ରିବିକା.
ଶୁଭ ବିବାହ
ଲୈଲା ?
ତମେ କଣ କରୁଛ, ଲୈଲା ?
ଆଜି ଆମ ଝିଅର ବାହାଘର
ଆହୁରି ଅନେକ କାମ କରିବାକୁ ଅଛି ।
ଓହୋ, ଛାଡ଼ ସେସବୁ
ଆସ ଏଠିକି ଟିକେ ଆରାମ କର ।
ନାଇ କାଲି ଆରାମ କରିବି ।
ଆଃ ...!
ମୂର୍ଖ ସ୍ତ୍ରୀ ଲୋକ ।
ହା, ହା, ଆମକୁ ଦେଖ ।
କେତେ ସୁନ୍ଦର ଯୋଡ଼ି ।
ସବୁକଥାରେ ଖାଲି ହସୁଛ ।
କାନ୍ଦିବାଠୁ ହସିବାଟା ଭଲ ନା ।
ଆମ ବାହାଘର କଥା ଭାବିଲ ।
ସେଦିନ ବି ଏମିତି ହସିଥିଲ ?
ହା, ହା, ହା, ହା, ହସ ?
ମୁଁ ବହୁତ ଡରି ଯାଇଥିଲି ।
ଯୌବନର ଚପଳତା ।
ଆଉ ଏବେ ଆମକୁ ଦେଖ ।
ଆମେ ବୃଦ୍ଧ, ଅସୁସ୍ଥ,
ଅନ୍ଧ ।
ଆମେ ପିଲା ନ ଥିଲୁ,
ଆମେ ଯୁବକ ଯୁବତୀ ଥିଲୁ ।
ମୁଁ ଭୟ କରୁଥିଲି ।
କିନ୍ତୁ ତମକୁ ଭଲ ପାଉଥିଲି
ବାପା ବି ତମ ପରିବାରକୁ ସମ୍ମାନ ଦେଖାଉଥିଲେ ।
କେତେ ଶୀଘ୍ର ବର୍ଷଗୁଡ଼ା ବିତିଗଲା ।
ଆମେ ବୁଢ଼ାବୁଢ଼ୀ ହେଇଗଲୁ ସ୍ୱାମୀ ।
ଏ ଜୀବନରେ ତମପରି ସ୍ତ୍ରୀ ଆଉ ପାଇପାରି ନ ଥା’ନ୍ତି ।
ତମେ ବି ଜଣେ ଭଲ ସ୍ୱାମୀ ।
ଆଜି ଆମେ ଝିଅକୁ ବାହା ଦଉଛୁ ।
ତାର ଏଇ ନୂଆ ଜୀବନ ସୁଖମୟ ହେଉ ।
ତୋ ବାହାଘର ସମୟ ପାଖୋଇ ଆସିଲାଣି ।
ଡର ଲାଗୁଛି ?
ମୁଁ ? ଡରୁଛି ?
ନା ।
ଆତଙ୍କିତ ହୋଉଛି ।
କିନ୍ତୁ ମୁଁ ଏ ବିଷୟରେ ନ ଭାବିବାକୁ ଚେଷ୍ଟା କରୁଛି ।
ଠିକ୍ ଅଛି, ମୁଁ ଅଛି, ପରା ମନେ ପକେଇଦେବି (ହସ) ।
ତୁ ଆଉ ଏମାନେ ସମସ୍ତେ!
ମାଆ,
ତମେ ଆଜି ବହୁତ କାମ କରିଛ ।
ତମେ ଯାଇ ଟିକେ ବିଶ୍ରାମ ନିଅ ।
ଓଃ ନାଇ, ନାଇ, ମରିୟମ
ଆଜି ଦିନର ଗୋଟିଏ ମୁହୂର୍ତ୍ତ ସୁଦ୍ଧା ମୁଁ ହରେଇବାକୁ ଚାହେଁନି ।
ଆଜି ଯଦି ତୋ ଭାଇ ଏଠିଥାନ୍ତା ।
କିନ୍ତୁ,
ମାଆ, ତମକୁ ମୁଁ କହି ନ ଥିଲି ?
ଦାଉଦ କ୍ଷେତ ମଝିରେ ଯାକୁବଙ୍କୁ ଭେଟିଥିଲା ।
ସେ ବାହାଘରକୁ ଆସୁଛି ବୋଲି ଯାକୁବଙ୍କୁ କହିଲା ।
ଦାଉଦ ?
ତୁ ଯାକୁବ ସାଙ୍ଗେ କଥା ହେଇଥିଲୁ ?
ନା, ଜମା ନୁହେଁ, ମାଆ ।
ଯାକୁବ ଆୟୁବଙ୍କୁ କହିଲେ ଓ ଆୟୁବ ସାରାକୁ ।
କିନ୍ତୁ ମାଆ,
ଦାଉଦ ଆସୁଛି ।
ତମେ କଣ ଖୁସୀ ନୁହଁ ?
ହଁ,
ମୁଁ ବହୁତ ଖୁସୀ ।
ସିଏ, ଟିକେ ସାବଧାନ ହବା ଦରକାର ।
ଯଦି ରୋମୀୟମାନେ ତାକୁ ପାଇଯିବେ...
ଏଇଟା ମୋର ବାହାଘର, ମାଆ ।
ସବୁକିଛି ନିଶ୍ଚେ ଭଲ ହେବ ।
ତୋ ବାହାଘର
ତୁ କେତେଶୀଘ୍ର, ବଡ଼ ହେଇଗଲୁ ।
ଡେରୀ ହେଇଯାଉଛି ମା ।
ଯା ଶୀଘ୍ର ସଜବାଜ ହେଇଯା ।
ନମସ୍କାର ମାଉସୀ । ଯା’ହେଉ ତମାନେ ଆସିଲ,
ହଁ ଆମେ ଆସିଗଲୁ ।
ଯାହଉ ଭଲ ହେଲା ।
ମାଉସୀ ଧନ୍ୟବାଦ ।
ଧନ୍ୟବାଦ
କେତେ ଆନନ୍ଦର ଦିନ ଆଜି ! ହା, ହା ।
ଆରେ ତୁ କଣ ଏଯାଏ ପ୍ରସ୍ତୁତ ହେଇନୁ ?
ତୁମେ ଠିକ୍ କହୁଛ ।
ଆ, ମୋ ସୁନା ଭଉଣୀ । ମୁଁ ତୋତେ ପିନ୍ଧେଇ ଦେବି ।
ଦଲିୟା, ଆ ଆମ ସାଙ୍ଗେ ମିଶ ।
ତୁ ଗୋଟେ ସୁନ୍ଦର କନିଆ,ମରିୟମ ।
ମତେ ବହୁତ ଡର ଲାଗୁଛି ।
ଆମେ ସମସ୍ତେ ବାହାଘର ଦିନ ଏମିତି ଡରୁଥିଲୁ ।
ହଁ!
ଓଃ, ମୁଁ ବୁଢ଼ୀଟା ଏଠି ଅଦରକାରୀ ।
ମୁଁ ଭାବୁଛି, ଏ ଯୁବାଝିଅଙ୍କ ମେଳରେ ମୋର ରହିବା ଉଚିତ୍ ନୁହଁ ।
ତୁ କଣ ମୋର ସାନ ଝିଅକୁ ତା ବାହାଘର ଦିନରେ କିଛି ଉପଦେଶ ଦେବାକୁ ଚାହୁଁ, ନୋରା ?
ଏଇ ଗତ ସପ୍ତାହରେ
ତୁମେ ମୋତେ ବାହାଘର ଉପରେ ଯୀଶୁଙ୍କ ଏକ କାହାଣୀ କହିଥିଲ ।
ମନେପଡ଼ୁଛି, ଲୈଲା, ଦଶ କୁମାରୀଙ୍କ ସେହି କାହାଣୀ, ଯେଉଁମାନେ ବରଙ୍କୁ ଅପେକ୍ଷା କରିଥିଲେ ?
ସମସ୍ତଙ୍କ ପାଖରେ ଦୀପ ଥିଲା,
ପାଞ୍ଚଜଣ କୁମାରୀମାନେ ସେମାନଙ୍କର ଦୀପକୁ ଭରିବା ପାଇଁ ଅଧିକ ତେଲ ପାଖରେ ରଖିଥିଲେ,
ଅନ୍ୟ କୁମାରୀ ଆଣି ନ ଥିଲେ ।
ବରଙ୍କ ଆସିବାରେ ବିଳମ୍ବ ହେଲା ।
ଓଃ, ମୁଁ ଭାବୁଛି ଯାକୁବ ଡେରି କରିବେନି ।
ମତେ ଲାଗୁଛି, ସେ କଣ ତାଙ୍କ ମତ ବଦଳେଇ ଦେଲେ ।
ନାଇଁ, ମୁଁ ଭାବୁଛି ଯେ, କାଳେ ସେ ବିଳମ୍ବ କରିବ, ଏହାଭାବି ତମ ସାଙ୍ଗମାନେ ବେଶୀ ତେଲ ଆଣିଥିବେ ନିଶ୍ଚୟ ।
ଯଦି ବତୀରୁ ତେଲ ସରିଯିବ, ତେବେ ଭୋଜିର ମଜ୍ଜା ଆଉ ରହିବନି ।
ମୁଁ ଅନ୍ଧାରରେ ବାହାଘର ପାଳନ କରିବାକୁ ଚାହେଁନି ।
ତେବେ ଏଇ କାହାଣୀରେ
ଯେତେବେଳେ ପଡ଼ୋଶୀମାନେ ବର ଆସିଗଲେଣି ବୋଲି କହିବାକୁ ଆସିଲେ,
ଯେଉଁ କୁମାରୀମାନଙ୍କ ପାଖରେ ତେଲ ନ ଥିଲା, ସେମାନେ ଅନ୍ୟ କୁମାରୀଙ୍କୁ ତେଲ ମାଗିଲେ ।
ସେମାନେ ଯଦି ତେଲ ଦେଇଥା’ନ୍ତେ,
ତେବେ ବିବାହ ଭୋଜିରେ ବତୀ ଜଳାଇ ରଖିବାକୁ ସେମାନଙ୍କ ପାଖରେ ତେଲ ନ ଥାଆନ୍ତା ।
ଏଣୁ ସେଇ ପାଞ୍ଚଜଣ ମୂର୍ଖ କୁମାରୀ ତେଲ କିଣିବା ପାଇଁ ଏଣେତେଣେ ଦୌଡ଼ିଲେ ତେଲ ଖୋଜି ଖୋଜି ।
ଆଉ ସେତେବେଳକୁ ବଜାର ବନ୍ଦ ହେଇଯାଇଥିଲା ।
ହଁ - ନିଶ୍ଚୟ ।
ସେହି ପାଞ୍ଚ ମୂର୍ଖ କୁମାରୀ ବଜାରରୁ ଫେରି ଆସି ଦେଖିଲେ ଯେ,
ତାଙ୍କ ଛଡ଼ା ସମସ୍ତେ ଭୋଜିକୁ ଚାଲିଯାଇଥିଲେ ଆଉ ସେମାନେ ରହିଗଲେ ।
(ଦ୍ୱନ୍ଦଗ୍ରସ୍ଥ) ମୁଁ ଏଥିରୁ କିଛି ବୁଝିପାରୁନି ମାଉସୀ ।
ଏଇ କାହାଣୀ ଅତିଥିମାନଙ୍କ ବିଷୟରେ, ମୋ ବିଷୟରେ ନୁହେଁ ।
ମୁଁ ଭାବୁନି ଯୀଶୁ ପ୍ରକୃତରେ ବିବାହ ଭୋଜି ବିଷୟରେ କହୁଥିଲେ ।
କିନ୍ତୁ ସେ ଆମ ଜୀବନ ବିଷୟରେ ହିଁ କହୁଥିଲେ ।
ଆମେ ଯୀଶୁଙ୍କ ଆଗମନକୁ ଅପେକ୍ଷା କରିଛୁ ।
ଆମ ଭିତରୁ କେତେକ ତାଙ୍କର ଆସିବା ପୂର୍ବରୁ ମରିଯିବେ, କିନ୍ତୁ ଆମେ ତାଙ୍କୁ ସାକ୍ଷାତ କରିବା ପାଇଁ ପ୍ରତିଦିନ ପ୍ରସ୍ତୁତ ରହିବା ଦରକାର ।
ଆଉ ଆମ ହୃଦୟ
ପବିତ୍ରଆତ୍ମାରେ ପୂର୍ଣ୍ଣ ହୋଇ ତାଙ୍କ ପ୍ରତି ଜାଗ୍ରତ ରହିବା ଆବଶ୍ୟକ ।
ଅନ୍ୟ କେହି ଆମ ପାଇଁ କରିପାରିବେନି ।
ସେଇ କୁମାରୀମାନେ ପରସ୍ପର ଭିତରେ ନିଜର ତେଲକୁ ବାଣ୍ଟିପାରିଲେ ନାହିଁ ।
ତମର ସ୍ୱାମୀ
ତମ ପାଇଁ ତାଙ୍କ ହୃଦୟ ଈଶ୍ୱରଙ୍କୁ ଦେଇପାରିବ ନାହିଁ ।
ତମେ ନିଜେ ଈଶ୍ୱରଙ୍କୁ ଖୋଜିବା ଦରକାର ।
ମୁଁ ଦିନସାରା ଯୀଶୁଙ୍କ କଥା ମନେ ପକାଇବାକୁ ଭଲ ପାଏ ।
ମୁଁ ଗୀତ ଗାଏ ।
ମୁଁ ପ୍ରାର୍ଥନା କରେ ।
ତମେ ବି ଏସବୁ କରିବା ଉଚିତ ମରିୟମ ।
ସବୁବେଳେ ତାଙ୍କୁ ଖୋଜ, ପ୍ରତିମୁହୂର୍ତ୍ତରେ ତାଙ୍କଠାରୁ ଜ୍ଞାନ ଆହରଣ କର ।
ତମର ଦୀପ ପାଇଁ ପ୍ରତିଦିନ ଅଧିକ ତେଲ କିଣିବାକୁ ତମ ପାଇଁ ସୁଯୋଗ ଚାହିଁ ରହିଛି, ଠିକ୍ ନା ମରିୟମ ।
ସେଇଟା ମନେ ରଖିବାକୁ ଗୋଟେ ସୁନ୍ଦର ଉପାୟ ।
ଧନ୍ୟବାଦ ମାଉସୀ ।
ତମକୁ ବି ଧନ୍ୟବାଦ ।
ତମକୁ ବି ଧନ୍ୟବାଦ ।
ଆଉ, ରିବିକା,
ମୋ ସାନ ଝିଅର ବାହାଘରରେ ତାକୁ କହିବାପାଇଁ ତମ ପାଖରେ କଣ କିଛି ବିଷୟ ନାହିଁ ?
ଆଜି ବହୁତ ସୁନ୍ଦର ଦେଖାଯାଉଛୁ, ମୋ ଝିଅ ।
ତୁ ଯେମିତି ଆହୁରି ସୁନ୍ଦର ଦେଖାଯିବୁ ସେଥିପାଇଁ ତୋ କେଶକୁ ମୁଁ ଭଲରେ ବାନ୍ଧି ଦେବି ।
ତୋ’ର ଉଦ୍ଦୀପ୍ତ ଚକ୍ଷୁ
ଆଉ ଝଟକୁଥିବା ଉଜ୍ଜ୍ୱଳ ମୁଖମଣ୍ଡଳକୁ ଦେଖିଲେ,
ପ୍ରେରିତ ପିତରଙ୍କ କଥାଗୁଡ଼ିକ ମୋର ମନେପଡ଼ିଯାଏ,
ଯିଏ କହିଲେ,
“ତୁମର କେଶ ସଜ୍ଜା ତୁମକୁ ସୁନ୍ଦର କରେ ନାହିଁ
କି ସୁନାଗହଣା ଓ ସୂକ୍ଷ୍ମ ବସ୍ତ୍ର ପିନ୍ଧିବା ଦ୍ୱାରା ତୁମେ, ତୁମେ ସୁନ୍ଦର ଦେଖାଯାଅ ନାହିଁ ।
ତମର ପ୍ରକୃତ ସୌନ୍ଦର୍ଯ୍ୟ ତମ ଅନ୍ତର ମଧ୍ୟରୁ ଆସେ ।
ଆଉ ତାହା ଏପରି ଏକ ସୌନ୍ଦର୍ଯ୍ୟ, ଯାହା ମଳିନ ପଡ଼େନି ।
ଈଶ୍ୱର ଏହା ଉପରେ ଯଥେଷ୍ଟ ଗୁରୁତ୍ୱ ଦିଅନ୍ତି ।”
ମନେରଖିଥା,
ଆଜିଠୁ ସବୁଦିନ ପାଇଁ ।
ତୋ’ ପ୍ରକୃତ ସୌନ୍ଦର୍ଯ୍ୟ ହୃଦୟରୁ ଆସିବ ।
ଧନ୍ୟବାଦ, ରିବିକା ମାଉସୀ ।
ଆଉ ସାରା,
ତୁ ତୋ’ ଭଉଣୀକୁ କିଛି କହିବୁନି ?
କହିବି,
ତୁ ଜାଣୁ ଯେ, ଉତ୍ତମ ପତ୍ନୀ ହେବାର ଅର୍ଥ କଣ ତାହା ମୁଁ ଏବେ ଶିଖିବାକୁ ଆରମ୍ଭ କରିଛି ।
ଆଉ ଦୁଇମାସ ଭିତରେ ଜଣେ ଉତ୍ତମ ମାଆ ହେବାର ଅର୍ଥ କଣ ତାହା ମୁଁ ଶିଖିବାକୁ ଆରମ୍ଭ କରିବି ।
କିନ୍ତୁ
ମୋର ମନେପଡ଼ୁଛି ରିବିକା ମାଉସୀ ଆମକୁ ମରିୟମ ଓ ମାର୍ଥାଙ୍କ ବିଷୟରେ ଯେଉଁ କାହାଣୀ କହିଥିଲେ । ତୋ’ର ମନେ ଅଛି ?
ତାମାନେ ଯୀଶୁ ଯେତେବେଳେ ଆସିଲେ ?
ହଁ ।
ସେଇ ସମୟରେ ଯୀଶୁ ଆଉ ତାଙ୍କର ଶିଷ୍ୟମାନେ... ଗାଆଁ ଗାଆଁ ବୁଲି ଲୋକମାନଙ୍କୁ ଶିକ୍ଷା ଦେଉଥିଲେ
ଆଉ ସେମାନେ ସେଇ ଗାଆଁକୁ ଆସିଲେ, ଯଉଠି ମାର୍ଥା ତାଙ୍କର ଭଉଣୀ ମରିୟମଙ୍କ ସହିତ ରହୁଥିଲେ ।
ମାର୍ଥା ସେମାନଙ୍କ ଭିତରେ ବଡ଼ ଥିଲେ
ସେ ସମସ୍ତ ପ୍ରକାର ଆୟୋଜନରେ ବଡ଼ ବ୍ୟସ୍ତ ରହୁଥିଲେ ।
ଆଉ ବହୁତ ଲୋକଙ୍କ ପାଇଁ ସେ କେବଳ ଏକୁଟିଆ ରାନ୍ଧୁଥିଲେ ।
କିନ୍ତୁ
ମରିୟମ
ତାଙ୍କ ନା ବି ତୋ ଭଳି ମରିୟମ ଥିଲା,
ସେ ଯୀଶୁଙ୍କ ପାଦ ପାଖେ ବସି ତାଙ୍କ କଥା ଶୁଣିବାକୁ ଭଲ ପାଉଥିଲେ ।
କିନ୍ତୁ ମାର୍ଥା ଖୁବ୍ ବିରକ୍ତ ହେଉଥିଲେ ଯେ ମରିୟମ ତାଙ୍କୁ ସାହାଯ୍ୟ କରୁନାହାନ୍ତି, ଆଉ ସେ ଏହି ବିଷୟ ଯୀଶୁଙ୍କୁ ଯାଇ କହିଲେ, କିନ୍ତୁ
ଯୀଶୁ ଉତ୍ତର ଦେଲେ,
ମରିୟମ ଉତ୍ତମ ବିଷୟ ମନୋନୀତ କରିଛି,
ତାହା ତାଠାରୁ ହରଣ କରାଯିବନି ।
ମୁଁ ଭାବୁଛି
ମୁଁ ମାର୍ଥା ଭଳି ।
ମୋ ପାଇଁ
ମୋ ନିଜର ଭବିଷ୍ୟତ୍ କଥା, ଆଉ ଯେତେ ସବୁ ଜାଗତିକ କଥା ଚିନ୍ତା କରି ବିଚଳିତ ହେଇପଡ଼ିବା ଅତି ସହଜ ବିଷୟ ।
କିନ୍ତୁ
ମୁଁ ଭାବେ ଜଣେ ଭଲ ସ୍ତ୍ରୀ, ଜଣେ ଭଲ ମହିଳା ହେବାର ରହସ୍ୟ ହେଉଛି,
ସବୁବେଳେ ଶାସ୍ତ୍ର ଅଧ୍ୟୟନ କରିବା ଓ ପ୍ରାର୍ଥନାରେ କିଛି ସମୟ କାଟିବା
ଆଉ ପ୍ରତ୍ୟେକଦିନ ଯୀଶୁଙ୍କ କଥାସବୁ ସ୍ମରଣ କରିବା ।
ଆଉ ଯେତେବେଳେ ମୁଁ ସମୟ ବିତାଏ, ଆଉ ମୁଁ ହୃଦୟକୁ ସ୍ଥିର କରି
ଈଶ୍ୱରଙ୍କୁ ମୋ ସହ କଥା ହେବାକୁ ନିବେଦନ କରେ, ଆଉ ମନଦେଇ ତାଙ୍କର ସ୍ୱର ଶୁଣେ,
ସେତେବେଳେ ମୁଁ ମରିୟମଙ୍କ ଭଳି ଅଧିକ ଜୀବନ କାଟେ,
ଆଉ ମାର୍ଥାଙ୍କ ଭଳି ଅଳ୍ପ ।
ଧନ୍ୟବାଦ ସାରା ।
ସାରା ଠିକ୍ କହୁଛି ।
ପ୍ରତ୍ୟେକ ଦିନ ଆମେ ନୂଆ ଜୀବନ ପାଇଥାଉ ।
ଆଉ ପ୍ରତ୍ୟେକଦିନ ପ୍ରଭୁଙ୍କ ସହିତ ସମ୍ପର୍କ ସ୍ଥାପନ କରିବା ହେଉଛି ।
ଆମର ପ୍ରଧାନ କର୍ତ୍ତବ୍ୟ ।
ତୋ’ ସ୍ୱାମୀ ସହ ଆନନ୍ଦରେ ରହ,
ମରିୟମ ।
ଭାବବାଦୀ ନିହିମିୟା କହିଲେ, “ପ୍ରଭୁ ବିଷୟକ ଆନନ୍ଦ ହିଁ ଆମର ବଳ ।”
ଆନନ୍ଦ କର
ସବୁ ବିଷୟରେ ।
ଆଉ ଧନ୍ୟବାଦ ଦିଅ ।
ପ୍ରତ୍ୟେକ ଦିନ ତମର ସମସ୍ତ ନିବେଦନ ଯୀଶୁଙ୍କ ନାମରେ ଈଶ୍ୱରଙ୍କ ନିକଟରେ ଜଣାଅ ।
ଏଇଟା ହେଉଛି ବଞ୍ଚିବାର ପଥ, ତେଣିକି ସ୍ୱାମୀ ଥାନ୍ତୁ ବା ନଥାନ୍ତୁ ।
ଏସବୁ ତମେ ଆଉ ମୁଁ ଜାଣୁ, ନା ଦଲୀୟା ?
ମୁଁ ବି ସେୟା ଭାବୁଛି
ଆରେ ସମସ୍ତେ ଜଣନ୍ତି ।
ଈଶ୍ୱର ଆମକୁ ସବୁ ଅବସ୍ଥାରେ ଭଲ ପାଆନ୍ତି ।
ପ୍ରେରିତ ପାଉଲ ଲେଖିଲେ ଯେ, ତାଙ୍କ ମତରେ ବିବାହ କରିବା ଅପେକ୍ଷା ଅବିବାହିତ ରହିବା ଭଲ ।
ସତରେ ?
ହଁ । ସେ କହିଲେ ଅବିବାହିତ ଲୋକମାନେ, ଈଶ୍ୱରଙ୍କୁ ସନ୍ତୁଷ୍ଟ କରିବାକୁ ସଂପୂର୍ଣ୍ଣ ମନୋଯୋଗ କରିପାରିବେ ।
ତେଣୁ ସେ ଅବିବାହିତ ରହିବାକୁ ଏକ ବିଶେଷ ଆଶୀର୍ବାଦ ରୂପେ ମନେ କଲେ ।
ହେଲେ ମରିୟମଙ୍କୁ କହିଲେ କଣ ଲାଭ ।
ଈଶ୍ୱର ଜୀବନର ସବୁ ସମୟରେ
ସବୁ ପରିସ୍ଥିତିରେ ଉତ୍ତମ ଅଟନ୍ତି ।
ଆଉ ସେ ଆମକୁ ପ୍ରେମ କରନ୍ତି,
ବାହା ହୁଅ ବା ନହୁଅ, ସନ୍ତାନ ଥାଉ ବା ନଥାଉ
ଆମକୁ ସୃଷ୍ଟି କରିଛନ୍ତି ତାଙ୍କ ସହ ଏକ ବିଶେଷ ସମ୍ପର୍କ ରଖିବାକୁ ।
ସେ ଆମ ନିମନ୍ତେ ଆନନ୍ଦ କରନ୍ତି!
ଆମେ କେବଳ ଯୀଶୁଙ୍କ ମଧ୍ୟଦେଇ ତାଙ୍କ ପ୍ରେମ ପାଇବା ଦରକାର ।
ଓହୋ, ମାଆ,
ମୁଁ ତମକୁ ବହୁତ ଭଲପାଏ ।
ତମେ ମୋର କେତେ ଯତ୍ନ ନେଉଛ ।
ମୋ ପ୍ରେମ ତୋ ସାଙ୍ଗରେ ଅଛି ।
ଆଉ ସବୁଦିନ ତୋ’ ପାଇଁ ପ୍ରାର୍ଥନା କରିବି, ମରିୟମ ।
ସେମାନେ ଆସିଗଲେଣି ।
ଆସ ଆସ ବର ଆସିଗଲାଣି!
ଦେଖ ସେଇ ବରକୁ!
ଆଉ ଡେରି କରନି! ଆସ, ଆସ ।
ସେ ଆସୁଛନ୍ତି
ଅବି ପହଞ୍ଚିଯିବେ
କେତେ ବେଳେ ବି!
କନ୍ୟା ଆସୁଛି! କନ୍ୟାକୁ ଦେଖ ! କନ୍ୟାକୁ ଦେଖ !
ଦାଉଦ!
ତମେ ଆସିଛ!
ହଁଲୋ ମୁଁ ଆସିଛି ଭଉଣୀ ।
ଆଜି ତୋ’ ବାହାଘର ନା ।
ସେ ଏଇଠି ଅଛି ବାପା ।
ଆମେ କନ୍ୟାକୁ ନେବା ପାଇଁ ଆସିଛୁ ।
କେତେ ସୁନ୍ଦର!
ମୋ ହୃଦୟ ଚୋରାଇ ନେଇଛ
ତମ ଆଖିର ଗୋଟିଏ ଚାହାଣୀରେ,
ତମ ହାରର ଗୋଟିଏ ମୂଲ୍ୟବାନ୍ ପଥରରେ ।
ପାଖେଇ ଯାଅ!
ଆରେ ଏସବୁ କଣ ହେଉଛି?
ରାସ୍ତା ଛାଡ଼! କଉଠି ସେ? ସେ କଉଠି ?
ନାହିଁ! ସେ ନାହିଁ!
ମୁଁ ତାକୁ ଦେଖିଛି!
ହେଇ ସେ ସେଠି!
ତାକୁ ଧରିନିଅ! ତାକୁ ଧର!
ନେଇ ଆସ ତାକୁ!
ନାଇ!
ଚାଲ! ଘୁଞ୍ଚିଯାଅ
ଘୁଞ୍ଚିଯାଅ !
ତାକୁ ନେଇ ଚାଲ !
ନାହିଁ!
ଦାଉଦ!
ମାଆ!
ମାଆ!
ଆପଣ ଯୋଗ ଦେଇଥିବା ବାହାଘରଠାରୁ ଏହି ବାହାଘର କିପରି ଭିନ୍ନ ବା ସମାନ ଅଟେ ?
ନୌରାଙ୍କ ବର୍ଣ୍ଣିତ ଦଶକୁମାରୀ କାହାଣୀ ଆମ ଜୀବନ ବିଷୟରେ କଣ କହେ ?
ସାରାର କାହାଣୀରେ ଆପଣ ମାର୍ଥା ନା ମରିୟମଙ୍କ ଭଳି ? ଆଉ କିପରି ଭାବରେ ?
ନୌରା ଆଉ ସାରାର କାହାଣୀ କେମିତି ସମାନ ଅଟେ ?
ଈଶ୍ୱରଙ୍କ ସହ ଗମନାଗମନ କରିବାକୁ ସଂପୂର୍ଣ୍ଣ ଅଗ୍ରାଧିକାର ଦେବା ପାଇଁ ଆପଣ କଣ କରିପାରିବେ ?