Rivka·8 of 12

Cleaning the Lamps

Mariam worries about her parents and how to be a wife to Yacoub. Rivka tries to tell her that they will each grow as they submit to God. She points to the lamps they're cleaning and says they all have the same purpose: to shine. She says God thinks of us as lamps. We are to shine as God made us to shine. Rivka says she knows women that have had to shine in the darkest hours. They had to rely on God to fill them so He could shine through them. A girl's worth doesn't rely on her marriage status, instead, she should live to serve God with her gifts and talents. That's where worth is found. "You are the light of the world. A city on a hill can't be hidden. Also, people do not light a lamp and put it under a bowl. Instead, they put it on its stand. Then it gives light to everyone in the house. In the same way, let your light shine in front of others. Then they will see the good things you do. And they will praise your Father who is in heaven" (Matthew 5:14-16). We're given unique personalities, desires and gifts to invest in the things God puts in our life. As stated in the parable of the talents, God expects us to use what we've been given to glorify Him.

Ask yours

Bible Quotes

Share
Matthew 5:14-16

You are the light of the world. A city on a hill cannot be hidden. Neither do people light a lamp and put it under a basket. Instead, they set it on a stand, and it gives light to everyone in the house. In the same way, let your light shine before men, that they may see your good deeds and glorify your Father in heaven.

Berean Standard Bible

Public Domain

Read more...
1 Corinthians 12:12

The body is a unit, though it is composed of many parts. And although its parts are many, they all form one body. So it is with Christ.

Berean Standard Bible

Public Domain

Read more...
Free Resources

Want to understand the Bible more deeply?

Join our Bible study

Transcript

Odiya (ଓଡ଼ିଆ)
ରିବିକା. ବତୀସବୁ ସଫା କରିବା ମାଆ, ବାହାରେ କିଏ ଅଛି ମୁଁ ଯାଇ ଦେଖି ଆସେ । ଆଉ ମୁଁ ଫେରି ଆସିଲେ...ତମକୁ ସୁପ ଖାଇବାକୁ ଦେବି । ଯାକୁବ ମାମୁଁ । ଆସନ୍ତୁ, ଭିତରକୁ ଆସନ୍ତୁ । ଆସନ୍ତୁ ଦୟାକରି ଆସନ୍ତୁ। ମାଆ! ବାପା! ଯାକୁବ ଆଉ ତାଙ୍କ ବାପା ଆସିଛନ୍ତି । ମୁଁ ସେମାନଙ୍କୁ କଣ କହିବି ? ଝିଅ, ତୁ ସେମାନଙ୍କୁ ସେଇ ଦାଣ୍ଡ ଘରକୁ ନେଇଯା ଆଉ ତୁ ସେମାନଙ୍କୁ ଖାଇବାକୁ ଦେ । ମୁଁ ଟିକେ ସମୟ ପରେ ସେଠି ଯାଇ ପହଞ୍ଚୁଛି । ଆପଣମାନେ ଆସନ୍ତୁ । ବାପା କହିଲେ, ସେ କିଛି ସମୟ ପରେ ଆସିବେ । ମୁଁ... ଆମେ ଆପଣମାନଙ୍କୁ ଦେଖି ବହୁତ ଖୁସି । ଆମ ଘରକୁ ନିଜ ଘର ବୋଲି ଭାବନ୍ତୁ । ନୋହ! ଟିକେ ପାଣି ଆଣ ଆଉ ସେମାନଙ୍କୁ ଧୋଇବାକୁ ହେବାକୁ ଦେ । ଶୀଘ୍ର! ଆଣୁଛି, ଆଣୁଛି । ହଁ, କଣ କହୁଛୁ ? ଯାକୁବ ଆଉ ତାଙ୍କ ବାପା ଆସିଛନ୍ତି! ଖାଇବା ତିଆରି କରିବାକୁ ହେବ, ଶୀଘ୍ର ଆସ । ଠିକ୍ ଅଛି, ମୁଁ ସାଙ୍ଗେ ସାଙ୍ଗେ, ରାନ୍ଧିଦେଉଛି । ଜଲଦି ତୁ ବ୍ୟସ୍ତ ହନା, ମରିୟମ । ରୁହ, ବାପା । ଦିଅ ମୁଁ କରିଦେଉଛି । ହଁ ଦେ - ଦେ ପିନ୍ଧେଇ ଦେ ହାଃ, ଅବି ଭଲ ଦିଶୁଛି । ତୁ, ମୋତେ ସେଠିକି ନେଇଯା, ଝିଅ । ମୌସା । ନମସ୍କାର ମାମୁଁ । ଯାକୁବ । ଦୟାକରି ବସ । ତମକୁ ଦେଖି ମୁଁ ଖୁସୀ ମୌସା । ତମର ଦେହ ଖରାପ ଥିବାରୁ ମୋତେ ଦୁଃଖ ଲାଗୁଛି । ମୁଁ ପ୍ରାର୍ଥନା କରୁଛି, ତମେ ଶୀଘ୍ର ସୁସ୍ଥ ହେବ । ମୌସା ତୁମ ତୁଣ୍ଡ ସୁତୁଣ୍ଡ ହେଉ । ହଁ । ତମ ପାଇଁ କଣ କରିବି ? କୁହ ମୋର ବନ୍ଧୁ ଆଜି ମୁଁ ଆସିଛି ହଁ, ମୋ ପୁଅ ଯାକୁବ ପାଇଁ । ସେ ଗୋଟେ ଭଲ ପିଲା, ଆଉ ମୁଁ ଭାବୁଛି ସେ ତମ ଝିଅ ପାଇଁ ଯୋଗ୍ୟ । ଯାକୁବଙ୍କ ବାପା ମୋ ବାପାଙ୍କୁ ନିର୍ବନ୍ଧ ଚଞ୍ଚଳ କରିବାକୁ କହିଲେ । ସେ କହିଲେ ଯେ ସମୟ ଭଲ ନାହିଁ କିଏ ଜାଣେ କାଲି କଣ ହବ । ସେ ଚାହାନ୍ତି ଆମର ବାହାଘର ତିନି ମାସ ଭିତରେ ହେଇଯାଉ ! ତୋ ବାପା କଣ କହିଲେ ? ସେ ରାଜି ହେଲେ! ଆମକୁ ତିନି ମାସ ଭିତରେ ବାହା ହେବାକୁ ପଡ଼ିବ । ସେମାନେ ଆୟୁବଙ୍କୁ ଭିତରକୁ ଡାକି ଚୁକ୍ତିନାମାରେ ଦସ୍ତଖତ କଲେ । ଆଉ ତାପରେ ଯାକୁବ ମତେ ଏଇ ହାରଟି ଦେଲେ । ତମେ ଯେତେ ଜିନିଷ ଦେଖିଛ ତାଠୁ କଣ ଏଇଟା ସୁନ୍ଦର ନୁହେଁ ? ସତରେ, ମରିୟମ ଏଇଟା ବହୁତ ସୁନ୍ଦର । କିନ୍ତୁ, ମାଉସୀ, ମୁଁ ଜାଣିପାରୁନି, ମୋ ବିନା ବାପା ମାଆ କେମିତି ଚଳିବେ । ମୁଁ ଯାକୁବଙ୍କୁ ପାଇ ଖୁସୀ ହେବି, କିନ୍ତୁ ଅନ୍ୟ ପକ୍ଷରେ... ତୁ ଆଉ ଯାକୁବ ସେମାନଙ୍କୁ ସାହାଯ୍ୟ କରିବାକୁ ଉପାୟ ଖୋଜିବ...ଏକାଠି । ଆଉ ସାରା ଓ ଆୟୁବ ଦୁହେଁ ସେଠି ଥିବେ । କିନ୍ତୁ ସାରା ବହୁତ ଅସୁସ୍ଥ ଅଛି । ସେ ଆଉ ସବୁବେଳେ ଅସୁସ୍ଥ ରହିବନି । ସେ ସନ୍ତାନ ଜନ୍ମ କରିବାକୁ ଯାଉଛି । ମୁଁ ଜାଣେ, ସାରା ଓ ଆୟୁବ ସେମାନଙ୍କର ପିଲା ହେଲାପରେ ପରିବାର ପାଖକୁ ଫେରିଯିବେ ବୋଲି ଭାବୁଛନ୍ତି । ଯେତେବେଳେ ସେମାନଙ୍କର ଯିବାର ବେଳ ହେବ, ସେମାନେ ଯିବେ । ଈଶ୍ୱର ସେମାନଙ୍କୁ ଚାଳନା ଦେବେ । ତମେ ଦୁହେଁ ଯେତେବେଳେ ଏକ ମନା ହୋଇ ପ୍ରାର୍ଥନା କରିବ ଆଉ ତାଙ୍କର ଅନୁଗମନ କରିବ, ସେ ତମକୁ ଚାଳନା ଦେବେ । ମାଆ ସବୁବେଳେ ଆମକୁ କହନ୍ତି...ଆମେ ଉତ୍ତମ ଗୃହିଣୀ ହେବାକୁ ଶିଖିବା ଉଚିତ, କାରଣ ଦିନେ ଆମକୁ ସ୍ୱାମୀଙ୍କ ପରିବାରରେ ରହିବାକୁ ହେବ । କିନ୍ତୁ ଯଦି ମୋ ମାଆ ବାପା ମତେ ଚାହାନ୍ତି... ସମର୍ପଣ ବି ବିଶ୍ୱାସର ଏକ କାର୍ଯ୍ୟ ମରିୟମ । ଆମେ ଦୁହେଁ ଜୀବନ ଆରମ୍ଭ କରିନୁ, କିନ୍ତୁ ମୁଁ ଚିନ୍ତାରେ ପଡ଼ିଗଲିଣି । ଓହୋ ମାଉସୀ, ମୁଁ ଏପର୍ଯ୍ୟନ୍ତ ଜାଣିନି ମୁଁ କଣ କରିବି ଜଣେ ଭଲ ସ୍ତ୍ରୀ ବା କେମିତି ହେଇ ପାରିବି, ଏଇ ତିନିମାସ ଭିତରେ ? ମୁଁ ଏସବୁ କରିପାରିବିନି । ମରିୟମ, ତୁ ଜଣେ ସମର୍ପିତ ସ୍ତ୍ରୀ ହେବାର ଅର୍ଥ ନୁହେଁ ଯେ ତୁ ତୋ’ର ନିଜତ୍ୱ ହରେଇବୁ । ଯାକୁବ ଯେମିତି ତତେ ଭଲ ପାଉଛି, ସେମିତି ତୁ ତା ପ୍ରତି ସମର୍ପିତ ହେବାକୁ ଶିଖ ପରସ୍ପର ଈଶ୍ୱରଙ୍କ ନିକଟରେ ସମର୍ପିତ ହେଲେ ତୁମେ ଯାହା ହେବ ବୋଲି ଈଶ୍ୱର ଚାହାଁନ୍ତି ତୁମେ ସେଇପରି ହିଁ ହେବ । ତାମାନେ, ଯାକୁବଙ୍କୁ ବାହା ହେବା ଦ୍ୱାରା ମୁଁ ଜଣେ ବୋହୁତ ଭଲ ସ୍ତ୍ରୀ ହୋଇପାରିବି ମୁଁ ସେକଥା କହୁନି ମରିୟମ । ଆମର ମୂଲ୍ୟବୋଧ ଆଉ ପରିପକ୍ୱତା ବିବାହିତ ବା ଅବିବାହିତ ରହିବା ଉପରେ ନିର୍ଭର କରେନି । ପ୍ରତ୍ୟେକଙ୍କର ନିଜର ଚିନ୍ତାଧାରା ଅଛି । ଆଉ ଆମେ ବୃଦ୍ଧି ପାଉ, ଈଶ୍ୱରଙ୍କ ସେବା କରି, ତାଙ୍କର ବାଧ୍ୟ ହେଇ ଆଉ ଅନ୍ୟମାନଙ୍କର ଉପକାର କରି । ମୁଁ ମୋ ବାପା ମାଆଙ୍କର ସେବା କରିବାକୁ ଚାହେଁ । ହଉ ତୁ ଏ ବିଷୟରେ ଯାକୁବକୁ ପଚାର । କଣ ଏବେ? ତମାନେ ଏବେ ଦୁହେଁ ନୂଆ ଜୀବନ ଆରମ୍ଭ କରିବାକୁ ଯାଉଛ, ନୁହେଁ ? ହଁ, ମୁଁ ଭାବୁଛି ସେୟା । ନିଷ୍ପତ୍ତି ବି ନେଉଛ ? ହଁ । ଠିକ୍ ଅଛି, ତେବେ ତୋ’ ଦୃଷ୍ଟିକୋଣର ଉପକାରିତା କଣ, ତାକୁ ଜଣାଇବୁ । ହେଲେ ତୁ କଣ ଚାହୁଁଛୁ, ଜଣେଇବୁନି । ତାକୁ କହିବୁ ତୋ ପାଇଁ ଗୁରୁତ୍ୱପୂର୍ଣ୍ଣ କଣ ? କିନ୍ତୁ କେତେବେଳେ ବି ତୋ ନିଜ ଇଚ୍ଛାକୁ ସଫଳ କରିବାକୁ ବାଧ୍ୟ କରିବୁନି । ତାହାହେଲେ ହୁଏତ ସେ ଠିକ୍ ନିଷ୍ପତ୍ତି ନେଇପାରିବ । ତା ଦୃଷ୍ଟିଭଙ୍ଗୀର ପରିବର୍ତ୍ତନ ଆବଶ୍ୟକ । ମରିୟମ, ଏସବୁ ବତୀଗୁଡ଼ିକୁ ଦେଖ, ଆମେ ଏସବୁ... ଆଜି ସଫା କରିଛୁ, ଆଉ ଏଥିରେ ତେଲ ଭରିଛୁ । ଏଗୁଡ଼ିକ କେତେ ସୁନ୍ଦର । କେତେ ସୁନ୍ଦର ଜିନିଷ ରଖିଛ । ମୁଁ ବତୀ ଭଲ ପାଏ । କିନ୍ତୁ ତୁ ଦେଖ, ଏସବୁ ଗୁଡ଼ାକର କାର୍ଯ୍ୟ ସମାନ, ଯାହା ହେଉଛି... ...ଚମକିବା ଠିକ୍ କଥା । କିନ୍ତୁ ସେମାନେ ବିଭିନ ପ୍ରକାର ଆଲୁଅ ଦିଅନ୍ତି । ଏଇଟା କାନ୍ଥ ଉପରେ ଆଲୁଅର ବିଭିନ୍ନ ଆକୃତି ସୃଷ୍ଟି କରେ । ଆଉ ଏଇ ବତୀ ମୋ ସ୍ୱାମୀ ରାତିରେ କାମ କରୁଥିବା ବେଳେ ତାଙ୍କ ନଥିପତ୍ର ଉପରେ ସୁନ୍ଦର ଆଲୁଅ ଦିଏ । ଏଇଟା ବହୁତ ଉଜ୍ଜ୍ୱଳ । ଆଉ ସେଇଟା କୋମଳ ଆଲୁଅ ଦିଏ । ଏବତୀରେ... ଗୋଟିଏ ସମାନ ବିଷୟ ଅଛି । ଏମାନଙ୍କୁ ପରିଷ୍କାର କରିବା ଆବଶ୍ୟକ ହୁଏ ଓ ଜଳାଇବା ପୂର୍ବରୁ ଏଗୁଡ଼ିକରେ ତେଲ ଭରିବା ଦରକାର, କିନ୍ତୁ ତାପରେ ପ୍ରତ୍ୟେକେ ଯେଉଁ ଆଲୋକ ଦେଇଥାଆନ୍ତି, ତାହା ଅନ୍ୟଠାରୁ ଭିନ୍ନ ହୋଇଥାଏ । ଯୀଶୁ କହିଲେ, ତୁ ଆଉ ମୁଁ ଏହି ବତୀଗୁଡ଼ିକ ଭଳି, ସେ ଚାହାନ୍ତି ଆମର ଆଲୋକ ପ୍ରକାଶିତ ହେଉ । ଆମ ଜୀବନର ଉଦ୍ଦେଶ୍ୟ ହେଉଛି ଏ ଜଗତରେ ଈଶ୍ୱରଙ୍କ ଆଲୋକ ପ୍ରକାଶ କରିବା, କିନ୍ତୁ ଆମେ ପ୍ରତ୍ୟେକେ ଏହି କାର୍ଯ୍ୟ କରିଥାଉ ଭିନ୍ନ ଭିନ୍ନ ଭାବରେ । ତାମାନେ, ମୁଁ କଣ ଏକ ବତୀ ଭଳି ହଁ, ତମେ ଯୁଆଡ଼େ ଗଲେ ବି ତମର ଲକ୍ଷ୍ୟ ସେୟା ରହିବ, ତମର ଆଲୋକକୁ ପ୍ରକାଶ କରିବା । ବେଳେବେଳେ ଭାବେ ଯେ, ମୁଁ ଆଲୋକକୁ ପୋଡ଼ି ପକାଉଛି । ଯେମିତି ମୁଁ ସାରା ସହ ଯୁକ୍ତି କରେ । ଓହୋ, ହା, ହା, ହା, ହା, ହା, ଆମ ସମସ୍ତଙ୍କର ଏକା ପରିସ୍ଥିତି । ହଁ, କିନ୍ତୁ ତୁ, ମୁଁ ଭାବେ, ତୁ ପ୍ରକୃତରେ ଗୋଟେ ସୁନ୍ଦର ବତୀ । ଆଉ ଯଉ ଘରେ ତୁ ବୋହୁ ହେଇଯିବୁ, ମନେରଖ, ସେ ଘରକୁ ଆଲୋକିତ କରିବୁ କାରଣ ଈଶ୍ୱର ତୋତେ ଆଲୋକ ଦେବାକୁ ସୃଷ୍ଟି କରିଛନ୍ତି । ତୋର ସୁନ୍ଦରତା ତାଙ୍କ ଆଗେ ସେମିତି ହେବା ଦରକାର ଯେମିତି ସେ ତୋତେ ସୃଷ୍ଟି କରିଛନ୍ତି । କେତେଜଣ ସୁନ୍ଦରୀ ମହିଳାଙ୍କୁ ମୁଁ ଜାଣେ-- ହଁ, ମୁଁ ତାଙ୍କ ଅନ୍ତରର ସେଇ ସୁନ୍ଦରତା ବିଷୟରେ କହୁଛି, ଐଶ୍ୱରିକ ଗୁଣର-- ଯାହା ଆଲୋକ ଦେଇଥାଏ ଅନ୍ଧକାର ସମୟରେ, ଆଉ ପୁଣି ଅନ୍ଧକାର ସ୍ଥାନରେ । ସେମାନେ ଈଶ୍ୱରଙ୍କ ଉପରେ ନିର୍ଭର କରନ୍ତି, ବତୀରେ ତେଲ ଭରିବାକୁ, ପ୍ରତିଥର, ପ୍ରତିଦିନ, ପ୍ରତି ମୂହୁର୍ତ୍ତରେ ତାପରେ ଈଶ୍ୱର ସେମାନଙ୍କ ମଧ୍ୟଦେଇ ଏପ୍ରକାର ଉଜ୍ଜ୍ୱଳ ଆଲୋକ ଦିଅନ୍ତି, ଯାହା ଆମକୁ ଆଶ୍ଚର୍ଯ୍ୟ କରିଦିଏ । ସେଇ ଅନ୍ଧକାର ସମୟସବୁ କଣ ? ସ୍ୱାମୀଙ୍କୁ ହରେଇବା, ସନ୍ତାନକୁ ହରେଇବା । ଯୁଦ୍ଧ ମରୁଢ଼ି ଏମିତି ଅନେକ ବିଷୟ ଅଛି । ତମକୁ କଣ ଭୟ ଲାଗୁଛି? ନାହିଁ ମରିୟମ । ଯଦି ଆମେ କଳ୍ପନା କରିବା, ଏ କଷ୍ଟକର ବିଷୟ ଆମ ପ୍ରତି ଘଟିପାରେ, ତେବେ ଆମକୁ ଆଘାତ ଲାଗିବ । ତମେ ତ ଅନ୍ଧକାରବେଳେ ଆଲୋକ ଦଉଥିବା ଭଳି ଲାଗେ । ହା, ହା, ହା, ମୁଁ ସେ ବିଷୟରେ ଜାଣେନି । ମୁଁ ବି ଯେମିତି ଆଲୋକ ଦେବାକଥା, ଦେଇପାରିନି । ତମ ମନରେ କେବେ ଆସେନି...ତମେ ଯଦି ବାହା ହେଇ ନ ଥା’ନ୍ତ, ତେବେ ତମ ଜୀବନ ସହଜ ହେଇଥା’ନ୍ତା ? ସହଜ ? ନା, ମୁଁ ସେମିତି କେବେ ଭାବେନି । ମୁଁ ଭାବେ ହୁଏତ ଅନ୍ୟ ଭାବରେ କଷ୍ଟକର ହୋଇଥାନ୍ତା । ଦେଖ, ମରିୟମ, ଆମ ପ୍ରତ୍ୟେକଙ୍କର ଭିନ୍ନ ଭିନ୍ନ ଦକ୍ଷତା ସୁଯୋଗସବୁ ରହିଛି । ଆଉ ମତେ ଈଶ୍ୱରଙ୍କୁ ଉତ୍ତର ଦେବାକୁ ପଡ଼ିବ ସେଥିପାଇଁ । ମୋର ଦକ୍ଷତା, ମୋର ପରିଚୟ ମୁଁ ଅବିବାହିତ ଥିଲେ ମଧ୍ୟ ବଦଳି ନଥାନ୍ତା । ସାରାର ଜଣେ ଅବିବାହିତା ସାଙ୍ଗ ଅଛି, ଆଉ ମୁଁ ଜାଣେ ଅନ୍ୟମାନେ ତାକୁ ଖରାପ ଦୃଷ୍ଟିରେ ଦେଖନ୍ତି । ଅନେକ ଭାବନ୍ତି ଗୋଟେ ଝିଅ ଜୀବନର ଏକମାତ୍ର ଉଦ୍ଦେଶ୍ୟ ହେଉଛି ବିବାହ । ଯେକୌଣସି ପରିସ୍ଥିତିରେ ଥିଲେ ମଧ୍ୟ ମୁଁ ବିଶ୍ୱାସ କରେ ଈଶ୍ୱରଙ୍କ ସେବା କରିବା ଆମର ଲକ୍ଷ୍ୟ ହେବା ଉଚିତ୍ । ଆମେ ବିବାହିତ ଥାଉ ବା ନଥାଉ, କିମ୍ବା ନୌରା ଭଳି, ବିଧବା । ଆମ ପ୍ରତ୍ୟେକଙ୍କର ଗୁଣ ଓ ସାମର୍ଥ ଅଛି । ଈଶ୍ୱର ଚାହାନ୍ତି ଯେପରି ଆମେ ସେ ସବୁର ସର୍ବୋତ୍ତମ ବ୍ୟବହାର କରିପାରିବା । ଏମିତିକି ଆମେ ନିଜ ବିଷୟରେ ଅନିଶ୍ଚିତ ଥିଲେ ବି ? ସେତେବେଳେ ବି । ଯୀଶୁ ଏ ବିଷୟରେ ଗୋଟିଏ କାହାଣୀ କହିଥିଲେ । ଜଣେ ବ୍ୟକ୍ତି ବିଦେଶ ଯାତ୍ରା ପୂର୍ବରୁ । ନିଜର ଦାସମାନଙ୍କୁ ପାଖକୁ ଡାକିଲେ... ଆଉ ନିଜର ସବୁ ସମ୍ପତ୍ତି ସେମାନଙ୍କୁ ବାଣ୍ଟିଦେଲେ । ଜଣକୁ ସେ ପାଞ୍ଚ ତୋଡ଼ା ଦେଲେ ଆଉ ପୁଣି ଅନ୍ୟ ଜଣକୁ ଦେଲେ ଦୁଇ ତୋଡ଼ା । ତାପରେ ଆଉ ଜଣକୁ ଗୋଟିଏ ତୋଡ଼ା ସେମାନଙ୍କ ଦକ୍ଷତା ଅନୁଯାୟୀ ଦେଲେ । ବହୁଦିନପରେ, ଏଇ ଦାସମାନଙ୍କର ମାଲିକ ଫେରି ଆସି ସେମାନଙ୍କଠାରୁ ହିସାବ ମାଗିଲେ । ଯେଉଁ ଦାସ ପାଞ୍ଚ ତୋଡ଼ା ପାଇଥିଲା, ସେ କହିଲା, ମାଲିକ, ଆପଣ ମତେ ପାଞ୍ଚ ତୋଡ଼ାର ଦାୟିତ୍ୱ ଦେଇଥିଲେ । ଦେଖନ୍ତୁ, ମୁଁ ସେଇ ତୋଡ଼ାଗୁଡ଼ିକୁ କାମରେ ଲଗେଇ ଆଉ ପାଞ୍ଚ ତୋଡ଼ା ଲାଭ କରିଛି । ତାର ମାଲିକ ଉତ୍ତର ଦେଲେ, ତୁମେ ଉତ୍ତମ ଆଉ ବିଶ୍ୱସ୍ତ ଦାସ ହେଇ ବଢ଼ିଆ କାମ କରିଛ ତମେ ଅଳ୍ପ ବିଷୟରେ ବିଶ୍ୱସ୍ତ ହେଇଛ, ମୁଁ ତୁମକୁ ଅନେକ ବିଷୟର ଦାୟିତ୍ୱ ଦେବି । ଆସ, ଆସ ମୋ ସହ ଆନନ୍ଦର ଅଂଶୀ ହୁଅ!” ଯେଉଁ ଦାସକୁ ଦୁଇ ତୋଡ଼ା ଦିଆଯାଇଥିଲା, ସେ ବି ଆସିଲା । ଓ କହିଲା, “ମାଲିକ, ଆପଣ ମୋତେ ଦୁଇ ତୋଡ଼ା ଦେଇଥିଲେ । ଦେଖନ୍ତୁ, ମୁଁ ଅଧିକ ଦୁଇ ତୋଡ଼ା ଲାଭ କରିଛି ।” ତାର ମାଲିକ ଉତ୍ତର ଦେଲେ, “ତୁମେ ଉତ୍ତମ ଆଉ ବିଶ୍ୱସ୍ତ, ବଢ଼ିଆ କାମ କରିଛ । ତୁମେ ଅଳ୍ପରେ ବିଶ୍ୱସ୍ତ ହୋଇଛ, ଏଣୁ ମୁଁ ତୁମ ଉପରେ ଅନେକ ଦାୟିତ୍ୱ ଦେବି । ଆସ, ମୁଁ ସହ ଆନନ୍ଦର ଅଂଶୀ ହୁଅ!” ତାପରେ ଯେଉଁ ଦାସ ଗୋଟିଏ ତୋଡ଼ା ପାଇଥିଲା, ସେ ମାଲିକଙ୍କ ନିକଟକୁ ଆସି କହିଲା, “ମୁଁ ଜାଣେ ଆପଣ ବହୁତ କଠୋର ଲୋକ, ଯେଉଁଠି ବୁଣି ନ ଥା’ନ୍ତି, ସେଠି କାଟିଥା’ନ୍ତି, ଆଉ ଯେଉଁଠି ବିଞ୍ଚି ନ ଥାଆନ୍ତି, ସେଠି ଏକାଠି କରିଥା’ନ୍ତି । ଏଣୁ ମୁଁ ଭୟ କଲି, ଆଉ ବାହାରକୁ ଯାଇ ଆପଣଙ୍କ ତୋଡ଼ାକୁ ମାଟିରେ ପୋତି ଲୁଚେଇ ଦେଲି । ଦେଖନ୍ତୁ, ଏଇ ଆପଣଙ୍କ ତୋଡ଼ା ।” ତାର ମାଲିକ ଉତ୍ତର ଦେଲେ, “ତୁ ଅଳସୁଆ ଦୁଷ୍ଟ ଦାସ! ତୁ ଯଦି ଜାଣିଥିଲୁ ଯେ ମୁଁ ଯେଉଁଠି ବୁଣି ନ ଥାଏ, ସେଠି କାଟେ ? ତେବେ ତୁ ମୋ ମୁଦ୍ରାଗୁଡ଼ିକ ବ୍ୟାଙ୍କ୍-ରେ ରଖି ଦେଇଥାନ୍ତୁ, ତାହାହେଲେ ମୁଁ ଫେରି ଆସିବା ପରେ ତାହାର ସୁଧ ସହିତ ଫେରି ପାଇଥାନ୍ତି ।” ଆଉ ମାଲିକ ସେହି ଦାସକୁ ଦଣ୍ଡ ଦେଲେ, କାରଣ ତା ପାଖରେ ଦିଆଯାଇଥିବା ତୋଡ଼ାକୁ ସେ ବିନିଯୋଗ କରିବାରେ ବିଫଳ ହେଇଥିଲା । ଈଶ୍ୱର ଆମ ସମସ୍ତଙ୍କୁ ତୋଡ଼ା ଦେଇଛନ୍ତି ମରିୟମ । ଆମେ ବିବାହିତ ବା ଅବିବାହିତ ହେଉ, ନିଃସନ୍ତାନ ହେଉ ବା ସନ୍ତାନଯୁକ୍ତ ହେଉ, ଧନୀ ବା ଦରିଦ୍ର; ସେ ଆମ ସମସ୍ତଙ୍କୁ ବିଭିନ୍ନ ଗୁଣ ଆଉ ସାମର୍ଥ୍ୟରେ ପୂର୍ଣ୍ଣ କରିଛନ୍ତି । ଈଶ୍ୱର ଦେଇଥିବା ଗୁଣଗୁଡ଼ିକୁ ଅବହେଳା ନକରି ଯେଉଁ ସମ୍ପର୍କ ଓ ପରିବେଶ ଦେଇଛନ୍ତି । ତାକୁ ଉପଯୁକ୍ତ ଭାବେ ବିନିଯୋଗ କରିବାକୁ ସେ ଆହ୍ୱାନ ଦିଅନ୍ତି । ଆଉ ତାହା କଲାପରେ, ଆମେ ତାଙ୍କ ନିକଟକୁ ଯିବାକୁ ସମର୍ଥ ହେବା ଆମେ ସେତେବେଳେ ତାଙ୍କ ସମ୍ମୁଖରେ ଠିଆହେଇ ତାଙ୍କ ସାନିଧ୍ୟରେ ଆନନ୍ଦ ଓ ଶାନ୍ତି ଲାଭ କରିବା । ଆଉ ସେହିଦିନ ଆମେ ଆଲୋକିତ ହେବୁ । ସେ ପ୍ରକାଶିତ ହେବେ ଆମ ମଧ୍ୟ ଦେଇ; ମରିୟମ, ମୁଁ ଚାହେଁ ତୁ ଏହି ବତୀଟିକୁ ରଖ । ତୋ’ର ନିର୍ବନ୍ଧ ପାଇଁ ଏହା ମୋର ଏକ ଉପହାର ଯେତେବେଳେ ତୁ ୟାକୁ ଦେଖିବୁ, ଈଶ୍ୱର ଦେଇଥିବା ସୁନ୍ଦର ଗୁଣଗୁଡ଼ିକ ମନେ ପକେଇବୁ, ଆଉ ସବୁବେଳେ ମନେ ରଖିବୁ ଯେ ତୁ ଯୁଆଡ଼େ ଯିବୁ, ଈଶ୍ୱରଙ୍କ ପ୍ରେମ ଯେମିତି ତୋ ମଧ୍ୟ ଦେଇ ପ୍ରକାଶିତ ହେବ । କିନ୍ତୁ ମାଉସୀ, ଏଇଟା ଏତେ ସୁନ୍ଦର । ମୁଁ ଧରି ରଖିପାରିବିନି । ଆଲୋ-ମା, ଏଇଟା ଏତେ ବି ସୁନ୍ଦର ନୁହେଁ! ତୁ ଈଶ୍ୱରଙ୍କ ଜଣେ ସନ୍ତାନ । ତୁ ଜଣେ ରାଜକୁମାରୀ ସ୍ୱର୍ଗରାଜ୍ୟର । ତୁ ରାଜାମାନଙ୍କର ରାଜା ଆଉ ପ୍ରଭୁମାନଙ୍କର ପ୍ରଭୁଙ୍କର ଗୋଟିଏ ସାନ ଝିଅ ! ତୁ ରଖ ଏଇଟା ଆଉ ସବୁବେଳେ ମନେରଖିଥିବୁ, ତୁ ଯାହା କର କିମ୍ବା ଯେଉଁଆଡ଼େ ଯା, ତୁ ଖ୍ରୀଷ୍ଟଙ୍କଠାରେ ଅଛୁ । କିନ୍ତୁ, ମୁଁ ପାରିବିନି! ଓହୋ... ତୁ ପାରିବୁ । ୟା ବିନା ମୁଁ ତୋତେ ଘରକୁ ଯିବାକୁ ଦେବିନି । ମୋର ଯାକୁବଙ୍କ ସହିତ ଆଲୋଚନା କରିବାକୁ ଅଛି । କିନ୍ତୁ ମୋତେ ବାପା ମାଆଙ୍କ ପାଖକୁ ଫେରି ଯିବାକୁ ପଡ଼ିବ । ୟାକୁ ନ ନେଇ ତୁ ଯାଇପାରିବୁନି । ଦେଖା କରିବାକୁ ଜଣେ ଝିଅ ଆସିଛି ମା । ତାଙ୍କୁ ଭିତରକୁ ଡାକ । ଦଲିୟା! କଣ ହେଇଛି ? କହିବାକୁ ଖରାପ ଲାଗୁଛି, କିନ୍ତୁ ହୁଁ, ହାଁ ମୋ ମା ବହୁତ ଅସୁସ୍ଥ, ମରିୟମ କହୁଥିଲା ତୁମେ ଈଶ୍ୱରଙ୍କଠାରୁ ଶକ୍ତି ପାଇଛ । ତମେ କଣ ମୋ ସାଙ୍ଗରେ ଆସି ମାଆକୁ ସୁସ୍ଥ କରିବ ? ହୁଁ, ମୋ ନିଜର କିଛି ଶକ୍ତି ନାହିଁ, କିନ୍ତୁ ଈଶ୍ୱରଙ୍କର ଅଛି । ମୁଁ ଯିବି, ଆଉ ମୋର ଔଷଧସବୁ ନେଇ କି ଯିବି, ତୁମ ମାଙ୍କ ପାଇଁ ବି ପ୍ରାର୍ଥନା କରିବି । ମୁଁ ତମ ସାଙ୍ଗେ ଯିବି । ମୋ ଘର ବାଟେ ଯିବା । ତମାନେ ଆଗରେ ଯାଅ, ମୁଁ ଆସୁଛି । ଠିକ୍ ଅଛି ଯାଉଛି । ମରିୟମ, ସେଇ ହାରଟା କଣ ? ମୁଁ ଯାକୁବକୁ ବାହା ହେବାକୁ ଯାଉଛି...ଏଇ ତିନି ମାସ ଭିତରେ! ଓଃ ମରିୟମ ବହୁତ ଖୁସିର କଥା! ତୁ ଭାଗ୍ୟବତୀ । ମୁଁ ବୋଧେ ବାହା ହୋଇପାରିବିନି । ହେଇ, ସେମିତି କଥା କହନି । ତୁ ଭୁଲିଯାଇଛୁ ମରିୟମ, ମୁଁ ତୋ’ଠୁ ବଡ଼ । କିନ୍ତୁ ଦଲିୟା, ଈଶ୍ୱରଙ୍କ ଦୃଷ୍ଟିରେ ଜଣେ ସ୍ୱାମୀ ଗୁରୁତ୍ୱପୂର୍ଣ୍ଣ ନୁହେଁ । ଆମେ ଯେମିତି ଥିଲେ ବି ସେ ଭଲ ପାଆନ୍ତି । ଯାକୁବଙ୍କୁ ବାହା ହେବା ବିଷୟରେ ମରିୟମର ଚିନ୍ତା ଓ ଭୟର କଣ ବିଷୟ ଥିଲା ? ମରିୟମର ଏଇ ଚିନ୍ତା ଓ ଭୟର ବିଷୟ ପ୍ରତି ରିବିକାଙ୍କ ପ୍ରତିକ୍ରିୟା କିପରି ଥିଲା ? ଈଶ୍ୱରଙ୍କ ସମ୍ମୁଖରେ ପ୍ରତ୍ୟେକ ସ୍ତ୍ରୀ ଆଉ ପୁରୁଷଙ୍କ ମୂଲ୍ୟ ତଥା ଉଦ୍ଦେଶ୍ୟ ବିଷୟରେ ରିବିକା କଣ କହିଲେ ? ଆପଣଙ୍କର ନିର୍ଦ୍ଧିଷ୍ଟ ଦକ୍ଷତା ଓ ଗୁଣଗୁଡ଼ିକ କଣ କଣ ? ମୁଦ୍ରା ଥଳୀର ଦୃଷ୍ଟାନ୍ତ ଆମର ଦକ୍ଷତାଗୁଡ଼ିକ ବିଷୟରେ କଣ କହେ ?
JesusFilm