ରିବିକା.
ହସ୍ତକର୍ମ
ଯେଉଁମାନେ ଦେଇପାରିବେ ନାହିଁ, ମୁଁ ସେମାନଙ୍କ ନାର୍ଯ୍ୟ ଦାବୀଠାରୁ ପଇସାଟିଏ ବି ଅଧିକା ନେଉନାହିଁ,
ଆଉ ମୁଁ ନଉଚି ବୋଲି ତୁମେ କହୁଥିବାରୁ ମୋତେ ରାଗ ଲାଗୁଛି ।
ହାରୁନ
ତମେ ଯେତେବେଳେ ପିଇଥାଅ, ତମର ବୁଦ୍ଧି ହଜିଯାଏ ।
ପିଇଥାଏ ? ସେଇଟା ମୋ ଇଚ୍ଛା,
ହଁ ମୁଁ ରାତିରେ ଖାଇବାବେଳେ ଟିକେ ମଦ ପିଇଥାଏ । ସେଥିରେ କଣ ଭୁଲ୍ ଅଛି ?
ସେ ସ୍ତ୍ରୀ ଲୋକ ମିଥ୍ୟାବାଦୀ ରିବିକା ତୁମେ ତା ପକ୍ଷ ନେବା ଉଚିତ ନୁହେଁ ।
ନା, ଯାଅନି ।
ଓଃ
ମରିୟମ, ଡାଲିଆ, ଆସ, ଭିତରକୁ ଆସ
ଆସ
ଏଠି ବସ
ତୋ ମା କେମିତି ଅଛନ୍ତି ?
ରିବିକା,
ମୁଁ ଟିକେ ରାଗିଯାଇଥିଲି, କଥା କଣ କି
ତମେ ଏଠି କଣ କରୁଛ ?
ମୁଁ ବିଶ୍ୱାସ କରିପାରୁନି ଯେ, ମୌଷା ଖଜଣା ଦେବାରୁ ରକ୍ଷା ପାଇବାକୁ ତା ଝିଅକୁ ପଠାଇ ଦେଇଛି ।
ସେ ଲୋକ ଗୋଟେ ଭୀରୁ ।
ଓଃ ! ଝିଅ,
ମୁଁ ବହୁତ ଦୁଃଖିତ ।
କଣ କହିବି ମୁଁ ଜାଣିପାରୁନି ।
ଆଜି ମୋ ସ୍ୱାମୀଙ୍କ ଅବସ୍ଥା ଭଲ ନାହିଁ ।
(ଅପ୍ରସ୍ତୁତ ସ୍ୱରରେ) ବ୍ୟସ୍ତ ହୁଅ ନାହିଁ
ମାଆ ତମ ପାଇଁ କିଛି ଖଜୁରି ପଠେଇଛନ୍ତି ।
ତମର ସାହାଯ୍ୟ ପାଇଁ ଛୋଟିଆ ଉପହାର ।
ସେ କେତେ ଭଲ
ଧନ୍ୟବାଦ ଚାଲ ଯିବା,
ମୁଁ ତମ ମାଆଙ୍କୁ ଓ ଭଉଣୀକୁ ଦେଖିବାକୁ ଚାହେଁ, ମୋର ଟିକେ ଖୋଲା ପବନ ବି ଦରକାର ।
ରିବିକା ମାଉସୀ!
ନମସ୍କାର ।
କେମିତି ଅଛ ?
ଭଲ ।
ମା ଆଜି କେମିତି ଅଛନ୍ତି ?
ବହୁତ ଭଲ ।
ସେ ଅମିରାଙ୍କ ଅସୁସ୍ଥ ପିଲାମାନଙ୍କ କଥା ବୁଝିବାକୁ ଥିଲେ ।
ତୋ ମାଆ କେତେ ଭଲ ।
ଅସୁସ୍ଥ ଥାଇ ବି ଅନ୍ୟମାନଙ୍କୁ ସାହାଯ୍ୟ କରିବାକୁ ଯାଇଛନ୍ତି!
ଏହା ନିଶ୍ଚୟ ତାଙ୍କର ମଙ୍ଗଳ କରିବ ।
ହଁ ।
ଆଉ ତୁ କେମିତି ଅଛୁ,
ଝିଅ ସାରା ?
ତୁ ନିଶ୍ଚେ କ୍ଳାନ୍ତ,
ତୋ ମାଙ୍କର ଆଉ ପୁରା ଘରର କାମ କରି ।
ମୁଁ ସେଥିପାଇଁ କ୍ଳାନ୍ତ ହୋଇପଡ଼ିଛି,
ମୁଁ ଗର୍ଭବତୀ ପୁଣି ଥରେ ।
ହଁ!
ତୁ କଣ ଡରୁଛୁ ?
କାଳେ ଗର୍ଭପାତ ହୋଇଯିବ ?
ଆୟୁବ ଓ ମୁଁ ଯିହୁଦା ଛାଡ଼ି ଯିବାକୁ ସ୍ଥିର କରିଛୁ
ଆନ୍ତିୟୋଖକୁ ଯିବାକୁ ଚାହୁଁଛ, ସେଠି ତାଙ୍କ ବାପା ମାଆ ଅଛନ୍ତି ।
ହଁ
ମୁଁ ଏ ଅବସ୍ଥାରେ କେମିତି ଯାଇପାରିବା ?
ଏ ପରିସ୍ଥିତିରେ ଏମିତି ବିଳମ୍ବ ହେବାଟା
ଭଲ ହବନି
କଉ କାରଣରୁ ?
ହୁଏତ ମୁଁ ଏହି ଶିଶୁଟିକୁ ମଧ୍ୟ ହରାଇ ଦେଇପାରେ ।
ହେ ପ୍ରଭୁ କିନ୍ତୁ ଏତେ ଦୂର ବାଟ ରିବିକା ମାଉସୀ
ଆଉ କେତେ ପ୍ରାର୍ଥନା କରିବି ମୁଁ ଜାଣୁନି
ଗୋଟିଏ ସମୟ ଥିଲା
ଯେତେବେଳେ
ଯୀଶୁଙ୍କ ଶିଷ୍ୟମାନେ ଭାବିଥିଲେ ଯେ, ଈଶ୍ୱର ସେମାନଙ୍କ କଥା ଚିନ୍ତା କରୁନାହାନ୍ତି
ସତରେ ?
ହଁ ।
ସେମାନେ ମାଛଧରା ଡଙ୍ଗାରେ ଥିଲେ,
ଆଉ ଯୀଶୁଙ୍କୁ ଗାଲିଲୀ ସମୁଦ୍ରର ଆରପାରିକି ନଉ ଥିଲେ ।
ଯୀଶୁ ସେଇ ଡଙ୍ଗାରେ ଶୋଇ ପଡ଼ିଲେ ।
ଆଉ ତାପରେ ସେହି ହ୍ରଦରେ ଗୋଟିଏ ପ୍ରଚଣ୍ଡ ଝଡ଼ ଆସିଲା ।
ଶିଷ୍ୟମାନେ ନିଜ ଜୀବନ ପାଇଁ ଭୟଭୀତ ହୋଇପଡ଼ିଲେ,
ଯେମିତି
ତୁ ତୋର ଗର୍ଭସ୍ଥ ଶିଶୁର ଜୀବନ ପାଇଁ ଭୟ କରୁଛୁ ।
ସେମାନେ ଭୟଭୀତ ହେବାର ଯଥେଷ୍ଟ କାରଣ ମଧ୍ୟ ଥିଲା ।
ଡଙ୍ଗାରେ ପାଣି ପଶିବାକୁ ଲାଗିଥିଲା ।
ଆଉ ସେମାନେ ବୁଡ଼ିଯାଇଥାଆନ୍ତେ
ତେଣୁ
ସେମାନେ ଯୀଶୁଙ୍କୁ ଉଠାଇଲେ
ଆଉ ସେମାନେ ତାଙ୍କୁ କହିଲେ,
ପ୍ରଭୁ,
ଆମ ପାଇଁ ଆପଣଙ୍କର ଚିନ୍ତା ନାହିଁ ?
ସେ ଛିଡ଼ା ହୋଇ
ପବନ ଓ ଢେଉକୁ ଧମକ ଦେଲେ
ଆଉ ଶିଷ୍ୟମାନଙ୍କ ମନରେଥିବା ଭୟକୁ ଦୂର କରିଥିଲେ ।
କିନ୍ତୁ ତାପରେ
ସେମାନଙ୍କୁ ଅନୁଯୋଗ କରି ।
ସେମାନଙ୍କୁ କହିଲେ,
ତମର ବିଶ୍ୱାସ କାହିଁ ?
ଶିଷ୍ୟମାନେ ଯୀଶୁଙ୍କୁ
ବିପଦ ସମୟରେ ଉଠାଇବା ଓ ତାଙ୍କୁ ଡାକ ପକାଇବା କଣ ସେମାନଙ୍କର ଭୁଲ୍ ଥିଲା ?
ମୋର ସେମିତି ମନେ ହେଉନି ।
ନା ।
ସମସ୍ୟାଟି ଥିଲା
ସେ ସେମାନଙ୍କ ପାଇଁ ଚିନ୍ତିତ କି ନୁହେଁ, ତାହା ସେମାନେ ପ୍ରଶ୍ନ କଲେ,
ଓ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ତାଙ୍କର ଶକ୍ତି ଉପରେ ସନ୍ଦେହ କଲେ ।
ପ୍ରକୃତରେ ସେ ଚିନ୍ତା କରୁଥିଲେ ଓ ସେମାନଙ୍କୁ ସାହାଯ୍ୟ କରିବାକୁ ତାଙ୍କର ଶକ୍ତି ଥିଲା ।
ଠିକ୍ ଯେମିତି ତୋ ପାଇଁ ଓ ମୋ ପାଇଁ ମଧ୍ୟ ତାହା ଅଛି ।
ପଥର କଟାଳୀ ଯୋନାହ ମୌଶା ଏଠି ଅଛନ୍ତି ?
ନା, ସେ ମୋ ବାପା ।
ବିରୁଟରେ ର୍ନିର୍ମାଣ କାର୍ଯ୍ୟ ପାଇଁ ତାଙ୍କୁ ଡକାଯାଇଛି ।
ଦୁଇ ସପ୍ତାହ ମଧ୍ୟରେ ତାଙ୍କୁ ଦୁର୍ଗରେ ଉପସ୍ଥିତ ହେବାକୁ ପଡ଼ିବ ।
ବାପାଙ୍କୁ ବିରୁଟ ଯିବାକୁ ପଡ଼ିବ! ସୈନିକମାନେ କହିଲେ ।
ମୋତେ ଏହା ବାପାଙ୍କୁ କହିବାକୁ ପଡ଼ିବ ।
ଆ ନୋହ ।
ମାଉସୀ, କଣ ଏ ବିଷୟ!
ମୁଁ ଦୁଃଖିତ ଝିଅ ।
ଆମ ପଡ଼ୋଶୀ ନାହୂମଙ୍କୁ...ଗତବର୍ଷ ଡକେଇଥିଲେ, କିନ୍ତୁ ସେ ଦୁର୍ଘଟଣାରେ ମରିଗଲେ ।
ଏହା ଏକ ଦୁଃସମୟ ।
(କାନ୍ଦ କାନ୍ଦ ସ୍ୱରରେ) ଏସବୁ ମୁଁ ଆଉ ସହି ପାରୁନି, ମାଉସୀ!
ଈଶ୍ୱର କାହାନ୍ତି ମାଉସୀ ?
ନୋରା ମାଉସୀ, ଭିତରକୁ ଆସ ।
ମୁଁ ଏଇପଟେ ଯାଉଥିଲି – ଦେଖିଲି ସୈନିକମାନଙ୍କୁ ଠିଆ ହୋଇଛନ୍ତି ସେମାନେ କଣ କରୁଥିଲେ ?
ସେମାନେ ଗୋଟିଏ ନୋଟିସ୍ ଆଣିଛନ୍ତି । ବାପା ନିଶ୍ଚେ ବିରୁଟ୍ ଯିବେ ।
ବିରୁଟ୍
ଓଃ
ଏତେ ଦୁଃଖ, ଏତେ କଷ୍ଟ!
ଆଉ ମୋର ସ୍ୱାମୀ ନାହାନ୍ତି, ମତେ ସାହା ମଧ୍ୟ କରିବାକୁ ।
ମୁଁ ଦୁଃଖିତ ନୋରା
ବର୍ଷେ ହେଲା ସେ ନାହାନ୍ତି, ସେ ମୋତେ ଛାଡ଼ି ଚାଲିଯାଇଛି ।
ଆଉ ନିଜ ପୂର୍ବପୁରୁଷଙ୍କ ପାଖେ ଅଛନ୍ତି ।
(ବିଦ୍ରୂପାତ୍ମକ ସ୍ୱରରେ) ସବୁ ରୋମୀୟମାନଙ୍କ ପାଇଁ !
ତମେ କେତେ ସହି ପାରୁଛ, ମାଉସୀ ।
(ତିକ୍ତତାପୂର୍ଣ୍ଣ ସ୍ୱର) ହୁଁ ସହିପାରୁଛି
ଆମକୁ ସହିବାକୁ ହୁଏ । ଆମେ ସହିଥାଉ । କିନ୍ତୁ ଈଶ୍ୱର କାହାନ୍ତି, ସେ କଣ ଆମକୁ ପରିତ୍ୟାଗ କରିଛନ୍ତି ?
ଏପଟେ ଆ ନୋହ ।
ଆସ୍ ।
ବେଳେ ବେଳେ ଭାବିବାକୁ ଇଚ୍ଛା ହୁଏ ଯେ, ଈଶ୍ୱର ଆମ ବିଷୟରେ ଆଉ ମନୋଯୋଗ କରୁନାହାନ୍ତି ।
କିନ୍ତୁ ଈଶ୍ୱର ହିଁ ଆମର ଯତ୍ନ ନିଅନ୍ତି
ବିଶେଷକରି କଷ୍ଟରେଥିବା ସମୟମାନଙ୍କରେ ।
ଈଶ୍ୱର ପ୍ରେମ କରନ୍ତି
ଆଉ ସେ ଚାହାନ୍ତି, ଆମେ ତାଙ୍କ ପ୍ରେମକୁ ଉପଭୋଗ କରୁ ।
ଆମେ ତାଙ୍କ ପରିବାରର ଅଂଶୀ ହେଉ ବୋଲି ତାଙ୍କର ଇଚ୍ଛା ।
ସୃଷ୍ଟି ଆରମ୍ଭର ସେହି ଉଦ୍ୟାନ କଥା ମନେପକାଅ ।
ଈଶ୍ୱର ମନୁଷ୍ୟକୁ ତାଙ୍କ ପ୍ରତିମୂର୍ତ୍ତିରେ ସୃଷ୍ଟି କଲେ ।
ଓ ଉଦ୍ୟାନ ମଧ୍ୟରେ ପୁରୁଷ ଓ ନାରୀ ସହିତ ଚଳପ୍ରଚଳ ହେଉଥିଲେ...ଦିନର ଶୀତଳତା ମଧ୍ୟରେ ।
କିନ୍ତୁ ତାପରେ ସେମାନଙ୍କର ବିଦ୍ରୋହ ସେମାନଙ୍କୁ ଈଶ୍ୱରଙ୍କଠାରୁ ଅଲଗା କରିଦେଲା ।
ସେମାନଙ୍କର ଅବାଧ୍ୟତା ସେମାନଙ୍କୁ ବିତାଡ଼ିତ କଲା...ସେମାନେ ଅତ୍ୟନ୍ତ ଲଜ୍ଜିତ ଓ ଭୟଭୀତ ଥିଲେ ।
କିନ୍ତୁ ସେମାନଙ୍କର ବିଦ୍ରୋହ ସତ୍ତ୍ୱେ ଈଶ୍ୱର ସେମାନଙ୍କୁ ଖୋଜି ଖୋଜି ଆସିଲେ,
ଠିକ୍ ଯେପରି ଯୀଶୁ...ଆମକୁ ଖୋଜି ଖୋଜି ଆସିଲେ
ଯେତେବେଳେ ସେ ଏହି ପୃଥିବୀକୁ ଆସିଲେ
ଆମ ମଧ୍ୟରେ ବାସ କରିବାକୁ
ଓ ଆମ ପାଇଁ ମୃତ୍ୟୁ ଭୋଗିବାକୁ;
ଆମର ପାପ ଓ ଲଜ୍ଜାକୁ ବହି ନେଇ ଯିବାକୁ ।
ତାଙ୍କର ପ୍ରେମ...ଓ ତ୍ୟାଗ ଦ୍ୱାରା
ପୁନର୍ବାର ଈଶ୍ୱରଙ୍କ ପରିବାର ମଧ୍ୟକୁ ଆମକ ସ୍ୱାଗତ କରାଯାଉଛି ।
ଯେତେବେଳେ ଆମେ ଆମର ପାପ ସ୍ୱୀକାର କରୁ
ଓ ଆମ ପାଇଁ ଯୀଶୁଙ୍କର ତ୍ୟାଗକୁ ଗ୍ରହଣ କରୁ,
ପୁନର୍ବାର ପବିତ୍ର ପିତାଙ୍କ ନିକଟକୁ ଆସିବାର ଅଧିକାର ପାଇଥାଉ ।
ଆମେ ହେଉ ତାଙ୍କର ପୁତ୍ର ଓ କନ୍ୟା ।
ତାମାନେ ତମେ କହୁଛ ଯେ
ମୁଁ ଈଶ୍ୱରଙ୍କ ଝିଅ ହୋଇପାରିବି ?
ନିଶ୍ଚୟ ।
ତାଙ୍କ ପରିବାରର ସଦସ୍ୟ
ଈଶ୍ୱରଙ୍କ ପରିବାରର ଅଂଶୀ ହେବାକୁ ହେଲେ ମୋତେ ସିଦ୍ଧ ହେବାକୁ ପଡ଼ିବ
ମୁଁ ଜାଣେ, ମୁଁ ଯୀଶୁଙ୍କ ପରି ନୁହେଁ,
ମୁଁ ସିଦ୍ଧ ନୁହେଁ ।
ମୁଁ ମଧ୍ୟ ନୁହେଁ ।
ବେଳେବେଳେ ଆମେ ତାହା ହେବାର ଛଳନା କରୁ କିନ୍ତୁ...
ମୁଁ ତ ଗୋଟେ ବୁଢ଼ୀ
ମୁଁ ଆଉ କଣ ଛଳନା କରିବି । ସତରେ ଆମେ କେହି ଆମେ ଭଲ ନୁହଁ ।
କଣ ଏଇ ଉଲ୍ ଭଳିଆ ?
ସାରା
ତୁ କଣ ଦେଖୁଛୁ ଏଥିରୁ ?
ମଇଳା ଉଲ୍ ଗୁଡ଼ାକ... କାଠିକୁଟା ଓ ଧୂଳିଗୁଣ୍ଡ ସବୁ ଲାଗିଛି ।
ହୁଁ – ଉ – ଉ - ଉ
ଏଇଟା ମଇଳା... ମୋର ଆହୁରି ମଇଳା ହୋଇଛି ।
ମୋ ମେଣ୍ଢା ବେଶୀ ମଇଳା ହୁଅନ୍ତି, ଖାଲି ମତେ ବିରକ୍ତ କରିବା ପାଇଁ ।
(ହସିବା) ହା, ହା, ହା, ହା, ମାଉସୀ,
ସେମାନେ ଜାଣନ୍ତି ଯେ, ମୁଁ ଜଣେ ବୁଢ଼ୀ ଲୋକ... ଯାହାର ସ୍ୱାମୀ ନାହିଁ ।
ହା, ହା, ହା, ହା, ହା, ହା, ମୁଁ ଜାଣେ ଯେ ସେମିତି ନୁହେଁ...ସତ ନା ମାଉସୀ ?
କିନ୍ତୁ ସାରା,
ଏହି ଉଲ୍ କଣ ହେବ ? ତୁ ତା ପାଇଁ କଣ ଭାବିଛୁ ?
ମୁଁ ଭାବିଛି, ଆୟୁବ ପାଇଁ, ଆଉ ମୋ ପାଇଁ କମ୍ବଳ ବୁଣିବି, ତାକୁ ନେଇ ଆନ୍ତିୟୋଖୟର ନୂଆ ଘରକୁ ଯିବି ।
ସେଇଟା କଣ ସୁନ୍ଦର ହେବ ?
ହଁ, ହବ ।
ମୁଁ ବାଦାମ ଓ ପୋକମାନଙ୍କରୁ କିଛି ରଙ୍ଗ ବନେଇଛି ।
ତେବେ,
ତମେ ଦେଖୁଛ, ଏଇ ଉଲ୍
ଏବେ ମଇଳା ଅଛି ।
ଏଇଟା କେମିତି ହବ, ଯେତେବେଳେ ତମେ ଆକୁ ଧୋଇବ, ଚିପୁଡ଼ିବ, ଶୁଖାଇବ ଆଉ ତାକୁ ରଙ୍ଗରେ ବୁଡ଼ାଇବ
ତାହା ଏକ କମ୍ବଳ ପରି ଦେଖାଯିବ ।
ହଁ ।
ଈଶ୍ୱର ଠିକ୍ ସେହିପରି ।
ତମେ ବର୍ତ୍ତମାନ କେମିତି ଅଛ, ସେ ତାହା ଦେଖନ୍ତି ।
ତମ ଜୀବନରେ ସେ ତାଙ୍କର କାର୍ଯ୍ୟ ସଫଳ ହେଲା ପରେ ତମର ପରିବର୍ତ୍ତନ ହେଇଛି କି ନାହିଁ ତା ମଧ୍ୟ ଦେଖନ୍ତି ।
ତେବେ
ଈଶ୍ୱର ଜାଣନ୍ତି ଯେ, ମୁଁ ଏଇ ଉଲ୍ ପରି ମଇଳା ଓ ଅଡ଼ୁଆ, ନଡ଼ୁଆ
ସେ ମୁଁ କଥା ଚିନ୍ତା କରିବ, ମୁଁ ସ୍ୱର୍ଗରେ ଥିଲେ ବି ।
ହଁ ।
ଈଶ୍ୱର ତୁମ ଜୀବନରେ ଏଇ ସୁନ୍ଦର କାର୍ଯ୍ୟ ଆରମ୍ଭ କଲେ, ଯେତେବେଳେ ଯୀଶୁଙ୍କ ଅନୁଗମନ କରିବାକୁ ତୁମେ ନିଜକୁ ସମର୍ପଣ କଲ ।
ସେ ସେହି ପ୍ରକ୍ରିୟା ସଂପୂର୍ଣ୍ଣ କରିବାକୁ ପ୍ରତିଜ୍ଞାବଦ୍ଧ, କାରଣ ତୁମେ ତାଙ୍କ ପରିବାରର ଅଂଶୀ ।
ବେଳେବେଳେ
ଜୀବନଟା ଏଇ ଅଡ଼ୁଆ ଉଲ୍ ପରି ।
ସେଇଟା ତାହା ଆମକୁ ଝିଙ୍କେ, ଟାଣେ ଓ ଅସ୍ତବ୍ୟସ୍ତ କରେ
ଆଉ ସେତେବେଳେ ଆମେ ସଂପୂର୍ଣ୍ଣ ଭାଙ୍ଗି ପଡ଼ିଥାଉ ।
ହଁ ମାଉସୀ ।
ଆଉ ଆମେ କଷ୍ଟପାଉ ।
ହଁ,
ଯେମିତି ରଙ୍ଗ ପାଣିରେ ଉଲ୍କୁ ଫୁଟାଇବା ଜରୁରୀ ହୋଇଥାଏ ।
ଏହା ଏକ ଦୀର୍ଘ ପ୍ରକ୍ରିୟା ନୁହେଁ ?
ଆମର
ଭାଇ ପ୍ରେରିତ ପାଉଲ, ଯେ କି ବର୍ତ୍ତମାନ ରୋମର ଏକ କାରାଗାରରେ ଅଛନ୍ତି, ସେ ତାଙ୍କର ଗୋଟିଏ ଚିଠିରେ ଲେଖିଛନ୍ତି,
ଆମେ ହେଉଛୁ ଏ ଜଗତରେ ଈଶ୍ୱରଙ୍କର ହସ୍ତକୃତ କର୍ମ
ଆମର ଖ୍ରୀଷ୍ଟ, ଯୀଶୁଙ୍କଠାରେ ସୃଷ୍ଟ,
ସେହିସବୁ ଉତ୍ତମ କର୍ମ କରିବା ନିମନ୍ତେ, ଈଶ୍ୱର ଅନେକ ପୂର୍ବରୁ ଆମ ପାଇଁ ଯୋଜନା କରିଥିଲେ ।
ଈଶ୍ୱରଙ୍କ ହସ୍ତକୃତ କର୍ମ ?
ଉଁ... ହଁ
ଏହି ଗାଲିଚାକୁ ଦେଖ ।
କିଏ ଏହାକୁ ତିଆରି କଲା ?
ମୁଁ କରିଚି ।
ତତେ କଣ ତିଆରି କରିବାକୁ ବହୁତ ସମୟ ଲାଗିଲା ?
ହଁ, ବହୁତ ସମୟ ।
ତିଆରି କରିବାକୁ ମୋତେ ଭଲ ଲାଗିଲା ।
ହଁ, ବହୁତ ଭଲ ଲାଗୁଥିଲା ।
କିନ୍ତୁ ଏବେ ତାକୁ ବେଶୀ ଭଲ ଲାଗୁଛି ଦେଖି ।
ଯେଉଁ ବିଷୟ ସୁନ୍ଦର, ତାହା ନିଖୁଣ ରୂପେ ତିଆରି ହେବାକୁ ଦୀର୍ଘ ସମୟ ଲାଗେ । ଏହା ଏକ ଦୀର୍ଘ ପ୍ରକ୍ରିୟା
ଆମ ଜୀବନର ଯାତ୍ରା ମଧ୍ୟ ଦୀର୍ଘ ।
ଦୀର୍ଘ ।
ଜୀବନର ମଝି ବହୁତ ଦୀର୍ଘ, କିନ୍ତୁ ଶେଷ ସଂକ୍ଷିପ୍ତ;
ଧୂଅାଁର କୁଣ୍ଡଳୀ, ...ଗୋଟିଏ ମୁହୂର୍ତ୍ତ,
ଆଉ ତାପରେ ସବୁ ଶେଷ ।
(କାନ୍ଦ କାନ୍ଦ ସ୍ୱରରେ) ମୋର ପ୍ରିୟ ସ୍ୱାମୀ ।
(ସମବେଦନାର ସ୍ୱର) ଓଃ, ମାଉସୀ ।
ଯଦି ତୁମେ ଯୀଶୁଙ୍କୁ ବିଶ୍ୱାସ କରିବ
ଆଉ ତାଙ୍କ ଦେଇ ଈଶ୍ୱରଙ୍କ ପରିବାର ମଧ୍ୟକୁ ଆସିବ,
ତେବେ ତୁମେ ପିତାଙ୍କ ସଙ୍ଗେ କଥା ହୋଇପାରିବ ଓ ତୁମର ସବୁ ସୁଖଦୁଃଖ ତାଙ୍କୁ ଜଣେଇପାରିବ ।
ଆମର ପ୍ରେରିତ ପିତର କହିଛନ୍ତି
ଆମେ ଆମର ଚିନ୍ତାର ଭାର ତାଙ୍କ ଉପରେ ପକାଇବା,
କାରଣ ସେ ଆମ ନିମନ୍ତେ ତାହା ବହିନେବାକୁ ଇଚ୍ଛା କରନ୍ତି ।
କିନ୍ତୁ ଆମେ କେମିତି କରିବା ?
କଣ ତାଙ୍କ ସାଙ୍ଗେ କଥା ହେବୁ ?
ହଁ ସାରା ।
ତୁମେ ତାଙ୍କୁ ସବୁ କଥା କହିପାରିବ ।
ତୁମେ ଈଶ୍ୱରଙ୍କ ସହିତ ଘନିଷ୍ଠ
ହେଇପାରିବ ।
ଅନେକ ଲୋକ ଯୀଶୁଙ୍କୁ ବିଶ୍ୱାସ କରିଅଛନ୍ତି, ଆଉ ସେ ସେମାନଙ୍କ ସହିତ ଘନିଷ୍ଠ ।
ସେ ଚାହାଁନ୍ତି ତୁମର ଘନିଷ୍ଠ ହେବାକୁ ।
ତୁମେ ଯେପରି ତାଙ୍କୁ ଦେଖିପାରିବ
ଏଥିପାଇଁ ତାଙ୍କୁ ପ୍ରାର୍ଥନା କରିବାକୁ ଓ ମାଗିବାକୁ ପଡ଼ିବ ।
ପ୍ରଥମେ ତାହା ତାଙ୍କୁ ମାଗ ।
ହଉ ତେବେ ତମ କଥା ମୁଁ ଚିନ୍ତା କରି ଦେଖିବି
କିନ୍ତୁ ଏବେ ମୋତେ ମୋର ସେଇ ମଇଳା ମେଣ୍ଢାମାନଙ୍କ ପାଖକୁ ଯିବାକୁ ହେବ ।
ତମ କଥା ଅନୁସାରେ ମୁଁ ପ୍ରାର୍ଥନା କରିବି ।
ବାପା ।
ହଁ ।
ମରିୟମ ।
ରୋମୀୟ ସୈନ୍ୟମାନେ ଆଣିଛନ୍ତି ।
କିଛିଦିନ ଭିତରେ ମୁଁ ବିରୁଟ୍ କୁ ଯିବି ।
ବିରୁଟ୍ ?
ନଗରର ର୍ନିର୍ମାଣ ପାଇଁ କଟାଳୀ ଦରକାର ।
(ରାଗରେ) ସେ ଆଗ୍ରିପ୍ପା!
ସେ ନିଜକୁ ଆମର ରାଜା କହୁଛି, କିନ୍ତୁ ଗୋଟିଏ ରୋମୀୟ କଣ୍ଢେଇ ଛଡ଼ା ସେ କିଛି ନୁହେଁ ।
ବିରୁଟ୍ରେ ଯାହା ହେଲା, ସେଥିରେ ଆମର ଯାଏ ଆସେ କଣ ?
ତମେ ଯାଅନି, ବାପା!
ତମେ କାହିଁକି ସେ ବିଶ୍ୱାସଘାତକ ଆଗ୍ରିପ୍ପାକୁ ସାହାଯ୍ୟ କରିବ ?
(କଠୋର ଭାବରେ) ଦାଉଦ!
ତୋ ଭାଇ ସାମ୍ନାରେ ସେମିତି କହିବୁନି ।
ତମେ କଣ ସତ ଶୁଣିବାକୁ ଚାହଁନି ?
ତୁ କଣ ଚାହୁଁଛୁ ପୁଅ ?
ତୋ ପରିବାର ଉପରକୁ ରୋମ୍ ର ଖଡ୍ଗ ଆଣିବାକୁ ?
ନିଜ ମୁହଁ ବନ୍ଦ ରଖ୍ !
ନୋହ କଥା ଭାବ ।
ଭଉଣୀମାନଙ୍କ କଥା ଭାବ ।
ତୋ ମା କଥା ଭାବ ।
ତମେ ଯାଅନି, ବାପା ।
ଦେଖ, ମରିୟମ ବି ଜାଣିଛି ।
ଆଉ ନୋହ ବି ଜାଣିଛି ।
ନିଶ୍ଚୟ, ଏହା ଈଶ୍ୱରଙ୍କ ଇଚ୍ଛା ନୁହେଁ । ଏହି ନାସ୍ତିକମାନଙ୍କ କଥା ମାନ ନାହିଁ ।
ତମେ ଜାଣିଛ ଯେ ସେମାନେ ଈଶ୍ୱରଙ୍କ ମନ୍ଦିରକୁ ଅପବିତ୍ର କରିବାକୁ ଚାହାଁନ୍ତି !
ଯଦି ତମେ ସାହାଯ୍ୟ କରିଚାଲିବ, ତା ବନ୍ଦ ହେବ ନାହିଁ ।
ଦାଉଦ୍!
ତୁ ଜାଣିଛୁ, ମୋତେ ଯିବାକୁ ହେବ ।
ତାଙ୍କ ଇଚ୍ଛାରେ ମୁଁ ଯାଉଛି ।
ମୋ ପୁଅ... ମୁଁ ମନା କଲେ କଣ ହେବ, ତୁ ଭଲଭାବେ ଜାଣିଛୁ ।
କେଉଁ ଚରିତ୍ରଟି ଆପଣଙ୍କ ଭଳି କିମ୍ବା ଆପଣଙ୍କ କୌଣସି ପ୍ରିୟଜନଙ୍କ ଭଳି ?
ଏକ ସମସ୍ୟା ସମୟରେ ଈଶ୍ୱର ଆପଣଙ୍କଠାରୁ ବହୁତ ଦୂରରେ ଅଛନ୍ତି ବୋଲି କେବେ ଅନୁଭବ କରିଛନ୍ତି କି ?
ନୌକା ମଧ୍ୟରେ ଯୀଶୁ ଥିବା ଘଟଣାଟି ଦୁଃଖ ସମସ୍ୟା ସମ୍ବନ୍ଧରେ କଣ କହେ ?
ଆମ ଜୀବନରେ ଈଶ୍ୱରଙ୍କ କାର୍ଯ୍ୟ ସମ୍ବନ୍ଧରେ ସାରାଙ୍କ କମ୍ବଳ କଣ ପ୍ରକାଶ କରେ ?
ଈଶ୍ୱରଙ୍କର ଜଣେ କନ୍ୟା, ଏହାର ଅର୍ଥ କଣ ?