିଅନ୍ତି ଝିଅ ।
ଆଉ, ମୁଁ ଏବେ ଘରକୁ ଯାଉଛି ।
ଆସୁଛି, ରିବିକା ମାଉସୀ ।
ଆରେ ଯାକୁବ ।
ମାଉସୀ ଭଲ !
ମୁଁ ଭାବୁଛି ତମେ ସବୁ ଭଲରେ ଅଛ ।
ଭଲଅଛି, ଧନ୍ୟବାଦ ।
ଆଉ ତମେ ?
ଠିକ୍ ଅଛି । ହଉ ମୁଁ ଆସୁଛି ପୁଅ ।
ଆସୁଛି ମାଉସୀ ।
ହଉ ।
ଯାକୁବ ।
ମୁଁ ତୁମକୁ ସାହାଯ୍ୟ କରିବି ?
ମୁଁ.., ମୁଁ ଟିକେ ଭିତରକୁ ଆସିପାରେ କି ?
ଆସ ।
ସମସ୍ତେ ଏଠି ଅଛନ୍ତି । ଭିତରକୁ ଆସ ।
ଦାଉଦ ସାଙ୍ଗେ ମୋର ବିଲରେ ଦେଖା ହୋଇଥିଲା ।
ସେ ଜଣାଇଛନ୍ତି ଯେ,
ସେ ନିରାପଦରେ ଖସି ଆସିଛନ୍ତି ।
ତୁମେ ବ୍ୟସ୍ତ ହୁଅନି
ମାନେ ସେ ଲୁଚିବା ପାଇଁ ନିରାପଦ ସ୍ଥାନ ପାଇଛନ୍ତି ।
ତମେ ଠିକ୍ ଅଛ ତ ?
ତମେ କଣ ସାହାଯ୍ୟ ଚାହଁ ?
ଦାଉଦ ମୋତେ କହିଲେ ଯେ,
ମେଣ୍ଢା ଚରେଇବାରେ ଆୟୁବଙ୍କୁ ସାହାଯ୍ୟ କରିବାକୁ ଚାହୁଁଛ
ତମେ ନିଜେ ।
ତମକୁ ବହୁତ ଧନ୍ୟବାଦ ।
ଏଇଟା ଆମ ପାଇଁ ବଡ଼ ସାହାଯ୍ୟ ।
ମୁଁ ନିଶ୍ଚିତ ଯେ ମାଆ,
ନୋହ, ଆଉ ମୁଁ ଭଲରେ ରହିବୁ ।
ଯଦି ତମର କିଛି ଦରକାର, ମୋତେ କହିବ ।
ମାନେ,
ମୁଁ ତୁମ ପାଇଁ ଆଉ ମାଆଙ୍କ ପାଇଁ ପ୍ରାର୍ଥନା କରୁଛି ।
... ତମେ ଜାଣ ।
ମୁଁ ପରିଶ୍ରମୀ ।
ମୁଁ ଯେକୌଣସି କରିପାରେ ।
ଆଉ କିଛି ?
ମାନେ, ସବୁ ବିଷୟ ନୁହେଁ ।
ଧନ୍ୟବାଦ, ଯାକୁବ ।
ମୁଁ ତୁମ ପ୍ରସ୍ତାବ ମନେରଖିବି ।
ଠିକ୍ ।
ତେବେ,
ମୁଁ ଆସୁଛି ।
ଆସୁଛି ଯାକୁବ ।
ଆପଣମାନେ କେଉଁ ଚରିତ୍ର ସହିତ ନିଜକୁ ଚିହ୍ନଟ କଲେ ଆଉ କାହିଁକି ?
ଯଦି ଆପଣ ବା ଆପଣଙ୍କ ପ୍ରିୟଜନ କେହି ଅନ୍ୟାୟର ଶୀକାର ହୁଅନ୍ତି, ଆପଣଙ୍କ ପ୍ରତିକ୍ରିୟା କିପରି ହେବ ?
ଈଶ୍ୱର ପ୍ରାର୍ଥନାର ଉତ୍ତର କେଉଁପରି ଦିଅନ୍ତି ?
ଯୀଶୁଙ୍କ ଉଦାହରଣରୁ ଆମେ ପ୍ରାର୍ଥନା ବିଷୟରେ କଣ ଶିଖିଲୁ ?
ଏହି ମହିଳାମାନଙ୍କଠାରୁ ଆପଣମାନେ ପ୍ରାର୍ଥନା ବିଷୟରେ କଣ ଶିଖିଲେ ?