ରିବିକା.
ଭୁଲ୍ ସିଲେଇ
ସାରା!
ହଁ, ବାପା ।
ତୁ ମତେ ସେଇ ସ୍ତ୍ରୀଲୋକ ଘରକୁ ନେଇଯାଇ ପାରିବୁ ।
ତମେ କାହା ବିଷୟ କହୁଛ ? ବାପା, କଉ ସ୍ତ୍ରୀ ଲୋକ ?
ସେଇ ରିବିକା ପାଖକୁ ।
ତମେ କାହିଁକି ଯିବାକୁ ଚାହୁଁଛ, ବାପା ?
ମୁଁ ତାର ସେଇ ବଦ୍ମାସ୍ ସ୍ୱାମୀ ସାଙ୍ଗେ କଥା ହେବି ।
ସେଇ ବିଧର୍ମୀ ପାଇଁ ମୋ ପୁଅ ଧରା ପଡ଼ିଲା ।
ବାପା,
ତମେ ଜାଣିଛ, ରୋମୀୟମାନେ ମାସ ମାସ ଧରି ଦାଉଦକୁ ଖୋଜୁଥିଲେ ।
ଗତ ରାତି ଯଦିଓ ବଡ଼ ଭୟଙ୍କର ରାତି ଥିଲା,
କିନ୍ତୁ ଦାଉଦ ଆଇନ ଅମାନ୍ୟ କରି ଚାଲିଥିଲା ।
ଆଉ ଏ ସବୁ ଆମେ ଜାଣିଛୁ ।
ତେବେ ରୋମୀୟମାନେ ତାକୁ ପାଇବେ ବୋଲି ଜାଣିଲେ କେମିତି ?
ମୁଁ ସାଙ୍ଗେ ଯୁକ୍ତି କରନି!
ମତେ ସେଠିକି ନେଇ ଚାଲ ।
ମୁଁ ତୁମକୁ ନେଇଯିବି ।
ଭିତରକୁ ଆସ ।
ମୌସା,
ଆୟୁବ, ଆସ ।
ଭିତରକୁ ଆସ ।
ଦେବ୍ରା, ଅତିଥିମାନଙ୍କ ପାଇଁ ପାଣି ଆଣିବୁ ଗଲୁ?
ନିଅ, ବାପା ।
ଧନ୍ୟବାଦ ।
ତୁମ ପାଖେ ଦାଉଦଙ୍କ ବିଷୟରେ କିଛି ଖବର ଅଛି ?
ଆମ ପାଖରେ କିଛି ନାହିଁ,
ମୁଁ ଏ ଘରେ କିଛି ଖାଇବିନି କି ପାଣି ଛୁଇଁବିନି ।
ହାରୁଣ୍ କଉଠି ? ତମ ସ୍ୱାମୀ କାହାନ୍ତି ?
ସେ ଘରେ ନାହାନ୍ତି ।
ସେ ଶାସନକର୍ତ୍ତାଙ୍କୁ ଭେଟିବାକୁ ଗଲେ ।
ହୁଁ, କଣ ଶାସନକର୍ତ୍ତାଙ୍କୁ ଖୁସୀ କରିବାକୁ ଯାଇଛନ୍ତି ?
ଓଃ, ତମେ କଣ କହୁଛ ମୁଁ କିଛି ବୁଝିପାରୁନି!
ତମେ ସେଠି କାଲି ରାତିରେ ଥିଲ, ନାଇ ? ଅନେକ ବେଳ ଥିଲ, ହ ନା ନାହିଁ ?
ବାପା!
ତୁ ଚୁପ୍ ହଅ!
ଦାଉଦର ବନ୍ଦୀ ହେବା ଶୁଣି ବହୁତ ଦୁଃଖ ଲାଗୁଛି ।
ହାରୁନ୍ ବୋଧେ ଯାଇଛନ୍ତି ସେ ବିଷୟରେ କଥା ହେବା ପାଇଁ ।
ମୂର୍ଖ ସ୍ତ୍ରୀଲୋକ ।
ସେ ତ ପ୍ରଥମେ ଏକଥା ଉଠେଇଲା ।
ନ ହେଲେ ରୋମୀୟମାନେ କେମିତି ଜାଣିଥାନ୍ତେ ମୁଁ ପୁଅ କଉଠି ଅଛି ?
ଗତ ରାତିରେ ତମ ପରିବାର କଉଠି ଥିଲ, ତା ତ ସାରା ସହର ଜାଣିଥିଲେ ।
ସେ କଥା କାହାକୁ ଅଚ୍ଛୋପା ନାହିଁ ।
ରୋମୀୟମାନଙ୍କୁ ସମ୍ବାଦ ଦେବା ଆବଶ୍ୟକ ନାହିଁ ।
ମତେ ଏମିତି କହିବାର ତମର କୌଣସି ଅଧିକାର ନାହିଁ ।
କି ମୁଁ ସ୍ୱାମୀଙ୍କ ବିଷୟରେ ଏମିତି କେବେବି କହିବନି ।
ତତେ ଆଉ ତୋ’ ଈଶ୍ୱରନିନ୍ଦୁକ ସ୍ୱାମୀକୁ ଅଭିଶାପ ପଡ଼ୁ!
ବାପା!
ମୋତେ ଅଭିଶାପ ଦେଉଛ ?
ତମ ପରିବାର ପାଇଁ ଏତେ କଲାପରେ ବି ?
କଣ କରିଛୁ, କିଛି କରିନୁ । ମୋ ପରିବାରକୁ ମୋ ପିଲାମାନଙ୍କୁ ଅସୁବିଧାରେ ପକେଇଛୁ କେବଳ ଆଜି ପର୍ଯ୍ୟନ୍ତ
ରିବିକା ମାଉସୀ, ମୁଁ ତାଙ୍କୁ ଆଣି ଭୁଲ୍ କରିଛି ।
ତୁ ଭାବିଛୁ ମୁଁ ଏତେ ଅସହାୟ ଯେ ତୋ’ ବିନା ମୁଁ ଏଠିକି ଆସିପାରି ନ ଥା’ନ୍ତି ? ଏୟା ଭାବୁଛୁ ? କଣ ଭାବୁଛୁ?
ତୁ ଆଉ ତୋ’ ସ୍ୱାମୀ ଭାବୁଛ ତମେମାନେ ଅନ୍ୟମାନଙ୍କଠାରୁ ଢେର୍ ଭଲ ।
କିଛି ଟଙ୍କା ହେଇଯାଇଛି ବୋଲି ଭାରି ଗର୍ବ ହୋଇଯାଇଛି ନାଇଁ ।
ତମେମାନେ ଆମ ପାଇଁ ଲଜ୍ଜା । ଘୋର ଲଜ୍ଜା । ଥୁଁ
ତମେ କେବଳ ନିଜକୁ ଲଜ୍ଜିତ କରୁଛ ମୌସା ।
ମତେ ଅଭିଶାପ ଦେଇ ସମ୍ମାନ ହରଉଛ !
ମାଆ।
ମାଆ ।
ଜଣେ କିଏ ଡାକୁଛନ୍ତି ।
କିଏ ଦେଖିଲୁ, ଡେବ୍ରା ?
ସେହି ବିଧବା ସ୍ତ୍ରୀ, ନୌରା ।
ହୁଁ,
ତାଙ୍କୁ ଆସିବାକୁ କହ,
ଯା !
ତମର ମୁହଁ କାହିଁକି ଏମିତି ଦେଖାଯାଉଛି ।
କଣ ହେଇଛି ତମର?
ମୁଁ ଦୁଆର ଆଡ଼କୁ ଆସିବାବେଳେ ମୌସା ଆଉ ଆୟୁବଙ୍କୁ ଯିବାର ଦେଖିଲି । ସେମାନେ ମତେ ଦେଖି ନ ଦେଖିଲା ଭଳି ଚାଲିଗଲେ ।
ଓଃ, ନୌରା ।
ମୁଁ,
ମୁଁ ଏତେ ଲଜ୍ଜିତ ଯେ ମୁଁ ଏ ବିଷୟରେ କିଛି କହିପାରିବିନି ।
ରୁହ ! ରୁହ ! ଏଇଟା ଏମିତି କିଛି ବଡ଼ କଥା ନୁହେଁ । ସମସ୍ୟା କଣ କହିଲ
ଓ!
ଯା ମୁଁ ଏଇଠି ଭୁଲ୍ ବୁଣିଦେଲି ।
ଏଇଟା ସାରାର ଛୁଆ ପାଇଁ ।
ରୁହ, ସେଇଟା ଆଗ ସଜାଡ଼ି ଦିଅ, ନ ହେଲେ ପୁରା କାମଟା ନଷ୍ଟ ହେଇଯିବ ।
ତମର ଆଉ ମୌସାଙ୍କ ଭିତରେ କିଛି ସମସ୍ୟା ହେଇଛି କି ?
ମୌସା
ଦାଉଦ ବନ୍ଦୀ ହେବାରୁ, ତାଙ୍କ ମୁଣ୍ଡ ବିଗିଡ଼ି ଯାଇଛି ।
ସେ ରାଗିଗଲେ ଆଉ ମୋ ସ୍ୱାମୀଙ୍କ ବିଷୟରେ ଖରାପ କଥାକହି ଗାଳି ଦେଲେ ।
ତାପରେ ମୁଁ ବି ରାଗିଗଲି ।
ମୋର ଜାଣିବା ଉଚିତ ।
ବେଳେ ବେଳେ ଏମିତି ହେଇଥାଏ । ନିଜ ଉପରେ ରାଗନି ।
ମୋର ତାଙ୍କ ଉପରେ ଭୀଷଣ ରାଗ ହେଲା ।
ମୁଁ ତାଙ୍କୁ କଦର୍ଯ୍ୟ ଭାଷାରେ ଆଉ... ଘୃଣାରେ ଗାଳି ଦେବାକୁ ଇଚ୍ଛା କଲି ।
ଆଉ ସେୟା କଲି ।
ମୌସା ଦାଉଦର ବନ୍ଦୀ ପାଇଁ ମିଛଟାରେ ହାରୁନକୁ ଦୋଷ ଦଉଥିଲେ ।
ଆଉ ମୋତେ ଦୋଷ ଦଉଛନ୍ତି, କାରଣ ତାଙ୍କ ସ୍ତ୍ରୀ ଆଉ ଝିଅ ମସୀହଙ୍କୁ ମାନନ୍ତି ।
ମୁଁ କଣ କରିବି ଜାଣୁନି!
ହଉ ଏକଥା ଥାଉ ।
କିନ୍ତୁ ରିବିକା,
ଧର ମୁଁ ଯଦି ଏପରି ପରିସ୍ଥିତିରେ କାହାସହିତ ଝଗଡ଼ା କରିଥାନ୍ତି, ତମେ ମତେ କଣ କହିଥାନ୍ତ ।
କଣ କହିଥାନ୍ତି ?
ତମେ କହିଥାନ୍ତ କ୍ଷମା ଦେବାକୁ ।
ହଁ, ମୁଁ ଭାବୁଛି ସେୟା ।
ଏଇଟା ଠିକ୍ ଗୋଟେ ଛୋଟ ଭୁଲ୍ ଭଳି ।
ଯଦି ତମେ ପରିସ୍ଥିତିର ସାମ୍ନା କରି ମୌସାଙ୍କୁ କ୍ଷମା କରିପାରୁନ
ତେବେ ତମ ତିକ୍ତତାବଢ଼ି ବଡ଼ ଆକାରରେ ପରିଣତ ହବ ।
ତମ ହୃଦୟରେ ଈଶ୍ୱରଙ୍କ ଶାନ୍ତିକୁ ନଷ୍ଟ କରିଦବ । ତେଣୁ ରାଗରେ କି ତିକ୍ତତାରେ କୌଣସି ଭୁଲ୍ କାମ କରନି ।
ମନେପକାଅ ଯୀଶୁଙ୍କ ଯଉ କଥା ତମେ ମତେ କହିଥିଲ... ତାଙ୍କ ପାଇଁ ଲୋକମାନେ ଆମକୁ ଘୃଣା କରିବା ବିଷୟ ?
ତମେ ମସୀହଙ୍କ ପାଇଁ ନିନ୍ଦା ଅପମାନ ସହିଛ, ଏଇଟା ଭଲ କଥା
ତମେ ଠିକ୍ କହୁଛ ।
କିନ୍ତୁ ଏସବୁ ଥରେ ଥରେ ଅତି କଷ୍ଟ ଦେଇଥାଏ ।
ତମେ ମତେ ଆହୁରି କହିଥିଲ
ଯୀଶୁ କହିଥିଲେ ସମସ୍ତେ ତୁମ ସପକ୍ଷରେ ଭଲ କହିବା ଗର୍ବର ବିଷୟ ନୁହେଁ ।
ତମ କଥା ଶୁଣି ମୁଁ ସ୍ତବ୍ଧ ହେଇଯାଇଥିଲି ।
ତାଙ୍କ କଥାଗୁଡ଼ାକ ପ୍ରଥମେ ମୋତେ ଅର୍ଥହୀନ ମନେ ହେଲା ।
ଅବଶ୍ୟ ।
ମତେ ମୌସାଙ୍କ ପାଇଁ ପ୍ରାର୍ଥନା କରିବାକୁ ହବ ।
ଯେମିତି ସେ ଆଶୀର୍ବାଦ ପାଇବେ ।
ଏଁ ।
ହଁ ।
ଧନ୍ୟବାଦ, ନୌରା ।
ମୁଁ ପୁଣି ମୋର ସେଇ ସମୟକୁ ଫେରିଯିବି ରାଗ, କ୍ରୋଧ ଭୁଲି ଅନ୍ୟମାନଙ୍କୁ ଓ ମୌସାଙ୍କୁ ଭଲପାଇବି ।
ତମେ କାହିଁକି ତାଙ୍କ ପାଇଁ ପ୍ରାର୍ଥନା କରୁନ ଆଉ ତାଙ୍କୁ କ୍ଷମା ଦେଉନ, ରିବିକା ?
ପ୍ରଭୁ,
ମୌସାଙ୍କ ପ୍ରତି ଏତେ ରାଗିଯାଇ ଥିବାରୁ ମତେ କ୍ଷମା କର ।
ତୁମେ ତାଙ୍କୁ ଆଶୀର୍ବାଦ କର ପ୍ରଭୁ ।
ତୁମ ଅନୁଗ୍ରହରେ ପୂର୍ଣ୍ଣ କର ।
ତାଙ୍କ ପାଇଁ ତୁମ ବହୁମୂଲ୍ୟ ପ୍ରେମ ପ୍ରକାଶ କର ପିତା ।
ତାଙ୍କ ଦୃଷ୍ଟି ଶକ୍ତି ଫେରେଇ ଦିଅ ପ୍ରଭୁ
ହେ ପ୍ରଭୁ,
ସେ ମୋତେ ଆଉ ମୋ ସ୍ୱାମୀଙ୍କୁ ଯେତେ କଟୁ କଥା କହିଛନ୍ତି, ସେସବୁ ପାଇଁ ତାଙ୍କୁ
କ୍ଷମା ଦିଅ ପ୍ରଭୁ । ମୁଁ ତାଙ୍କୁ କ୍ଷମା ଦଉଛି,
ମୋତେ ଅପମାନିତ
ଆଉ ହତାଶ କରିଥିବାରୁ ।
କ୍ଷମା ଦେଉଛି ତାଙ୍କର କଟୁକଥା ଓ ରୁକ୍ଷ ବ୍ୟବହାର ପାଇଁ
ମୁଁ ତୁମକୁ ଧନ୍ୟବାଦ ଦିଏ
ଯେତେବେଳେ
ମୁଁ ତାଙ୍କୁ କ୍ଷମା ଦେଇଛି, ମୁଁ ବି ନିଶ୍ଚିତ ରୂପେ ତୁମ କ୍ଷମା ପାଇଛି ।
ଧନ୍ୟବାଦ, ପ୍ରଭୁ!
ଈଶ୍ୱରଙ୍କ ଗୌରବ ହେଉ । ଧନ୍ୟବାଦ ପ୍ରଭୁ ।
ଧନ୍ୟବାଦ, ନୌରା
ଧନ୍ୟବାଦ
ପ୍ରକୃତରେ ମତେ ପ୍ରଭୁଙ୍କ ପଥକୁ ଫେରାଇ ଆଣିଥିବାରୁ
ଏବେ,
ମୁଁ ଭାବୁଛି, ମୁଁ ମୌସାଙ୍କ ପାଖକୁ ଯିବି ଆଉ ତାଙ୍କୁ ଗାଳି ଦେଇଥିବାରୁ ତାଙ୍କୁ କ୍ଷମା ମାଗିବି ।
ତମେ କଣ ଭାବୁଛ ତାହା ଠିକ୍ ହେବ ରିବିକା ?
ତମେ କିଛି ସମୟ ଅପେକ୍ଷା କର ତାଙ୍କ ମନ ଠିକ୍ ହେବାଯାଏ ।
ନା ।
ମୁଁ ଭୁଲ୍ ଥିଲି ।
ମୋ ଭୁଲ୍ ପାଇଁ ମୁଁ ନିଜକୁ ଦୋଷୀ ମନେ କରୁଛି ।
ମୁଁ ଜାଣିନି କାହିଁକି । ମୁଁ ଭାବୁଛି ମୋର ଅବି ସେଠିକି ଯିବା ଦରକାର ।
ମୁଁ ତମ ସହିତ ଯିବି ।
ଅନ୍ତତଃ ପ୍ରାର୍ଥନା କରିପାରିବି ତ ।
କଣ ହେଲା ? ବାପାଙ୍କର କଣ ହେଇଛି ।
ସେ ରାଗିଯାଇଛନ୍ତି ।
ସେ ଗୋଟିଏ ଅଶାନ୍ତି ସୃଷ୍ଟି କଲେ ।
ଦୁଃଖ ଲାଗୁଛି ।
ତମେ ଯିବା ପରେ ମାଆର ମନ ଭାଙ୍ଗିପଡ଼ିଲା । ସେ ବୋଧେ ଅବି ଶୋଇପଡ଼ିଥିବ ।
ବିବାହିତ ଦମ୍ପତ୍ତି!
ଆସ!
ଯାକୁବ ଅବି ଅବି ଜେଲ୍ରୁ ଆସିଛି ।
ସେ କେମିତି ଅଛି ?
ମାଆ କେମିତି ଅଛି ?
ଆଜି ତା ଦେହ ବହୁତ ଖରାପ ଥିଲା ।
ଓଃ ସାରା ।
ମୁଁ କଣ କରିପାରିବି ?
ତାକୁ ବହୁତ ଜୋରରେ ମାରିଛନ୍ତି । କିନ୍ତୁ ସେ ଏବେ ଭଲ ଅଛି ।
କି ଦଫା ଲଗା ହେଇଛି ?
ରୋମ୍ ବିରୁଦ୍ଧରେ ଦେଶଦ୍ରୋହ ।
ପ୍ରଭୁ ଦୟା କରିବେ ।
ହୁଏତ ମୃତ୍ୟୁଦଣ୍ଡ ଦେବେ ।
ଦାଉଦ ଶୋଇପଡ଼ିନି ।
ସେ ଜାଣେ କଣ କରିବ ।
ତାର ବାପାମାଆ କଣ କହୁଛନ୍ତି ?
ଭଲରେ ନୁହଁ ।
ତାର ବାପା
ଯୁକ୍ତି କଲେ,
ଆଉ ତା ମାଆ...
ମାଆ ।
ତମର କଣ ଦରକାର ? ଆମେ କଣ କରିବା ?
ମୁଁ ଜାଣିନି,
ମୁଁ ଜାଣିନି, ମରିୟମ ।
ମତେ ଲାଗୁଛି, ମୁଁ
ମରିବି ।
ତମେ ବିଶ୍ରାମ ନିଅ ।
କାହିଁ କୁଆଡ଼େ ଗଲେ ତୋ ବାପା କାହାନ୍ତି
ସେ ଦାଣ୍ଡ ଘରେ ଅଛନ୍ତି । ସେ ଠିକ୍ ଅଛନ୍ତି । ତମେ ବ୍ୟସ୍ତ ହୁଅନି।
ନୌରା ମାଉସୀ ।
ରିବିକା ମାଉସୀ!
ଆରେ ଆୟୁବ ।
ମୁଁ ତମମାନଙ୍କୁ ଏଠି ଦେଖିବି ବୋଲି ଆଶା କରି ନ ଥିଲି ।
ମୁଁ ଜାଣେ ।
ମୁଁ ଆଜି ସକାଳର ଘଟଣା ପାଇଁ ଦୁଃଖିତ ।
କିଏ, ଆସିଛି ଆୟୁବ ?
କିଏ କଥା କହୁଛି ?
ଇଏ,
ନୌରା ମାଉସୀ ଆଉ ରିବିକା ମାଉସୀ, ବାପା ।
କଣ ?
ଓହୋ, ଏଠି କଣ ଚାଲିଛି!
ସେମାନେ ଏଠି କଣ କରୁଛନ୍ତି ?
ମୁଁ କ୍ଷମା ମାଗିବାକୁ ଆସିଛି, ମୌସା ।
ମୁଁ ଆଜି ସକାଳେ ହଠାତ୍ ରାଗିଗଲି,
ସେଥିପାଇଁ ମୁଁ ଦୁଃଖିତ ।
ହେ ଈଶ୍ୱର ଦୟା କର!
ମାଆ ।
ଯାକୁବ, ଆୟୁବ! ବାପା, ଶୀଘ୍ର ଆସ!
ମାଆ ମାଆ!
ନା!
ନା, ମାଆ, ଫେରି ଆସ ମାଆ ଫେରି ଆସ ।
ଲୈଲା!
ହେ ପ୍ରଭୁ ।
ଆପଣଙ୍କୁ ଏହି କାହାଣୀର କେଉଁ ସମ୍ପର୍କ ଅତି ଆଗ୍ରହପୂର୍ଣ୍ଣ ଲାଗୁଛି ।
ତିକ୍ତତା କେଉଁ ଭଳି ଏକ ଛୋଟ ଭୁଲ୍ ବିଷୟ ?
କ୍ରୋଧ ବା ତିକ୍ତତା କଣ ଈଶ୍ୱରଙ୍କ ଦୃଷ୍ଟିରେ ଯଥାର୍ଥ ? କାହିଁକି ବା କାହିଁକି ନୁହେଁ ?
ଖ୍ରୀଷ୍ଟଙ୍କ ଅନୁଗାମୀ ରୂପେ ଆମେ ମୃତ୍ୟୁକୁ କେଉଁପରି ଦେଖିବା ?
ଆପଣଙ୍କ ମନରେ କାହା ପ୍ରତି ଏପର୍ଯ୍ୟନ୍ତ ତିକ୍ତତା ଭରି ରହିଛି କି ?