ରିବିକା
ପରିବାର ମଧ୍ୟରେ
ଥରେ ଥରେ ସକାଳେ ସାରା ସହରଟି ଶାନ୍ତ ଥାଏ ।
ଦୋକାନୀମାନେ ସେମାନଙ୍କ ଦୋକାନ ସଜାଡ଼ିବା ଆରମ୍ଭ କରି ନ ଥାଆନ୍ତି ।
ରୋମୀୟ ସୈନ୍ୟମାନଙ୍କର ପ୍ୟାରେଡ୍ ଏ ପର୍ଯ୍ୟନ୍ତ ଆମ ରାସ୍ତାଗୁଡ଼ିକରେ ଆରମ୍ଭ ହୋଇ ନ ଥାଏ ।
କିନ୍ତୁ ଯେପରି ସକାଳର ଥଣ୍ଡା ପବନ ଦ୍ୱିପ୍ରହର ସୂର୍ଯ୍ୟର ତାତି ଆଡ଼କୁ ପଥ କଢ଼ାଇ ନିଏ,
ସେହିପରି ପ୍ରାତଃକାଳର ନୀରବତା କୋଳାହଳ ଓ ସମସ୍ୟା ନିମନ୍ତେ ପଥ ଖୋଲି ଦେଇପାରେ ।
ମୁଁ ଜାଣେନା ଆଜି ଦିନଟିରେ ମୋ ପାଇଁ କଣ ଅଛି ?
ନୋହ!
ବାଟରୁ ଘୁଞ୍ଚିଯାଅ!
ପାଖେଇ ଯା!
ଆମେ କାହିଁକି ଲୁଚିବା ?
ସୁଉ – ଉ!
ଆସ୍ ଆମକୁ ମାଆଙ୍କ ସାଙ୍ଗଙ୍କୁ ଆଣିବାକୁ ହେବ!
ଘୁଞ୍ଚିଯାଅ, ଘୁଞ୍ଚିଯାଅ!
ତମେ ଚାଲିଯାଅ ।
ମରିୟମ୍ କଣ ହେଇଛି ?
ମାଆ ବହୁତ ଅସୁସ୍ଥ ।
କଣ ହେଇଛି ମୋ ଝିଅ ?
ତାଙ୍କର
କାଶରେ ରକ୍ତ ପଡ଼ୁଛି ।
ନୋହ!
ମୋତେ କୁହ,
କେବେଠୁ ତାଙ୍କ କାଶରେ ରକ୍ତ ପଡ଼ୁଛି ?
ଆଜିଠୁ ଆରମ୍ଭ ହୋଇଛି
ସାରା କହୁଥିଲା ତାଙ୍କ ଦେହ ବହୁତ ଗରମ ଅଛି ।
ଧନ୍ୟବାଦ ମାଉସୀ ତମେ ଆସିଲ ।
ତୋ ମାଆ କେମିତି ଅଛନ୍ତି ?
ଭଲ ନୁହଁ । ତମକୁ ଖୋଜୁଥିଲେ । ମୁଁ ମରିୟମଙ୍କୁ ପଠେଇଥିଲି, କିନ୍ତୁ
କିନ୍ତୁ ଏବେ ଆଉ ଉଠେଇ ପାରୁନି ।
ତୁ ଯାଇପାରୁ ନୋହ ।
ମୁଁ କଣ କରିବି ଜାଣିପାରୁନି
ତୁ ମୋତେ ଡକେଇ ପଠେଇ ଭଲ କଲୁ ।
ତା ଦେହରେ ଖଇ ଫୁଟୁଛି ।
ମରିୟମ ପାଣି, ଗାମୁଛା ଓ ଗୋଟିଏ ବେସିନ୍ ଦରକାର, ତୁ ଚଞ୍ଚଳ ନେଇଆ ?
ଦାଉଦ ?
ତମେ କଣ କରୁଛ ?
(ରାଗିବା ସ୍ୱରରେ) କିଛି ନାହିଁ ।
ମୁଁ ବାହାରକୁ ଯାଉଛି ।
ଏଇ ଚଟେଇରେ ରକ୍ତ ଲାଗିଛି
(ରାଗରେ) ସେଠୁ ମୁଁ କଣ କରିବି ?
(ରାଗିଯାଇ) ଦାଉଦ
ଦାଉଦ ?
ଏବେ ତା ଜ୍ୱର ନିଶ୍ଚୟ କମିଯିବ ।
ଆମେ ତା ପାଇଁ ପ୍ରାର୍ଥନା କରିବା, ମରିୟମ
ପ୍ରିୟ ପିତା,
ମୁଁ ତୁମକୁ ଧନ୍ୟବାଦ ଦେଉଛି ଯେ, ମରିୟମ ଓ ମୁଁ ଯୀଶୁଙ୍କ ନାମରେ ତୁମ ଉପସ୍ଥିତିକୁ ଆସିଛୁ ।
ମୁଁ ତୁମକୁ ଧନ୍ୟବାଦ ଦଉଛି ଯେ, ଆମେ ଯେତେବେଳେ ବି ଡାକୁ, ତୁମେ ଆମ ପ୍ରାର୍ଥନା ଶୁଣିଥାଅ ।
... ପି୍ରୟ ଲୈଲାକୁ ତୁମ ନିକଟକୁ ଆଣୁଛୁ ପ୍ରଭୁ
ଆମେ ମାଗୁଛୁ ଯେ, ତୁମେ ତାକୁ ତାର...କଷ୍ଟ ଓ ଯନ୍ତ୍ରଣାରୁ ମୁକ୍ତ କର ।
ତାକୁ ତୁମେ ସୁସ୍ଥ କର ପ୍ରଭୁ
ତୁମେ ତାକୁ ଆମଠାରୁ ବେଶୀ ପ୍ରେମ କର ବୋଲି ଧନ୍ୟବାଦ ଦେଉଛୁ
ଏବଂ ତୁମର ଆରୋଗ୍ୟକାରୀ ତାକୁ ସମର୍ପଣ କରି ଯୀଶୁଙ୍କ ନାମରେ ମାଗୁଛୁ,
ଆମେନ୍ ।
ମୁଁ ମାଆଙ୍କ ପାଇଁ ପ୍ରାର୍ଥନା କରିବାକୁ ଚେଷ୍ଟା କରେ ।
ମୋତେ ଲାଗେ ଈଶ୍ୱର ମୋ ପ୍ରାର୍ଥନା ଶୁଣୁନାହାନ୍ତି ।
କାହିଁକି ନୁହେଁ?
ମୁଁ ଜାଣେନି ।
ମୋତେ
ଲଜ୍ଜା ଲାଗେ
ଈଶ୍ୱରଙ୍କୁ କିଛି ମାଗିବା ପାଇଁ ମୁଁ କିଏ?
କିନ୍ତୁ ମରିୟମ,
ଯୀଶୁ ତୁମର ସବୁ ଲଜ୍ଜାକୁ କ୍ରୁଶରେ ନିଜ ଉପରେ ନେଇଛନ୍ତି ।
ଏବଂ ଈଶ୍ୱରଙ୍କ ଉପସ୍ଥିତି ମଧ୍ୟକୁ ଆସିବା ପାଇଁ ଅଧିକାର ଦେଇଛନ୍ତି ।
କିନ୍ତୁ ମୁଁ ତୁମ ପରି କି ମାଆଙ୍କ ପରି
ଭଲ ନୁହେଁ ।
ଈଶ୍ୱରଙ୍କ ପାଖକୁ ଆସିବା ପାଇଁ କାହାରି ଉତମତା ନାହିଁ ।
କିନ୍ତୁ ଯୀଶୁଙ୍କ ମୃତ୍ୟୁ ଆମ ପାଇଁ ଗୋଟିଏ ପଥ ଖୋଲି ଦେଇଛନ୍ତି ।
ଏହି ତାଟିଆର ଥିବା ପାଣିକୁ ଦେଖ ।
ଗୋଟିଏ ବୁନ୍ଦା ରକ୍ତ କିମ୍ବା କାଳି ସଂପୂର୍ଣ୍ଣ ପାଣିକୁ ମଇଳା କରିଦେବ ।
ପାପ ମଧ୍ୟ ଠିକ୍ ସେହିପରି ଝିଅ, ତାହା ଯେତେ
ବଡ଼ ବା ଛୋଟ ହୋଇଥାଉନା କାହିଁକି ।
ସର୍ବଶକ୍ତିମାନ ଈଶ୍ୱର ହେଉଛନ୍ତି
ସିଦ୍ଧ ଓ ପବିତ୍ର ।
ସେ କୌଣସି ପାପକୁ ସହ୍ୟ କରିପାରନ୍ତିନି ।
କିନ୍ତୁ ଯେପରି ଏସୋବ ପାଣିକୁ ପରିଷ୍କାର କରିଦିଏ,
ସେହିପରି ଈଶ୍ୱର ଆମକୁ ଯୀଶୁଙ୍କ ମୃତ୍ୟୁ ଓ ପୁନରୁତ୍ଥାନ ମଧ୍ୟଦେଇ ପରିଷ୍କାର କରନ୍ତି ।
ଯୀଶୁ ସିଦ୍ଧ ଓ ନିଦେ୍ର୍ଦାଷ ଥିଲେ ହେଁ ...
ଆମର ପାପ, ଆମ ଅଶୁଚିତାର ଦଣ୍ଡ ନିଜ ଉପରେ ବରଣ ନେଲେ ।
ସେ ଆମ ପାଇଁ ମଲେ, ଯେପରି ଆମେ ସିଦ୍ଧ ହେବୁ
ଆଉ ସେ ମୃତମାନଙ୍କ ମଧ୍ୟରୁ ଜୀବିତ ହେଲେ
ଆମ ଉପରେ ମୃତ୍ୟୁର ଯେଉଁ ବନ୍ଧନ ଥିଲା, ତାକୁ ଚ୍ଛିନ୍ନ କରି ଲଜ୍ଜା ମୁକ୍ତ କଲେ ।
ତେଣୁ ଈଶ୍ୱର ଶାନ୍ତି ସ୍ଥାପନ କଲେ ।
ଆଉ ସେହି ଶାନ୍ତିକୁ
ଆମେ ଗ୍ରହଣ କରୁ
ଯେତେବେଳେ ତାହାଙ୍କ ପ୍ରତିଜ୍ଞାତ ମଶୀହ ଯୀଶୁଙ୍କୁ ଗ୍ରହଣ କରୁ
ତାଙ୍କ ବଳିଦାନକୁ ସ୍ୱୀକାର କରୁ ।
ଯେପରି ତୁମେ କରିଛ ମରିୟମ ।
ସେ ପ୍ରାର୍ଥନା ଶୁଣନ୍ତି
ଓ ତୁମକୁ ପ୍ରେମ କରନ୍ତି ।
ମରିୟମ, ମାଆ କେମିତି ଅଛି?
(ଛଳନାପୂର୍ଣ୍ଣ ଶାନ୍ତ ସ୍ୱରରେ) ଓହ୍ଃ, ରିବିକା,
ଭଲ ଅଛ ତମେ ।
ଭଲ ଅଛି ମୌସା,
ମୁଁ ଆଶା କରେ ତୁମେ ବି ଭଲ ଥିବ ।
ମାଆଙ୍କ ଜ୍ୱର କମି ଆସୁଛି । ରିବିକା ମାଉସୀ କେତେ ସାହାଯ୍ୟ କଲେ!
ଏ କାହିଁକି ଆସିଛି
ଆମ ଘରକୁ?
ମୁଁ କଣ ତତେ କହି ନ ଥିଲି, ମୁଁ ତାକୁ ତାର ସ୍ୱାମୀକୁ ପସନ୍ଦ କରେନି ?
କିନ୍ତୁ ବାପା,
ସେ ମାଆଙ୍କ ସାଙ୍ଗ ।
ସେ ଜଣେ ଭଲ ଓ ଜ୍ଞାନୀ ସ୍ତ୍ରୀ ଲୋକ ।
କିନ୍ତୁ ଆମ ପରି ନୁହେଁ ।
ତାର ସ୍ୱାମୀ ଜଣେ କର ଆଦାୟକାରୀ
ପୁଣି ରୋମୀୟମାନଙ୍କ ପାଇଁ
ଆଉ ଇଏ
ନାଜରିତୀୟ ଯୀଶୁର ଜଣେ ଶିଷ୍ୟା ।
ମାଆ ମୋତେ ତାଙ୍କୁ ଡାକିବାକୁ କହିଲେ ବାପା ।
ଓଃ ।
କଣ ହେଇଛି ଏଠି?
ଆମ ସୈନିକଙ୍କୁ କେହି ଆକ୍ରମଣ କରିଛି ।
ତୁମ ଘରର କେହି ଏଥିରେ ସଂପୃକ୍ତ ବୋଲି ଖବର ମିଳିଛି ।
ଏହି ଘର? ଅସମ୍ଭବ! ଆମେ ଭଲ ଲୋକ । ଆମେ ଆଇନ୍ ମାନୁ ।
ତମେ ଜଣେ ଅପରାଧୀକୁ ଆଶ୍ରା ଦେଇଛ, ଘୁଞ୍ଚିଯାଅ ।
ଏଠି କେହି ଅପରାଧୀ ନାହାନ୍ତି ।
ଘର ତଲାସ୍ କର ।
ତମେ ନିଜର ସମୟ ନଷ୍ଟ କରୁଛ । ଭିତରେ କେବଳ ସ୍ତ୍ରୀମାନେ ଅଛନ୍ତି ।
ମୁଁ ସାରା ରାତି ଘରେ ଥିଲି, ଆଉ ମୋ ପୁଅ, ମୋ ଜ୍ୱାଇଁ
ଭିତରେ ଦେଖ ।
ପଡ଼ିଆରେ ମେଷପଲ ଜଗୁଥିଲେ । ନା, ଯାଅନି!
ମୁଁ ସ୍ତ୍ରୀର ଦେହ ବହୁତ ଖରାପ ।
ଆସ ।
ଆମେ ଆଉ କେତେ ବେଳେ ଆସିବୁ ।
ଓଃ, ମୋ ପୁଅ ।
ପୁଣି କଣ କଲା ?
ସବୁ ଠିକ୍ ଅଛି, ମାଆ ।
ସେମାନେ ଚାଲିଗଲେଣି ।
ମୁଁ ପ୍ରାର୍ଥନା କରୁଛି ।
ତା ପାଇଁ ପ୍ରାର୍ଥନା କରୁଛି ।
ମୁଁ ବି ତା ପାଇଁ ଚିନ୍ତିତ ।
ସେ ବହୁତ ଦାମ୍ଭୀକ ଓ ସ୍ୱେଚ୍ଛାଚାରୀ ।
ମାଆଙ୍କ ଦେହ ଏତେ ଖରାପ,
ସେ ପରିବାରର ଦାୟିତ୍ୱ ନେବା କଥା,
ପରିବାରର ଯତ୍ନ ନେବା କଥା ।
କିନ୍ତୁ ତା ବଦଳେ ସେ ଆମକୁ ଆହୁରି ବିପଦରେ ପକାଉଛି ।
ସେ କେବଳ ନିଜ କଥା ଚିନ୍ତା କରେ ।
ଈଶ୍ୱର କାହିଁକି ଏମିତି ପ୍ରେମ କରନ୍ତି
ଯାହା ତା ପାଇଁ ଗୁରୁତ୍ୱପୂର୍ଣ୍ଣ ସେ ତାକୁ ତୁଚ୍ଛ କରିଦିଏ ?
ଯୀଶୁ ଥରେ ଜଣେ ଯୁବା ଲୋକର କାହାଣୀ କହୁଥିଲେ, ଯିଏ ସ୍ୱାର୍ଥପର କାର୍ଯ୍ୟ କରୁଥିଲା ।
ଯିଏ କେବଳ ନିଜ କଥା ଚିନ୍ତା କରୁଥିଲା ।
ଗୋଟିଏ ପୁଅ
ଶୀଘ୍ର ନିଜର ଉତ୍ତରାଧିକାର ଦାବୀକଲା ।
ଯଦିଓ ତା ବାପା ଖୁସି ନ ଥିଲେ, ସେ ଯାହା ମାଗିଲା ଦେଇଦେଲେ ।
ତାପରେ
ସେ ପୁଅ ବିଦେଶକୁ ନିଜ ଭାଗ୍ୟ ପରୀକ୍ଷା କରିବାକୁ ଗଲା ।
କିନ୍ତୁ ତା ପାଖରେ ଯାହା କିଛି ଥିଲା, ସବୁ ସେ ତାର ନିଜ ସ୍ୱାର୍ଥ ଲାଳସା ଚରିତାର୍ଥ କରିବାରେ ଖର୍ଚ୍ଚ କରିଦେଲା ।
ଅତିଶୀଘ୍ର ସେ ନିଃସ୍ୱ, ବନ୍ଧୁହୀନ ହୋଇପଡ଼ିଲା ।
ଖୁବ୍ କଷ୍ଟ ପାଇଲା ।
ଏମିତି କଣ କଲା ?
ସେ ତାର ବାପାଙ୍କୁ ମନେ ପକାଇଲା ।
ସେ ମନେ ପକାଇଲା ବାପାଙ୍କର
ଉଦାରତା ଓ ପ୍ରାଚୁର୍ଯ୍ୟକୁ
ଆଉ କିପରି ତା ବାପାଙ୍କ ଘରର ଚାକରମାନେ ସୁଦ୍ଧା କେତେ ଯତ୍ନ ଓ ଉତ୍ତମ ଖାଦ୍ୟ ପାଆନ୍ତି,
ସେ ଘରକୁ ଫେରିଯିବା ପାଇଁ ଚାହିଁଲା
ବାପାଙ୍କୁ କହିବାକୁ ସ୍ଥିର କଲ.
ମୁଁ ଈଶ୍ୱରଙ୍କ ବିରୁଦ୍ଧରେ ଓ ତୁମ ବିରୁଦ୍ଧରେ ପାପ କରିଛି ।
ମୁଁ ତୁମ ପୁଅ ହବାର ଯୋଗ୍ୟ ନୁହେଁ
ମୋତେ ତୁମର
ଜଣେ ଚାକର ଭାବରେ ବ୍ୟବହାର କର ।
କିନ୍ତୁ ପୁଅକୁ ଦୂରରୁ ଦେଖି ବାପା ତାକୁ ସ୍ୱାଗତ କରିବାକୁ ଦୌଡ଼ିଗଲେ ।
ସେ ପୁଅକୁ କୁଣ୍ଢାଇ ପକାଇଲେ, ସେ ତାକୁ ଚୁମ୍ବନ ଦେଲେ ।
ତାପରେ ତାଙ୍କ ଚାକରମାନଙ୍କୁ କହିଲେ, “ଶୀଘ୍ର ଯାଅ!
ସବୁଠାରୁ ଶ୍ରେଷ୍ଠ ପୋଷାକ ଆଣି ତାକୁ ପିନ୍ଧାଅ ।
ତା ଆଙ୍ଗୁଠିରେ ଗୋଟିଏ ମୁଦି ଆଉ ପାଦରେ ଯୋତା ପିନ୍ଧାଅ । ଆଉ ତାପରେ ସବୁଠାରୁ ବହୁମୂଲ୍ୟ ବାଛୁରୀକୁ ଆଣି ମାର
ସମସ୍ତେ ମିଶି ଆସ ଭୋଜି କରିବା ।
କାରଣ, ମୋର ଏଇ ପୁଅଟି
ମରିଯାଇଥିଲା,
କିନ୍ତୁ ଏବେ ସେ ବଞ୍ଚିଛି
ସେ ହଜିଯାଇଥିଲା,
ଏବେ କିନ୍ତୁ ମିଳିଯାଇଛି ।
ତା ବାପା ତାକୁ ଗ୍ରହଣ କଲେ
ହଁ !
ସେ ନିରାପଦରେ ଫେରିଆସୁ ବୋଲି ସେ ଜଗି ରହିଥିଲେ ।
ତମେ କଣ ଭାବୁଛ ଈଶ୍ୱର
ଦାଉଦ ପାଇଁ ଅପେକ୍ଷା କରିଛନ୍ତି ?
ହଁରେ ଝିଅ ।
ସେ ବି ତାକୁ ଚାହିଁ ବସିଛନ୍ତି ।
ମୁଁ ଭାବୁଛି ଯଦି ତାଙ୍କ ପୁଅ କିଛି ବଡ଼ ଭଲ କରିଥାଆନ୍ତା
ବାପା ତାକୁ ଗ୍ରହଣ
କରିଥାଆନ୍ତେ କି ନାହିଁ ।
ତାଙ୍କର ପୁଅ ଟି ଲଜ୍ଜାଜନକ କାର୍ଯ୍ୟ କରିଥିଲା,
ବାପା ତାକୁ କ୍ଷମା କରିଥିଲେ ।
ଆଉ ମୁଁ ଭାବୁଛି
ଘରକୁ ଫେରି ଆସି ବାପାଙ୍କ ସମ୍ମୁଖୀନ ହେବା ପାଇଁ ପୁଅକୁ ବହୁତ ସାହସ ଦରକାର ହୋଇଥିବ ।
ମୁଁ ଏବେ ଯାଉଛିରେ ମା, ନହେଲେ ମୋ ସ୍ୱାମୀ ମୋତେ ଖୋଜି ଖୋଜି ପଳେଇ ଆସିବେ ।
ତୋ ପାଇଁ ଏଇଟା ଲମ୍ବା ଦିନ ।
ତୋ ପାଇଁ ଓ ତୋ ପରିବାର ପାଇଁ ଏହା ଏକ କଷ୍ଟକର ସମୟ ।
କିନ୍ତୁ ମୁଁ ଦେଖିଛି ଯେ, ଆମର କଷ୍ଟକର ସମୟ ମଧ୍ୟରେ ସୁଦ୍ଧା
ଆମେ ଈଶ୍ୱରଙ୍କ ଉପସ୍ଥିତିରେ ଓ ତାଙ୍କ ବାକ୍ୟ ଉପରେ ଭରସା ରଖିପାରିବା
ମରିୟମ
ଏସବୁ ତୋ ପାଇଁ ।
ଭାବବାଦୀ ଯିଶାଇୟ ଆଶାର ଏହିପରି ଏକ ଚିତ୍ର ଆଙ୍କି କହିଥିଲେ,
ଈଶ୍ୱର ଯେତେବେଳେ ଆସନ୍ତି, ମରୁପ୍ରାନ୍ତର ମଧ୍ୟ ଆନନ୍ଦିତ ହୁଏ ।
ତୋ ମାଆ ଖୋଜିଲେ, ନିଶ୍ଚୟ ମୋତେ ଡାକିବାକୁ ଆସିବୁ ।
ହଁ, ନିଶ୍ଚୟ ।
ଧନ୍ୟବାଦ
ସାହାଯ୍ୟ ପାଇଁ ।
କେଉଁ ଚରିତ୍ର ସହ ଆପଣଙ୍କ ସାମଞ୍ଜସ୍ୟ ରହିଛି ଓ କାହିଁକି ?
ଈଶ୍ୱର ତାହାର ପ୍ରାର୍ଥନା ଶୁଣୁଛନ୍ତି ନା ନାହିଁ, ଏ ବିଷୟରେ କାହିଁକି ଜଣେ ବ୍ୟକ୍ତି ସନ୍ଦିହାନ ହୁଏ ?
ମରିୟମ ଅନୁଯାୟୀ, ଉଭୟ ରିବିକା ଓ ଲୈଲା ଉତ୍ତମ ମହିଳା ଅଟନ୍ତି । କେଉଁ ବିଷୟ ଜଣେ ବ୍ୟକ୍ତିକୁ ଉତ୍ତମ କରେ ବୋଲି ଆପଣ ଭାବନ୍ତି ?
ଈଶ୍ୱରଙ୍କ ଗ୍ରହଣଯୋଗ୍ୟ ହେବା ପାଇଁ, ସେ ଆମର ପ୍ରାର୍ଥନା ଶୁଣନ୍ତି ବୋଲି ଜାଣିବା ପାଇଁ ଆମେ କଣ କରିବା ଉଚିତ ?
ଆମ ପ୍ରତି ଈଶ୍ୱରଙ୍କ ମନୋଭାବ ବିଷୟରେ ଅପବ୍ୟୟୀ ପୁତ୍ରର କାହାଣୀ ଆମକୁ କଣ କହେ ?