Rivka·5 of 12

The Wind and the Wells

Rivka and Laila board up the well of a widow, Amira. Sara asks why Laila continues to help Amira. She and her kids keep drinking the bad water from their own well and get sick. They could come and get fresh water from the town. Rivka says they used to. But it was a lot of trouble. Later Noura asks about the meaning of the Holy Spirit. The Holy Spirit is God's presence. Though they can't see Him, He's there like the wind. Noura says she doesn't feel Him all the time. But Mariam points out that if they felt Him all the time, they wouldn't really be living by faith. But that He's always there. When Mariam walks with Rivka back toward Amira's, they talk about how drawing water from a good well or a bad well is a choice. No matter the circumstances, people can choose whether to follow the Spirit or to follow their own way. Like the wells, we choose which nature to go to. We're able to confess our sin at the moment we're aware of it and thank God for His forgiveness. Then we can choose to surrender control of our lives to Jesus and rely, by faith, on the Holy Spirit to fill us with His presence and power.

Ask yours

Bible Quotes

Share
Galatians 5:22-23

But the fruit of the Spirit is love, joy, peace, patience, kindness, goodness, faithfulness, gentleness, and self-control. Against such things there is no law.

Berean Standard Bible

Public Domain

Read more...
1 Corinthians 2:14-15

The natural man does not accept the things that come from the Spirit of God. For they are foolishness to him, and he cannot understand them, because they are spiritually discerned. The spiritual man judges all things, but he himself is not subject to anyone’s judgment.

Berean Standard Bible

Public Domain

Read more...
1 Corinthians 3:1-3

Brothers, I could not address you as spiritual, but as worldly — as infants in Christ. I gave you milk, not solid food, for you were not yet ready for solid food. In fact, you are still not ready, for you are still worldly. For since there is jealousy and dissension among you, are you not worldly? Are you not walking in the way of man?

Berean Standard Bible

Public Domain

Read more...
Free Resources

Want to understand the Bible more deeply?

Join our Bible study

Transcript

Odiya (ଓଡ଼ିଆ)
ରିବିକା. ବାୟୁ ଆଉ କୂପସମୂହ । ଆମକୁ ଯିବାକୁ ପଡ଼ିବ । ମୁଁ ପୁଣି ଆସିବି । ଆମେ ପୁଣି ଆସିବୁ । ମୁଁ ଭାବୁଛି ସେତିକି ଯଥେଷ୍ଟ, ନୋହ । ମାଆ, ତମେ ଠିକ୍ ଅଛ ତ? ଟିକେ କ୍ଳାନ୍ତ ଲାଗୁଛି । ତାଙ୍କୁ ବିଶ୍ରାମ ଦରକାର । ଆସ ମା । ଆମେ ତମକୁ ଘରକୁ ନେଇଯିବା । ଏତେ ବ୍ୟସ୍ତ ହୁଅନି । ଭୁଲ୍ ହେଲା, ମୋର ଯିବାର ନ ଥିଲା । ସେ ବିଷୟ ଏବେ ଭାବନି ଲୈଲା । ଆ ଖଟ ପାଖକୁ ଯିବା । ମାଆ, କଣ ହେଲା ? ଆମେ ପୁଣି ଅମିରା ପାଖକୁ ଯାଇଥିଲୁ । ମୁଁ ଭାବୁଛି, ଏତେବାଟ ଚାଲି ତୋ ମାଆ କ୍ଳାନ୍ତ ହୋଇପଡ଼ିଛନ୍ତି । ମାଆ କଷ୍ଟକରି ଯିବା ଉଚିତ ନ ଥିଲା । ତୁ କାହିଁକି ତାଙ୍କ ବଦଳେ ଗଲୁନି? ମୁଁ ଲୁଗା କାଚୁଥିଲି । ସେମାନେ ଯାଉଛନ୍ତି ବୋଲି ଜାଣି ଥିଲି । ଓଃ ତମାନେ, ଯୁକ୍ତିତର୍କ ବନ୍ଦ କର । ମୁଁ ନିଜେ ଯାଇଥିଲି । ସେ କାହିଁକି ସବୁବେଳେ ଅମିରା ଘରକୁ ଯାଉଛି ? ତାଙ୍କୁ ସାହାଯ୍ୟ କରିବାକୁ ଯାଇ ନିଜେ ମରିବ । ସେମାନଙ୍କ ରୋଗର ଶେଷ ନାହିଁ, କିନ୍ତୁ ନିଜେ ମରିବା ବଦଳରେ ସେମାନେ ଆମ ମାଆଙ୍କୁ ମାରିଦେବେ । ସାରା, ସେମିତି କଥା କହନି ସାରା ଏଇଟା ସତ, ତୁ ଏକଥା ଜାଣିଛୁ । ଜଣଙ୍କୁ ତ ଏହା ବନ୍ଦ କରିବାକୁ ପଡ଼ିବ । ଅମିରାଙ୍କ ଘରକୁ ଯିବା ପରିବାରର ଭୁଲ୍ କେଉଁଠି ରହିଲା? ସାରା ଠିକ୍ କହୁଛି । ସେମାନେ ସବୁବେଳେ ଅସୁସ୍ଥ । ତୋ ମାଆ ଭାବୁଛି ଯେ, ସେମାନଙ୍କ କୂଅ ପାଣି ଦୂଷିତ ହୋଇଯାଇଛି । ତେଣୁ ପାଣି ନେବା ପାଇଁ ସହରକୁ ଆସିବାକୁ ସେ ସେମାନଙ୍କୁ କହିଲେ । ସେମାନେ ତାଙ୍କ ଉପଦେଶ ଗ୍ରହଣ କଲେ । କେଇ ମାସ ପୂର୍ବରୁ ସେମାନେ ସେହି କୂଅର ପାଣି ପିଇବା ବନ୍ଦ କରିଦେଇଥିଲେ । ଆଉ ସାଙ୍ଗେ ସାଙ୍ଗେ ସେମାନଙ୍କ ସ୍ୱାସ୍ଥ୍ୟର ଉନ୍ନତି ହେଲା । ଆଉ, ତାପରେ... ତାପରେ ସେମାନେ କହିଲେ ଯେ, ସେହି ସ୍ଥାନ ବହୁତ ଦୂର ଓ କଷ୍ଟକର । ତେଣୁ ସେମାନେ ପୁଣି ଥରେ ନିଜ କୂଅ ପାଣି ପିଇବା ଆରମ୍ଭ କଲେ । ଫଳରେ ପୁଣି ସେମାନେ ଅସୁସ୍ଥ ହେଲେ । କାହିଁକି ତମେ ଏମିତି ମୂର୍ଖ, ଲୋକଗୁଡ଼ାଙ୍କ ପଛରେ ନିଜର ସମୟ ଆଉ ଶକ୍ତି ନଷ୍ଟ କରୁଛ? ହଁ ସେ ବୁଝିପାରିବନି । ଇଏ ତୋ ପ୍ରତି ତାର ପ୍ରେମ...ଯାହା ତାକୁ ଅନ୍ଧ କରିଦେଇଛି । ସାରା ପାଇଁ ଚିନ୍ତା କରନି । ତୁ ଆଶ୍ୱସ୍ତ ହ । ଟିକେ ପାଣି ପିଇଦେ । ଏବେ ଶୋଇପଡ଼ । ଶୋ । ଆ... ମା । ବାପା ତୋତେ ଦାୟିତ୍ୱ ଦେଇଛନ୍ତି । ତୁ ମାକୁ ସେଠିକି ଯିବାକୁ ଦେବୁନି । ମାଆଙ୍କୁ ରୋକିବି? ତୁ କଣ ସତରେ ଭାବୁଛୁ ମାଆ ମୋ କଥା ଶୁଣିବେ ? ସେ ଯଦି ଭାବୁଥିବେ, ଈଶ୍ୱର ତାଙ୍କୁ କରିବାକୁ କହିଛନ୍ତି, ତେବେ ମୁଁ କହିଲେ ବି ସେ କରିବେ । ସେଇଟା ଠିକ୍ ନୁହେଁ । ମାଆ ତୋ କଥା ଶୁଣନ୍ତି । ରିବିକାଙ୍କ ଘରେ ହେଉଥିବା ସାପ୍ତାହିକ ସଭାକୁ ଯିବାକୁ ମୁଁ ତାଙ୍କୁ ମନା କରିଥିଲି, କିନ୍ତୁ... ଋହ, ମୁଁ ତତେ ସାହାଯ୍ୟ କରୁଛି । ସେ ସେଠାକୁ ଯାଉଛନ୍ତି । ତୁ ଆଉ ମରିୟମ ଯାଉଚ । ସେଇଟା ଅଲଗା କଥା । ଓଃ, ତୁ ସେମିତି ଭାବୁଛୁ ଦାଉଦର ଏହି କଥା ପାଇଁ ମୁଁ ଦୁଃଖିତ । ମୋର ମନେ ଅଛି, ଯେତେବେଳେ ମୋ ସ୍ୱାମୀଙ୍କର ଆତ୍ମୀୟ ରୋମୀୟ ଖଜଣା ଆଦୟାକାରୀ ହେବାକୁ ତାଙ୍କୁ କହିବାକୁ ଆସିଥିଲେ । ସେହି କାର୍ଯ୍ୟ କରିବା ଦ୍ୱାରା ତାଙ୍କ ସମ୍ମାନ କ୍ଷତିଗ୍ରସ୍ତ ହେବ ଭାବି ହାରୁନ୍ ବ୍ୟସ୍ତ ହେଇପଡ଼ିଲେ । ଆଉ ସେଥିପାଇଁ ତ ସେ ତିବିରିୟାରେ ଆମ ଘରେ ନ ରହି ଏଠିକୁ କାମ କରିବାକୁ ଆସିଲେ । ମୋତେ ପସନ୍ଦ ନ କରିବାରେ ତୋ ଭାଇଙ୍କ ପାଖରେ ଅନେକ କାରଣ ଅଛି । ସାରା କହିଲା ତମେ ଏଇଠି ଅଛ ଓଃ! ନୋରା! ତମେ କେମିତି ଅଛ? ଭଲ ତମେ? ଖୁବ୍ ଭଲ । ତୁ କେମିତି ଅଛୁ ମରିୟମ ? ମାଆ ଦେହ ପୁଣି ଖରାପ । ଓଃ - ପୁଣି ଥରେ । କିନ୍ତୁ ଆମେ ସବୁ ଭଲ ଅଛୁ । ଧନ୍ୟବାଦ । ମୁଁ ତମକୁ କିଛି ପ୍ରଶ୍ନ ପଚାରିବି ରିବିକା । କି ପ୍ରଶ୍ନ? ପବିତ୍ର ଆତ୍ମା ଓଃ! ସହଜ ପ୍ରଶ୍ନ । ତୁମେ ଜାଣ ମୁଁ ସହଜ ପ୍ରଶ୍ନ କେବେ ପଚାରେନି । ସହଜ କଥା ସବୁ କଣ କିପରି ତା ମୁଁ ବୁଝିସାରିଛି । ଅବଶ୍ୟ । ତମେ ଏଠି ଟିକେ ବସ ମୁଁ ମରିୟମକୁ ଲୁଗା ଶୁଖେଇବାରେ ସାହାଯ୍ୟ କରେ । ବଢ଼ିଆ ଥଣ୍ଡା ପବନ । ଏଇ, ପବିତ୍ର ଆତ୍ମାଙ୍କ ବିଷୟରେ ତମେ ଯାହା କହୁଛ, ତାମାନେ କଣ ହେଇପାରେ ? ହୁଁ, ମାନେ... ଯୀଶୁ ସ୍ୱର୍ଗକୁ ଆରୋହଣ କରିବା ପୂର୍ବରୁ, ତାଙ୍କ ଶିଷ୍ୟମାନଙ୍କୁ କହିଲେ ଯେ, ଯେଉଁମାନେ ତାଙ୍କଠାରେ ବିଶ୍ୱାସ କରନ୍ତି, ସେମାନଙ୍କ ସଙ୍ଗେ ସେ ସର୍ବଦା ରହିବେ । ଶାରୀରିକ ରୂପେ ନୁହେଁ, କିନ୍ତୁ ତାଙ୍କ ଆତ୍ମାରେ, ସେହି ପବିତ୍ର ଆତ୍ମା ଆମ ସହ ରହିବେ । ଏଣୁ ଆମେ ତାଙ୍କୁ ନ ଦେଖି ପାରିଲେ ମଧ୍ୟ ତାଙ୍କ ଉପସ୍ଥିତି ଅନୁଭବ କରୁ । ଯେମିତି ଆମେ ଏହି ପବନକୁ ଅନୁଭବ କରୁଛୁ । ଦେଖ ସେଇ ଲୁଗାସବୁ କେମିତି...ହାଲୁକା ପବନରେ ଏପଟ ସେପଟ ହୋଇ ଦୋହଲୁଛି । ଆଉ ତୁମ ଦେହରେ ବି ତୁମେ ପବନକୁ ଅନୁଭବ କରୁଛ । ଆଉ ତୁମେ ସେହି ପବନକୁ ଦେଖିପାରୁଛ, ଯେତେବେଳେ ପତ୍ରସବୁ ପବନରେ ହଲୁଛି । ସେଇ ଲୁଗାଗୁଡ଼ିକ ପାଇଁ, ଆଉ ପଡ଼ିଆରେଥିବା ଗଛଗୁଡ଼ିକ ପାଇଁ, ପୁଣି ଆମର ଶରୀର ପାଇଁ... ଆମେ ଜାଣୁଛୁ ଯେ, ପବନ ବୋହୁଛି । ଆମେ ପବନକୁ ଦେଖିପାରୁନୁ କିନ୍ତୁ ପବନକୁ ଅନୁଭବ କରିପାରୁଛୁ । ଠିକ୍ ସେହିପରି, ଆମେ ପବିତ୍ର ଆତ୍ମାଙ୍କୁ ଦେଖିପାରୁନାହୁଁ, କିନ୍ତୁ ଆମେ ତାଙ୍କର ଉପସ୍ଥିତିକୁ ଅନୁଭବ କରିପାରୁ । ଏ ଜଗତ ଓ ଆମ ଚାରିପାଖରେ ଥିବା ଲୋକଙ୍କ ଉପରେ ତାଙ୍କର ପ୍ରଭାବ ଦେଖୁ ଆଉ ଆମ ନିଜ ଜୀବନରେ ବି । ମୁଁ ଜାଣେ, ସେ ମୋ ସହିତ ଅଛନ୍ତି, କିନ୍ତୁ ସବୁ ସମୟରେ ନୁହେଁ। ମୁଁ ଭାବେ ଯଦି ଆମେ ତାଙ୍କୁ ସବୁବେଳେ ଅନୁଭବ କରନ୍ତୁ, ତେବେ ଆମେ ବିଶ୍ୱାସର ଜୀବନ କାଟନ୍ତୁ ନାହିଁ । ଏଇଟା ସତ, ମରିୟମ । ଆମେ ବିଶ୍ୱାସରେ ଜୀବନ କାଟୁ, ଅନୁଭବ ଦ୍ୱାରା ନୁହେଁ । କିନ୍ତୁ ଆମେ ପବିତ୍ର ଆତ୍ମାଙ୍କ ଶକ୍ତିରେ ଜୀବନ କାଟିପାରିବା... ସବୁ ସମୟରେ । ଏହା କଣ ଏକ ପାଲଟଣା ଡଙ୍ଗାରେ ପବନକୁ ଧରି ରଖିବା ଭଳି ବିଷୟ ? ମୁଁ ଭାବୁଛି ସେଇୟା । ତମକୁ... ପବନକ ଧରିବା ପାଇଁ ପାଲକୁ ଉପରକୁ ଟେକିବାକୁ ହେବ । ତାହା ହଉଛି ବିଶ୍ୱାସର କାର୍ଯ୍ୟ । ଆମେ ଯେତେବେଳେ ପବିତ୍ର ଆତ୍ମାରେ ଆମକୁ ପୂର୍ଣ୍ଣ କରିବାକୁ ପ୍ରାର୍ଥନା କରୁ, ସେହି ଶକ୍ତି, ଆମ ଜୀବନକୁ ଓ ଦିଗ୍ଦର୍ଶନ ଦିଏ, ଆଉ ତାହା ବିଶ୍ୱାସର ପ୍ରାର୍ଥନା ହୋଇଥାଏ । ଆଉ ଯେତେବେଳେ ଯେତେବେଳେ ଆମେ କୂଅରୁ ପାଣି କାଢ଼ୁ ? ସେଇଟା କଣ ପବିତ୍ର ଆତ୍ମାରେ ପୂର୍ଣ୍ଣ ହେବା ଭଳି ନୁହଁ ? ତାର ଅର୍ଥ କଣ ମରିୟମ ? ସହରର କୂଅର ସ୍ୱଚ୍ଛ ପାଣି ପାନ କଲେ, ଆମକୁ ସତେଜ କରି ଜୀବନ ପ୍ରଦାନ କରେ । ଅମୀରା କୂଅର ପାଣି ଖରାପ, ଯେମିତି ବେଳେ ବେଳେ ମୋର ହୁଏ । ମାନେ, ବେଳେ ବେଳେ ମୁଁ ଯାହା କରେ ବୋଲି ଈଶ୍ୱର ଚାହାନ୍ତି, ସେଗୁଡ଼ା କରେନି । ବେଳେ ବେଳେ ମୁଁ ସଂକୀର୍ଣ୍ଣମନା, ହେବାକୁ ଇଚ୍ଛା କରେ । ଏଇଟା କଣ ଗୋଟେ କୂଅରେ ବୁଡ଼ି ମାରିଲା ଭଳି ନୁହେଁ? ହଁ, ତାହା ନିଶ୍ଚୟ, ମରିୟମ । ଆଉ ଅମୀରାର କୂଅ କଥା ? ମରିୟମ ଏବେ କହୁଥିଲା ଯେ, ଅମୀରାର ମଇଳା କୂଅ ଠିକ୍ ଆମର ପୁରୁଣା ପାପପୂର୍ଣ୍ଣ ପ୍ରକୃତି ଭଳି, ଆମର ସେଇ ପ୍ରକୃତି ସବୁବେଳେ ସ୍ୱାର୍ଥପର ବା ପ୍ରବଞ୍ଚନା କରିବାକୁ ଆଗଭର । ଆଉ ଏଠାରେ ସହରର କୂଅର ସ୍ୱଚ୍ଛ ଜଳ ଈଶ୍ୱରଙ୍କ ଆତ୍ମାଙ୍କ ସଦୃଶ ଅଟେ । ଏଇଟା ଏଇଭଳି ଚିନ୍ତା କର । ଯେତେବେଳେ ଯୀଶୁଙ୍କର ବଳିଦାନକୁ ଆମେ ଗ୍ରହଣ କରୁ ଆଉ ତାଙ୍କ ସହ ସଂପର୍କ ସ୍ଥାପନ କରୁ, ସେତେବେଳେ ନିଜ ହୃଦୟ ଓ ଜୀବନରେ ପବିତ୍ର ଆତ୍ମାଙ୍କୁ ଗ୍ରହଣ କରୁ । ଈଶ୍ୱର ଆମକୁ ତାଙ୍କର ବାଧ୍ୟ ହେବା ନିମନ୍ତେ ବଳ ପ୍ରୟୋଗ କରନ୍ତିନି। ଆମେ ସେଇ ପୁରୁଣା ସ୍ୱଭାବରେ ଜୀବନ କାଟିବାକୁ ଭଲ ପାଉ, ଯାହା ଆମକୁ ଭୁଲ୍ କରାଏ, କିମ୍ବା ପବିତ୍ର ଆତ୍ମାରେ ଜୀବନ କାଟିବାକୁ ଭଲପାଉ, ଯଉଥିରେ ଈଶ୍ୱରଙ୍କ ଉପସ୍ଥିତି ଥାଏ । ତାହା ଆମକୁ ଠିକ୍ କାମ କରି ତାଙ୍କୁ ସନ୍ତୁଷ୍ଟ କରିବାକୁ ନିର୍ଦ୍ଦେଶ ଦିଏ । କିନ୍ତୁ ଥରେ ଥରେ ପବିତ୍ର ଆତ୍ମାରେ ଜୀବନ କାଟିବା କଠିନ ହେଇଥାଏ । ଯେମିତି ଅମୀରା ପରିବାର ପାଇଁ ସ୍ୱଚ୍ଛ କୂପରୁ ଜଳ ଆଣିବାକୁ ଏତେ ଦୂର ଯିବା କଠିନ ଥିଲା । ଆମେ ସେହି ପୁରୁଣା କୂପ ପରି ଆମର ପୁରୁଣା ସ୍ୱଭାବରେ ଅଭ୍ୟସ୍ତ । କିନ୍ତୁ ଯେବେ ଆମେ ପୁରୁଣା ଅଭ୍ୟାସକୁ ମନୋନୀତ କରୁ ବା ସେହି ଅଭ୍ୟାସରେ ପୁନର୍ବାର ପଡ଼ିଯାଉ, ଆମେ ଈଶ୍ୱରଙ୍କ ନିକଟରେ ପାପ ସ୍ୱୀକାର କରିପାରିବା । ଆଉ ଆମେ ଯେ ଅନୁତପ୍ତ, ତାଙ୍କୁ ଜଣାଇବା । ତାହେଲେ ଆମେ ଜୀବନର ନୂତନ କୂପରୁ ପୁଣି ଥରେ ଜଳପାନ କରିପାରିବା, ମାନେ ପବିତ୍ର ଆତ୍ମାଙ୍କ ଶକ୍ତି ପାଇବା । ତେବେ ପୁଣି ଥରେ ସବୁ ଠିକ୍ ହୋଇଯିବ । ଠିକ୍ କଥା ପ୍ରଭୁଙ୍କ ସହ ଆମ ସମ୍ପର୍କ ପୁଣି ଥରେ ପରିଷ୍କାର ଓ ସୁଦୃଢ଼ ହୋଇଯିବ, କିନ୍ତୁ ଆମ ପାପର ପରିଣାମ ମଧ୍ୟ ରହିଛି । ଆଉ ଅନେକଥର ସେହି ପରିଣାମ ସହ ଜୀବନ କାଟିବାକୁ ପଡ଼େ । ଆଜି ମୁଁ କିନ୍ତୁ, ସେଇ ପୁରୁଣା ମଇଳା କୂଅରୁ ପାଣି କାଢ଼ିଛି । ତମେ କଣ କହୁଛ ? ଯେତେବେଳେ ଅମୀରା ପାଖକୁ ମାଆ ଯିବା ବିଷୟରେ ମୁଁ ରାଗିଲି, ମୁଁ ସେଥିପାଇଁ ତତେ ଗାଳି ଦେଲି । ମୁଁ ମାଆ ଉପରେ ରାଗି ପାରି ନ ଥାଆନ୍ତି, କାରଣ ସେ ଅସୁସ୍ଥ, ଏଣୁ ମୁଁ ତୋ ଉପରେ ରାଗ ଶୁଝେଇଲି । ସେଇଟା ଠିକ୍ ହେଲାନି । ବୋଧେ ...ଏହା ଈଶ୍ୱରଙ୍କୁ ସନ୍ତୁଷ୍ଟ କରୁ ନ ଥିଲା, ସେଥିପାଇଁ ସମ୍ଭାଳିପାରିଲିନି, ଆଉ ତୋ ଉପରେ ରାଗିଲି । ତୁ କଣ ମୋତେ କ୍ଷମା ଦେବୁନି, ମରିୟମ? ଓହୋ, ସାରା । ସେଇ ପୁରୁଣା କୂଅ ପାଖକୁ ମୁଁ ଏବେ ବି କେତେ ଥର ଯାଇଛି । ପବନ କୂଅ ମୁଁ ପ୍ରକୃତରେ କିଛି ବୁଝିପାରୁନି । ଈଶ୍ୱର କିଏ ସେ ଏ ଜଗତରେ କଣ କରୁଛନ୍ତି, ସେଥିରେ ଏତେ ବିଷୟ ରହିଛି ଯେ ସେଗୁଡ଼ିକ ଆମ ଜ୍ଞାନ ବାହାରେ । ସବୁଠୁ ବଡ଼ ବିଷୟ ଏହା ମନେ ରଖିବା ଯେ, ପବିତ୍ର ଆତ୍ମା ହେଉଛନ୍ତି ଆମ ସହିତ ଈଶ୍ୱର ପ୍ରତିକ୍ଷଣର ପ୍ରତିଟି ମୁହୂର୍ତ୍ତ । ଯୀଶୁ ପ୍ରତିଜ୍ଞା କରିଥିଲେ ଯେ ସେ ସର୍ବଦା ଆମ ସହିତ ରହିବେ । ଆଉ ସେ ଆମକୁ ଛାଡ଼ିବେନି କି ପରିତ୍ୟାଗ କରିବେ ନାହିଁ । ସେ ପବିତ୍ର ଆତ୍ମାଙ୍କ ଦ୍ୱାରା ନିଜ କଥାରେ ଅଟଳ ରୁହନ୍ତି । ଆମେ କଦାପି ଏକୁଟିଆ ନୋହୁଁ । ଆମେ ସବୁବେଳେ ତାଙ୍କ ନିକଟରେ ଆମ ପାପ ସ୍ୱୀକାର କରିପାରିବା ତାଙ୍କ ଆତ୍ମାଙ୍କ ଶକ୍ତି ଦ୍ୱାରା ସମ୍ପୂର୍ଣ୍ଣ ରୂପେ ସୂଚୀ ଓ ପବିତ୍ର ହେଇପାରିବା । ଈଶ୍ୱର ମୋ ସହିତ ଅଛନ୍ତି । ଏଇଟା ବହୁତ ଭଲ କଥା । ହଁ, ତାହା ଠିକ୍ । ମୁଁ ଟିକେ ମାଆକୁ ଦେଖିଆସେ । ମୁଁ ଏବେ ଘରକୁ ଯିବି । କୂପ ବିଷୟରେ ତୁମେ ଯଉ କଥା କହିଥିଲ ମୁଁ ଭାବୁଛି...ଲୈଲା ଥରେ ମତେ କହିଥିଲେ ଯୀଶୁ କାହାକୁ ଜୀବନ୍ତ ଜଳ ଦେବା ବିଷୟରେ । ସେ କଣ ପବିତ୍ର ଆତ୍ମାଙ୍କ ବିଷୟ କହୁଥିଲେ ? ହଁ ହଁ । ଯୀଶୁ ଜଣେ ସ୍ତ୍ରୀଲୋକକୁ ଭେଟିଲେ, ସେ ଶମରିୟାର ଏକ କୂଅରୁ ପାଣି କାଢ଼ୁଥିଲା । ମଗ୍ଦଲିନୀ ମରିୟମ ବି ସେଠି ଥିଲେ । ଓହୋ! ମରିୟମ କହୁଥିଲେ ସେଇ ସ୍ତ୍ରୀଲୋକର ମୁହଁ ଚମକ୍ରାର ଦେଖାଯାଉଥିଲା । ସେ ଯୀଶୁଙ୍କ କଥାରେ ସଂପୂର୍ଣ୍ଣ ରୂପେ ପରିବର୍ତ୍ତିତ ହେଇଯାଇଥିଲା । ଯୀଶୁ ତାକୁ ଯେଉଁ ଜୀବନ୍ତ ଜଳ ବିଷୟରେ କହିଲେ, ସେ ତାହା ପିଇସାରିଥିଲା । ମୁଁ ସେ ବିଷୟରେ କିଛି କିଛି ଜାଣେ । ଯେବେଠୁ ମୁଁ ଯୀଶୁଙ୍କୁ ମୋ ଜୀବନ ଦେଇଛି, ସେବେଠୁ ମୋ ଅନ୍ତରରେ ଶାନ୍ତି ପାଇଛି । ଏହା ଯେମିତି ସବୁଠୁ ସ୍ୱଚ୍ଛ ନିର୍ମଳ ଥଣ୍ଡା ଜଳ ଭଳି ଯାହା ପରିଷ୍କୃତ କରେ ଥରକୁ ଥର । ସେଇ ଜୀବନ୍ତ ଜଳକୁ ପିଇ ଚାଲ, ମାଉସୀ । ଆଉ ତମେ ଯଦି କେବେ ତାଙ୍କଠାରୁ ଦୂରେଇ ଯାଇଥିବା ମନେକର, ତାଙ୍କ ପାଖକୁ ଯାଇ ଯାହା ତୁମକୁ ତାଙ୍କଠୁ ଦୂରେଇ ଦେଇଛି, ତାହା ସ୍ୱୀକାର କର । ଆଉ ପବିତ୍ର ଆତ୍ମାଙ୍କୁ ଗ୍ରହଣ କର, ପାନ କର ମାଉସୀ । ସେଇ ଅନୁଭୂତି କେବଳ ଥରଟିଏ ହୁଏନି ଏହା ବାରମ୍ବାର ଆଉ ଥରକୁ ଥର ହୋଇଥାଏ । ଏତେ ବର୍ଷ ଭିତରେ, ମୁଁ କେବେ ଭାବି ନ ଥିଲି ଏଭଳି ଜୀବନ କାଟିପାରିବି । ହେଇପାରେ ଏଇ ଜୀବନ୍ତ ଜଳକୁ ତୁମେ ଅଧିକ ପସନ୍ଦ କରିବ, କାରଣ ଏହା ବିନା ତମେ ଏତେ ବର୍ଷ ଯେ କାଟିଛ । ଏବେ ମତେ ଯିବାକୁ ହବ । ମତେ ହୁଏତ ଅମୀରା ଅପେକ୍ଷା କରିଥିବ । ମୁଁ ବି ଯାଇ ଲୈଲାକୁ ଦେଖି ଆସିବି । ମୁଁ କଣ ତମ ସାଙ୍ଗେ ଯିବି, ମାଉସୀ ? ଆସୁନୁ, ଝିଅ । ରିବିକା ମାଉସୀ, ତମେ କଣ କେବେ ସେଇ ପୁରୁଣା କୂଅରୁ ପାଣି କାଢ଼ିଛ ? ହଁ ମୁଁ କାଢ଼ଛି, ମରିୟମ । କେତେବେଳେ? ଶୁଣ୍, ମୁଁ ମୋ ସ୍ୱାମୀଙ୍କୁ କେତେଗୁଡ଼ିଏ କଥା କହିଛି, ଯେଉଁଥିପାଇଁ ମୁଁ ଖୁସି ନଥିଲି । ମୁଁ ସାରା ଆଉ ଦାଉଦକୁ ଯାହାସବୁ କହିଛି ସେଥିରେ ମୁଁ ଖୁସି ନୁହେଁ । କିନ୍ତୁ ପ୍ରକୃତରେ ସେମାନେ ମୋତେ ଏମିତି କହିବାକୁ ବାଧ୍ୟ କରନ୍ତି । ସେମାନେ ଭାବନ୍ତି ମୁଁ ଯେମିତି ଗୋଟିଏ ଛୋଟ ଝିଅ । ଓଃ, ଲୋକମାନେତ ନିଶ୍ଚୟ କହିବେ ସେଥିରେ କିଛି ଯାଏଆସେ ନାହିଁ । ଆମର ନିଜର ପସନ୍ଦ ଆବଶ୍ୟକ । ଦେଖ, ଆମ ସାମ୍ନାରେ ଦୁଇଟି ରାସ୍ତା ପଡ଼ିଛି । ଆମେ ପସନ୍ଦ କରିବା, କଉ ରାସ୍ତାରେ ଯିବା । ଆମେ ପ୍ରାର୍ଥନାରେ ପ୍ରଭୁଙ୍କ ପାଖକୁ ଆସିପାରିବା । ଆଉ ଆମେ ନିଜେ ଯାହା କରିପାରିବାନି, ତାହା ଆମ ମଧ୍ୟରେ କରିବାକୁ ତାଙ୍କୁ କହିପାରିବା । ଯେଉଁମାନଙ୍କୁ ଅନ୍ୟମାନେ ଘୃଣା କରନ୍ତି, ସେମାନଙ୍କୁ ପ୍ରେମ କରିବାକୁ ସାମର୍ଥ୍ୟ ଦେବାକୁ, ବା ଚିଡ଼ିଯାଉଥିବା ସମୟରେ ଆମକୁ ଧୈର୍ଯ୍ୟ ଦେବାକୁ । କିମ୍ବା ଆମ ଅନ୍ତରରେ ଶୁଭୁଥିବା ସେଇ କ୍ଷୀଣ ସ୍ୱରକୁ ଉପେକ୍ଷା ନ କରିବାକୁ ଯାହା ଈଶ୍ୱରଙ୍କ ଆଡ଼କୁ ଫେରାଇନିଏ ଆଉ ଅନ୍ୟ ପ୍ରତି ଦୁର୍ବ୍ୟବହାର ନ କରିବାକୁ ପରାମର୍ଶ ଦିଏ ଅନ୍ୟମାନଙ୍କୁ ମନ୍ଦ କଥା ନ କହିବାକୁ କହେ ଆମେ ବୟସରେ ବଢ଼ିଲେ ଏଇଟା କଣ ସହଜ ହୁଏ ? ଶୁଣ୍, ମୁଁ ବିଶ୍ୱାସ କରେ ଯେ, ଆମେ ଯାହା ଅଭ୍ୟାସ କରୁ...ଆମର ଭଲ ବା ଖରାପ ପାଇଁ । କିନ୍ତୁ ଈଶ୍ୱରଙ୍କ ପ୍ରତି ଆମେ ଯେତେ ଅଧିକ କୃତଜ୍ଞ ଓ ସମର୍ପଣର ମନୋଭାବ ନେଇ ଜୀବନ କାଟୁ, ଆମକୁ ତାଙ୍କ ସ୍ୱର ଶୁଣିବାକୁ, ଆଉ ତାଙ୍କ ପ୍ରତି ଆଗ୍ରହୀ ହେବାକୁ ସହଜ ହୁଏ । କିନ୍ତୁ ଆମେ ଆମ ନିଜ ବାଟରେ ଚାଲିବାକୁ ପସନ୍ଦ କରୁ । ମୁଁ କିନ୍ତୁ ଏମିତି ପସନ୍ଦ କରେ । ନାଇଁ ନାଇଁ, ସେଇ ବାଟ ମତେ ଅମୀରା ପାଖକୁ ନବନି । ମୁଁ ଜାଣିଛି । ଯାହା ହେଉ ତୁ ଏତେ ବାଟ ଆସିଲୁ । ପବିତ୍ର ଆତ୍ମା କେମିତି ପବନ ସଦୃଶ ଅଟନ୍ତି ? ଅମୀରା ଆଉ କୂପଗୁଡ଼ିକର କାହାଣୀ ଈଶ୍ୱରଙ୍କ ସହ ଆମ ନୂତନ ଜୀବନ ବିଷୟରେ କଣ ପ୍ରକାଶ କରେ ? ଆପଣଙ୍କର ପୁରାତନ ପ୍ରକୃତିକୁ ପସନ୍ଦ କରିବାକୁ ଆପଣ ଶେଷଥର କେବେ ପ୍ରଲୋଭିତ ହୋଇଥିଲେ ? ଏହାର ଫଳାଫଳ କଣ ଥିଲା ? ଆମେ ନିଜର ଖରାପ ଅଭ୍ୟାସଗୁଡ଼ିକୁ କିପରି ଫଳପ୍ରଦ ରୂପେ ବଦଳେଇ ପାରିବା ? ପବିତ୍ର ଆତ୍ମାଙ୍କ ବିଷୟରେ ଆପଣ କଣ ଶିଖିଲେ ?
JesusFilm