ରିବିକା.
ଜନ୍ମଦିନ
ଏଇଟା ଏତେ ସମୟ କାହିଁ ଲାଗୁଛି ?
ଏସବୁ ଟିକେ ସମୟ ଲାଗେ ପୁଅ ।
ଆସ ଏଇଠି ବସ ।
ସେ ଠିକ୍ ହେଇଯିବ ।
ଯେପର୍ଯ୍ୟନ୍ତ ସେ କଥା କହୁଛି,
ତମେ ଜାଣ ସବୁ ଠିକ୍ ଅଛି ।
ଠିକ୍ ଅଛି ? ସେ କାନ୍ଦୁଛି!
ସେ ବହୁତ ଦୃଢ଼ମନା ସ୍ତ୍ରୀ ଲୋକ ।
ସେ ଠିକ୍ ହେଇଯିବ ।
କଣ ହେଲା ?
ସେ କଣ...
ସେ ଠିକ୍ ଅଛି, ଆୟୁବ । ବ୍ୟସ୍ତ ହନି । ଆଉ ଅଳ୍ପ ସମୟ ଭିତରେ ଶିଶୁଟି ଜନ୍ମ ହେବ ।
ଖୁସି ଖବର, ଆୟୁବ ।
ତମର ଗୋଟିଏ ସୁନ୍ଦର ଝିଅ ହେଇଛି ।
ଝିଅ, ଗୋଟିଏ ଛୋଟ ଝିଅ, ମୁଁ ଭିତରକୁ ଆସିବି ?
ଓଃ, ଟିକେ ଅପେକ୍ଷା କର । ମୁଁ ତମକୁ କହିବି କେତେବେଳେ ଆସିବ ।
ଆହା! ହା, ହା, ହା,
ତମକୁ ବଧେଇ, ଆୟୁବ । ହା, ହା, ହା, ହା, ହା ।
ନୋହ!
ସବୁ କାମ ସରିଛି । ତଳକୁ ଆ ।
ତୁ ମାମୁଁ ହେଇଗଲୁ ନୋହ
କଣ ହେଲା ?
ଗୋଟେ ଝିଅ ହେଇଛି!
ହେ..ତ!
ଅଜା ତମକୁ,
ବଧେଇ ଜଣଉଛି ।
ହା, ହା, ହା, ହା, ହା, ଆମର ନୂଆ ଅତିଥି ଅବି ଜନ୍ମ ହେଇଛନ୍ତି ।
ଖୁସି ଖବର!
ଝିଅ ହେଇଛି!
ହା, ହା, ହା ତମେ ତାକୁ ଦେଖିଛ ?
ସାରା ଭଲ ଅଛି ?
ମୁଁ...ମୁଁ ଜାଣିନି । ତାକୁ ଏଯାଏ ଦେଖିନି । ସେ କେମିତି ଅଛି ?
ମୁଁ ଜାଣେ ସେ ଠିକ୍ ଥିବ ଆୟୁବ ।
ବାପା ।
କଣ ଖୁସି ତ!
ଓ୍ୱାଃ, ଯାକୁବ! ହାଃ, ହାଃ
ମୌସା, ଯାକୁବ, ନୋହ, ଆୟୁବ । ଆରେ ଆସ ଦେଖିବ ତମ ସୁନ୍ଦରୀ ଝିଅକୁ !
ଓ୍ୱାଃ, ହା, ହା, ହା, ହା, ମତେ ଟିକେ ଭିତରକୁ ନେଇଯାଅ ।
ଆ..ହଁ. ସୁନ୍ଦର, ତୁ ତାକୁ କୋଳ କରିବୁ ?
ଦିଅ!
ବାପା ।
ହଁ ।
କୁନି ଝିଅଟା ।
ହଁ ମା, ଅଲୌକିକ ।
ସେ ଠିକ୍ ଅଛି ।
ବାପା,
ତାକୁ ଆଶୀର୍ବାଦ କର
ହଁ ।
ଏଇଟା ଜଟିଳ ଜଗତ,
ଆଉ ସମୟଟା ବହୁତ କଠିଣ ।
ହେ ପ୍ରଭୁ ଆମର ଈଶ୍ୱର
ଏହି ଛୋଟ ଶିଶୁକୁ ଦୟା କର,
ଆଉ ଜୀବନ ଝଡ଼ରୁ
ରକ୍ଷା କର । ହେ ପ୍ରଭୁ
ତମେ ତାକୁ ଉତ୍ତମ ସ୍ୱାସ୍ଥ୍ୟ
ଆନନ୍ଦ ଦେଇ ଦୀର୍ଘାୟୁ କର ।
ଆଉ ସେ ତା ଆଈ ଭଳି
କୋମଳ ହେଉ
ସେ ତାକୁ ଦେଖିବାକୁ ଆଉ ଏଠିକି ଆସିପାରିବନି ।
ତା ନାମ କଣ ଦେଇଛ ?
ଲୈଲା,
ତା ଆଈର ନା’ ।
ଲୈଲା ।
ସେ ବହୁତ ସୁନ୍ଦର ।
ହଁ ଝିଅ ।
ଦାଉଦ ?
ତୁ କେମିତି ଆସିଲୁ ?
ଦାଉଦ!
ତୁ ସେଠୁ କେମିତି ଆସିଲୁ ?
ତୁ କଣ ମୁକ୍ତି ପାଇଲୁ ?
ମୁକ୍ତି ପାଇଲି ?
ନା ।
ତୁ ଶୁଣିଲେ ଆଶ୍ଚର୍ଯ୍ୟ ହବୁ ।
ସେମାନେ ମତେ ଛାଡ଼ି ଦେଲେ ।
ଏଇଠି ଖଣ୍ଡିଆ ହୋଇଛି । ତୁ ଠିକ୍ ଅଛୁ ତ ?
ହଁ ।
ତତେ ଭୋକ ଲାଗୁଥିବ ।
ଦାଉଦ!
ବାପା!
ଦାଉଦ!
ଆଃ! ଓଃ!
ଏଇଟା କେମିତି ହେଲା ?
ସେମାନେ ମତେ ମୁକ୍ତ କରିଦେଲେ ବାପା । ମୁଁ ପରେ ତମକୁ ସବୁକଥା କହିବି ।
ତୁ ଆଗେ ଭିତରକୁ ଯା, ଆଉ ତୋ ଭାଣିଜିକୁ ଦେଖ୍,
ତାପରେ କହିବୁ କଣ ହେଲା ?
ଝିଅ ଏଇଠି ଅଛି ?
ହଁ ।
ବହୁତ ଭଲ ।
ମତେ ଖରାପ ଲାଗୁଛି । ମୁଁ ଏଠି ନଥିଲି...
ଆମେ ଜାଣୁ ପୁଅ ।
କିନ୍ତୁ ତୁ ତ ଅବି ଏଠି ଅଛୁ ।
କେତେ ସମୟ ପାଇଁ ?
ସେମାନେ ତତେ ପୁଣି ନେଇଯିବେ ? ତୁ କଣ ପୁଣି ପଳେଇବୁ ?
ନାଇ ଲୋ ଭଉଣୀ ।
ଆଉ ସେମିତି ହେବନି ।
ବାପା ତମେ ଏଇଠି ବସ ।
ତୋ ଝିଅ ବହୁତ ସୁନ୍ଦର ।
ତୁ ଘରକୁ ଫେରି ଆସିବା ଦ୍ୱାରା
ତାକୁ ସର୍ବଶ୍ରେଷ୍ଠ ଉପହାର ଦେଇଛୁ, ଦାଉଦ ।
ଏବେ କହ କଣସବୁ ହେଇଥିଲା ।
ଋିବିକା ମାଉସୀ ।
ତମେ ଏସବୁ ଘଟଣା ଜାଣି ରଖିବା ଦରକାର ।
ଭଲ ଅଛୁ କିରେ ଦାଉଦ ।
ସିଏ ହେଉଛନ୍ତି ରିବିକା ମାଉସୀଙ୍କ ସ୍ୱାମୀ ଯିଏ ମୋ ପାଇଁ ଲଢ଼ିଲେ । ଆଉ ମୋ ପାଇଁ ଜୋରିମାନା ବି ଦେଲେ ।
ଏସବୁ କଥା ଏଠି କହନି, ଦାଉଦ ।
ମୁଁ ତୁମ ସାହାଯ୍ୟ କେବେ ଭୁଲି ପାରିବିନି ଧନ୍ୟବାଦ ।
ତମକୁ ଆଉ ତମ ସ୍ୱାମୀଙ୍କୁ ମୁଁ କଣ ବା ଦେଇପାରିବି ।
ତୁ କେବେ ବି ଆମର ଋଣୀ ନୁହଁ, ଦାଉଦ ।
କିନ୍ତୁ ମୁଁ ଋଣୀ ।
ଖାଲି ସେଥିପାଇଁ ନୁହେଁ ।
ଆମକୁ କୁହ ।
ରୋମୀୟମାନେ ମତେ ନେଇଗଲା ପରେ ପ୍ରତିଦିନ ମତେ ଜେରା କଲେ,
ଥରେ ଥରେ ତ ଦିନରେ ଅନେକଥର,
ଆଉ ରାତିରେ ବି ।
ସେମାନେ ଜାଣିବାକୁ ଚାହୁଁଥିଲେ ମୁଁ କାହା ସହ ସଂପୃକ୍ତ ।
ମୁଁ ସେମାନଙ୍କୁ କହି ନ ଥା’ନ୍ତି ।
ମୁହଁ ଖୋଲିଥିଲେ ସେମାନେ ମତେ ମାରିଦେଇଥା୍ନ୍ତେ।
ଯେପର୍ଯ୍ୟନ୍ତ ମୁଁ ମୋର ମୁହଁ ବନ୍ଦ ରଖିଥିବି,
ସେପର୍ଯ୍ୟନ୍ତ ବଞ୍ଚିଥିବି ।
ଶେଷରେ,
ମୁଁ ସେମାନଙ୍କୁ କହିଦେଲି ।
ଓଃ, ଦାଉଦ ।
ସେମାନେ ଯାହା ଚାହାନ୍ତି କରନ୍ତି,
ତେଣୁ ମାରିବା ବନ୍ଦ ହେଲା ।
ତାପରେ ମୁଁ ମୋର ଦିନ ଗଣିବା ଆରମ୍ଭ କଲି ।
ସେମାନଙ୍କ ପାଖରେ ମୋର ଆଉ ପ୍ରୟୋଜନ ନଥିଲା ।
ମତେ ପ୍ରଶ୍ନ ପଚାରିବା ବନ୍ଦ କରିବାର ପର ଦୁଇ ରାତି ମୁଁ
ଆରାମରେ ଶୋଇଲି ।
ଦିନେ ଅଧ ରାତିରେ
ମତେ କେହି ଉଠେଇ ଦେଲା ।
ମୁଁ ଉଠି ଚାରିଆଡ଼େ ଅନେଇଲି, ସମସ୍ତେ ଶୋଇଥିଲେ
ଜଗୁଆଳୀମାନେ ଦେଖାଯାଉ ନଥିଲେ ।
ଠିକ୍ ସେହି ସମୟରେ ମୁଁ ତାଙ୍କୁ ଦେଖିଲି ।
ତୁ କାହାକୁ ଦେଖିଲୁ, ଦାଉଦ ?
ତାଙ୍କୁ ।
ମୁଁ ତୋର ଯୀଶୁଙ୍କୁ ଦେଖିଲି, ସାରା ।
ସେ ମୁଁ ସାମ୍ନାରେ ଉଭା ହେଲେ...
ଯେମିତି ମୁଁ ତମମାନଙ୍କୁ ପରିଷ୍କାର ଦେଖିପାରୁଛି ।
ସେଇଠୁ ତୁ କଣ କଲୁ ?
ମୁଁ ଆଣ୍ଠୁଭାଙ୍ଗି ବସିଲି ।
ସେ ଏତେ ଉଜ୍ଜଳ!
ତାଙ୍କ ଲୁଗାର ଅଞ୍ଚଳ ପାଦ ପର୍ଯ୍ୟନ୍ତ ଲମ୍ବିଥିଲା ।
ଛାତି ଉପରେ ଥିଲା ଗୋଟେ ସୁନାର ପଟା
ତାଙ୍କର ମୁଣ୍ଡ ଆଉ କେଶ ତୁଳା ଭଳି ଧଳା,
ପୁରା ବରଫ ଭଳି ସଫା,
ଆଉ ତାଙ୍କ ଆଖି, ନିଆଁ ପରି ଜଳୁଥିଲା ।
ତାଙ୍କର ପାଦ ଦିଶୁଥିଲା ନିଆଁରେ ଝଟକୁଥିବା ବ୍ରୋଞ୍ଜ୍ ଭଳି,
ଆଉ ତାଙ୍କର ସ୍ୱର ଜଳ କଲ୍ଲୋଳ ଭଳି ।
ଦଲିୟା ଏସବୁ ଶୁଣିବା ଉଚିତ!
ହଁ, ଠିକ୍ ଅଛି ।
ଧନ୍ୟବାଦ ।
ମୁଁ ପୁରା ଭୟ ପାଇଯାଇଥିଲି!
ପ୍ରଥମରେ
ସେ କେବଳ ମୋ ଆଡ଼େ ଅନେଇଲେ ।
ଆଉ ତାଙ୍କ ଆଖି ଭିତରେ
ମୁଁ ଦେଖିପାରିଲି ମୋର ଯେତେସବୁ ପାପ ।
ଦଲିୟା, କଉଠି ଥିଲୁ, ମୁଁ ଖୋଜୁଥିଲି!
କଣ ହେଲା ? କଣ ହେଇଛି ?
କଣ ହେଇଛି ? ନାଇ, କିଛି ହେଇନି । ଯାହା କିଛି ହେଇଛି ସେସବୁ ପୁରା...ଠିକ୍ ଅଛି!
ସାରା ଆଜି କୁନି ଝିଅଟି ପାଇଛି ।
ଏଇଟାତ ଖୁସିର କଥା!
ହଁ, ଗୋଟେ କୁନି ଝିଅ । ସେ ତା ମାଆ ନା’ ଅନୁସାରେ ତା ନା’ ରଖିଛି ।
କଣ ?
କିନ୍ତୁ ଆଉ ଗୋଟେ ଖବର । ଦାଉଦ ଘରକୁ ଆସିଛି!
ସେ ଘରେ ଅଛି ?
ସେମାନେ ତାକୁ...
ତୁ ମିଛ କହୁଛୁ...
ନାଇଁ । ସେ ବଞ୍ଚିଛି! ଆଉ ସେ ପ୍ରଭୁଙ୍କୁ ଦେଖିଲା!
କଣ ତୁ କହୁଛୁ, ମରିୟମ ?
ଆରେ ସତରେ । ତମେ ଏବେ ଆସୁନ ?
ଏଁ, ନିଶ୍ଚୟ, ନିଶ୍ଚୟ ଯିବି ।
ଜଲଦି!
ମୁଁ ଅନେକ ସମୟ ଉପାସନା କଲି,
କିନ୍ତୁ ମୁଁ ଶେଷରେ ଶୋଇପଡ଼ିଲି ।
ତା ପରଦିନ ମୋ ନିଦ ଭାଙ୍ଗିଲା ପରେ,
ମୁଁ ଯାହା ସବୁ ଦେଖିଥିଲି କଏଦୀମାନଙ୍କ ଆଗରେ କହିଲି ।
ପ୍ରଭୁଙ୍କୁ ଦେଖିଛି ବୋଲି କହିଲି ।
ଜାଣିଥିଲି ମୁଁ ମରିବାକୁ ଯାଉଛି,
କିନ୍ତୁ ମୁଁ ସେଥିପାଇଁ ଡରୁ ନ ଥିଲି ।
ମୁଁ ସେମାନଙ୍କୁ କହିଲି
ଆଉ ସେମାନଙ୍କ ଭିତରୁ କେତେଜଣ ପ୍ରଭୁ ଯୀଶୁଙ୍କୁ ପ୍ରାର୍ଥନା କଲେ କ୍ଷମା ପାଇବାକୁ ।
ସେଇ କଏଦୀମାନଙ୍କ ଭିତରୁ ଜଣକୁ ତାପରଦିନ ଟାଣି ନିଆଗଲା,
ଆଉ କ୍ରୁଶବିଦ୍ଧ କଲେ ।
କିନ୍ତୁ ସେ ଭୟଭୀତ ନ ଥିଲା!
ଆଉ ତାପରେ ।
ତା ଆରଦିନ,
ସେମାନେ ମତେ ନବାକୁ ଆସିଲେ ।
ମୁଁ ଜାଣିଲି ମୋ ସମୟ ଆସିଗଲା ।
ମୁଁ ଅନ୍ୟ କଏଦୀମାନଙ୍କଠୁ ବିଦାୟନେଲି ।
ମୁଁ ତୁମ ସମସ୍ତଙ୍କୁ ପିତାଙ୍କ ଗୃହରେ ଭେଟିବି । ଯୀଶୁଙ୍କଠାରେ ଭରସା ରଖ ।
ସେମାନେ ମତେ ଧରି ନେଉଥିଲା ବେଳେ ମୋର ହାତକଡ଼ି ଫିଟେଇ ଦେଲେ
ମତେ କହିଲେ ତୁ ଏବେ ମୁକ୍ତ, ଯା ।
ସେମାନେ ମତେ କହିଲେ ଯେ ମୋର ଜୋରିମାନା ଦିଆ ସରିଛି, ଆଉ ରାଜ୍ୟପାଳ ମତେ ଦୟା ଦେଖେଇବାକୁ ନିଷ୍ପତ୍ତି ନେଇଛନ୍ତି ।
ତାପରେ ମୁଁ ଘରକୁ ଫେରିବା ବେଳେ,
ତମ ସ୍ୱାମୀଙ୍କୁ ଦେଖିଲି, ରିବିକା, ସେ କୋର୍ଟରୁ ବାହାରୁଥିଲେ ।
ସେ ବୁଲିପଡ଼ି ମୋ ଆଡ଼େ ଅନେଇଲେ,
ଆଉ ମୁଁ ଜାଣିଲି ସେ ହିଁ ମୋ ପାଇଁ ଜୋରିମାନା ଟଙ୍କା ଦେଇଛନ୍ତି ।
ଏ କଥା କଣ ସତ ନୁହେଁ ?
ହଁ, ସେଇଟା ତାଙ୍କର ଇଚ୍ଛା ଥିଲା ।
କିନ୍ତୁ ଯେପର୍ଯ୍ୟନ୍ତ ତୁ ଏଠିକୁ ଆସି ନ ଥିଲୁ, ମୁଁ ଜାଣି ନ ଥିଲି ଯେ ସେ ସଫଳ ହେଲେ କି ନାହିଁ ।
ଓହୋ, ଦାଉଦ, ମୁଁ ସତରେ ଖୁସୀ ଯେ ତୁ ପୁଣି ଥରେ ତୋ’ ପରିବାର ସହ ମିଶି ପାରିଲୁ ।
କିନ୍ତୁ ୟାଠାରୁ ବଡ଼ ବିଷୟ,
ତୁ ତୋ’ର ସ୍ୱର୍ଗସ୍ଥ ପିତାଙ୍କ ସହ ପୁନଃର୍ମିଳିତ ହେଇଛୁ ।
ୟା ଛଳନାର ଶେଷ ହବନି ।
ଏଇ ସ୍ତ୍ରୀଲୋକ ମୋତେ ଋଣୀ କରଉଛି ।
ଯେ କି ମିଛ କଥାରେ ମୁଁ ପୁଅକୁ ପ୍ରଭାବିତ କରିଛି!
ମୌସା,
ତୁମେ ମୋ ପାଖରେ କି ମୋ ସ୍ୱାମୀଙ୍କ ପାଖରେ ଋଣୀ ନୁହଁ ।
ସମସ୍ତେ କଣ ଟିକେ ଶାନ୍ତିରେ ରହିବାନି, ଆଉ ଈଶ୍ୱର ଆମ ମଧ୍ୟରେ ଯେଉଁ ଆର୍ଶ୍ଚର୍ଯ୍ୟ କାର୍ଯ୍ୟ କରିଛନ୍ତି, ସେଥିପାଇଁ ତାଙ୍କୁ ଧନ୍ୟବାଦ ଦେବାନି ?
ଆମ ପରିବାରର ଲୋକେ କଣ କହିବେ ?
ଆମ ପ୍ରାଚୀନମାନେ, ଆମ ପଡ଼ୋଶୀମାନେ ?
ଆଉ ସରକାର ମୋ ପୁଅ ଦାଉଦ ବିରୁଦ୍ଧରେ ନୂଆ ନୂଆ ଦଫାସବୁ ଲଗେଇ ଦେବେ!
ଯୀଶୁଙ୍କ ଅନୁଗାମୀମାନେ
ସବୁବେଳେ ଅସୁବିଧାରେ ପଡ଼ନ୍ତି!
କାହା କଥାକୁ ମୁଁ ଖାତିର୍ କରେନି, ବାପା ।
ମୁଁ ଦେଖିଛି... ପ୍ରଭୁଙ୍କୁ ।
ସେ ହିଁ ଜଣେ, ଯିଏ ମରିଛନ୍ତି ପୁଣି ଉଠିଛନ୍ତି । ବାପା, ସେ ଜୀବିତ,
ସେ ମତେ କ୍ଷମା ଦେଇଛନ୍ତି ଆଉ ମୁକ୍ତ କରିଛନ୍ତି!
ବାପାଏହା ହେଉଛି ସୁସମ୍ବାଦ!
ସବୁଠୁ ବଡ଼ କଥା ଯେ ତୁ ଏଠି ନିରାପଦରେ ଆଉ ଜୀବିତ ଅଛୁ ।
କିନ୍ତୁ ଏବେ, ପୁଅ, ତୁ ନିଜକୁ ସୁରକ୍ଷିତ ରଖ ।
ତୁ ଆଉ ଥରେ
ଯେମିତି ଧର୍ମଛଡ଼ା ଲୋକଙ୍କ କଥାରେ ମାତି ନ ଯାଉ!
ଯାହା ଠିକ୍, ତତେ କରିବାକୁ ହେବ ।
ନିଜକୁ ପ୍ରତିଷ୍ଠା କର । ନିଜ ପରିବାରର ଯତ୍ନ ନେ ।
ଆରେ ମୋର କଣ ଆଉ ଏସବୁ ଦେଖିବାର ବୟସ ଅଛି ?
ମୁଁ ଚାହେଁ ତୁ ଗୋଟେ ଦାୟିତ୍ୱବାନ ପୁଅ ହଅ । ମୋ ଲାଗି ଅନ୍ତତଃ ଏତିକି ଟିକେ କର ।
ବାପା,
ମୁଁ ବୁଝୁଛି,
କିନ୍ତୁ ମୁଁ ତା କରିପାରିବିନି ।
ମୁଁ ଏଇ ସୁସମ୍ବାଦ ପ୍ରଚାର କରିବି !
ଓହୋ, ୟା ମୁଣ୍ଡରେ ଭୂତ ପଶିଛି!
ମୁଁ ଦେଖୁଛି ମୁଁ ପୁଅ ପାଗଳ ହେଇଗଲାଣି ।
ବାପା,
ତମେ ନିଜେ ଦେଖିଥିଲେ...
ନା, ତୁ ପାଗଳ ହେଇଯାଇଛୁ! ସେମାନଙ୍କ ଅତ୍ୟାଚାର ତତେ ପାଗଳ କରିଦେଇଛି!
ମୌସା! ପବିତ୍ରଆତ୍ମା ଯାହା କରୁଛନ୍ତି, ତାଙ୍କ ବିରୁଦ୍ଧରେ କିଛି କୁହନି ।
ଈଶ୍ୱର ତମ ପୁଅକୁ ତମ ପାଖକୁ ଫେରେଇ ଦେଇଛନ୍ତି!
ଓଃ, କେତେ ଆଶ୍ଚର୍ଯ୍ୟର କଥା, ମୌସା ।
ନୌରା,
ଭୁଲନି, ତୁମକୁ ଅନେକ ବୟସ ହେଲାଣି ।
ନିଶ୍ଚେ ତମେ ଜାଣିପାରୁଥିବ
ଯେ ଦାଉଦର ଦାୟିତ୍ୱ ରହିଛି, ଏଇଠି ।
ଯୀଶୁଙ୍କ କଥାସବୁ ମୁଁ କାନରେ ବାଜୁଛି, ମୌସା ।
ତମ ପ୍ରିୟତମା ସ୍ତ୍ରୀ,
ତାଙ୍କ ଆତ୍ମା ଶାନ୍ତି ପାଉ, ଏହା ମୁଁ ତାଙ୍କଠୁ ଶିଖିଛି ।
ସେଥିପାଇଁ ମସୀହଙ୍କ ଆହ୍ୱାନ ପ୍ରଥମ ଆଉ ପରିବାର ଦ୍ୱିତୀୟ । ସେ ଆମକୁ ତାଙ୍କ ଅନୁଗମନ କରିବାକୁ କହନ୍ତି ।
ଯୀଶୁ ମୋର କ୍ରୁଶ ବହି ତାଙ୍କର ଅନୁଗମନ କରିବାକୁ ଆହ୍ୱାନ କରୁଛନ୍ତି ।
ତୋର କ୍ରୁଶ ବହନ କରି ?
ଯୀଶୁ ତାଙ୍କ କ୍ରୁଶ ବହନ କଲେ,
କ୍ରୁଶ ଉପରେ ନିଜର ପ୍ରାଣ ଦେଲେ ଯେମିତି ଆମେ ଆମର ପାପରୁ ମୁକ୍ତ ହେଇପାରିବୁ ।
ଆଉ ବର୍ତ୍ତମାନ ଆମେ, ଆମ ଚାରିପଟର ଲୋକମାନଙ୍କୁ
ଏଇ ସୁସମ୍ବାଦ ଦବାପାଇଁ ଦୁଃଖଭୋଗ ସହିତ ଯେକୌଣସି ମୂଲ୍ୟ ଦେବା ଆବଶ୍ୟକ ।
ତାଙ୍କ ଶିଷ୍ୟମାନଙ୍କୁ ଦେଖ, ପିତରଙ୍କୁ ଆଉ ଅନ୍ୟମାନଙ୍କୁ । ସେମାନେ ଦୁଃଖଭୋଗ କଲେ ।
ଆଉ ବିଶ୍ୱାସ ନିମନ୍ତେ ମୃତ୍ୟୁ ବରଣ କଲେ
ମୌସା,
ଈଶ୍ୱରଙ୍କ ପଛେ ଯିବା ପାଇଁ ଗୋଟିଏ ଉପାୟ । ତାହା ହେଉଛି, ତୁମର ସଂପୂର୍ଣ୍ଣ ହୃଦୟ ଓ ଜୀବନ ।
ମୁଁ ତାଙ୍କ ପାଇଁ ଲଜ୍ଜିତ ନୁହେଁ ବାପା ।
ସେ ଯାହା କରିଛନ୍ତି, ମୁଁ କେମିତି ଲୁଚେଇବି ?
ମୁଁ ସମଗ୍ର ଜଗତକୁ ଏହା କହିବାକୁ ଚାହେଁ ।
ବାପା, ଦାଉଦ,
ଚାଲ ଆମେ ସେପଟେ କଥା ହେବା ।
ସାରା ବ୍ୟସ୍ତ ହେଉଛି ।
ମା ପିଲାଙ୍କୁ ଟିକେ ବିଶ୍ରାମ ଦିଅ ।
ଚାଲ । ଖୁସୀ ମନେଇବା ।
ମୁଁ ତମକୁ ଉଠଉଛି ।
ତମେ ମୋ ହାତ ଧର ।
ହାତ ଧର ।
ଭାଇ । ହା, ହା, ହା ।
ଓହୋ! ହା, ହା, ହା, ହା ।
ଆରେ ରହ ରହ । ମୁଁ ତୋର ଖୁସି ଖବର ଶୁଣି ବହୁତ ଖୁସୀ ।
ସମସ୍ତେ ଖୁସୀ ହେବେନି ।
କିନ୍ତୁ,
ମୁଁ ଦୁଃଖ କରୁନି ।
ତୁ ସାହସୀ, ଦାଉଦ ।
ନାଇ,
ମିଛ କଥା ।
ମୁଁ ସାହସୀ ନୁହେଁ ।
କିନ୍ତୁ
ମୁଁ କ୍ଷମା ପାଇଛି ।
ସତରେ ଯାକୁବ ମୁଁ ପୂର୍ବରୁ ଏମିତି ଆନନ୍ଦ କେବେ ବି ଅନୁଭବ କରି ନ ଥିଲି ।
ଏଇଠି ବସ ବାପା । ମୁଁ ତମ ପାଇଁ ଖାଇବା ଆଣୁଛି ।
ସବୁ କିଛି ଠିକ୍ ହେଇଯିବ । ଅପେକ୍ଷା କର ।
ଦଲିୟା, ତୁ କୁଆଡ଼େ ଯାଉଛୁ ?
ମତେ ଯିବାକୁ ପଡ଼ିବ, ମରିୟମ ।
କିନ୍ତୁ ଆମେ ତ ଖାଇବାକୁ ଯାଉଛୁ ଦାଉଦ ଆମକୁ କଣ କହିବି ବୋଲି କହିଛି ।
ଏ ସବୁ କିଛି
ମୋ ପାଇଁ ଅସହ୍ୟ ।
ସତରେ, ସତରେ ମୁଁ ଜାଣେନି ମୁଁ କଣ କରିବି । ମୁଁ ଯାଉଛି ।
କିନ୍ତୁ...
ଆସୁଛି ।
ଦଲିୟା ।
ଦଲିୟା!
ଏହି କାହାଣୀର କେଉଁ ଚରିତ୍ର ସହିତ ଆପଣଙ୍କର ଅଧିକ ସାମଞ୍ଜସ୍ୟ ରହିଛି ?
କାରାଗାରରେ ଦାଉଦ ପ୍ରତି କଣ ଘଟିଲା ?
ଦାଉଦଙ୍କ କଥା ଶୁଣିଲାବେଳେ ମୌସା ଆଉ ଦଲିୟା କାହିଁକି ପ୍ରତିକ୍ରିୟା ପ୍ରକାଶ କଲେ ?
ବର୍ତ୍ତମାନ ଦାଉଦର ଜୀବନରେ କି କି ପରିବର୍ତ୍ତନ ଦେଖିବାକୁ ଆପଣ ଆଶା କରନ୍ତି ?
ଆପଣଙ୍କର ବିଶ୍ୱାସର କାହାଣୀ କଣ ଅଟେ ?