Women's Resources·15 of 80

Jätku Leiba thumbnail
ChapterJätku Leiba
La Búsqueda - The Search thumbnail
ChapterLa Búsqueda - The Search

Daily Bread

Mariam eats in the fields with Dawud. When she walks back, she spots a young man named Yacoub struggling with oxen in the field. But at home, Moussa tells her that his cousin has proposed a marriage. She tries to tell him a marriage to Enoc wouldn't work. But he doesn't understand. When Moussa asks why, she answers that Enoc doesn't follow Jesus. Moussa gets upset and says he doesn't claim to follow Jesus either. Will she disown him too? Laila tells Mariam the Word is their hope and nourishment. Mariam wonders how to live in faith. But Laila says God will provide that too.

Ask yours

Bible Quotes

Share
2 Timothy 3:16

All Scripture is God-breathed and is useful for instruction, for conviction, for correction, and for training in righteousness,

Berean Standard Bible

Public Domain

Read more...
Free Resources

Want to understand the Bible more deeply?

Join our Bible study

Transcript

Odiya (ଓଡ଼ିଆ)
ରିବିକା. ଦୈନିକ ଖାଦ୍ୟ । ବାପା କାଲି ଯାଉଛନ୍ତି । ମୁଁ ଜାଣେ । (ଚିଡ଼ିଚିଡ଼ିଆ ସ୍ୱରରେ) ଧନ୍ୟବାଦ ମୋ ସାଙ୍ଗରେ ଆ । ହୁଆ!! ହଃ, ଦୁ ଭଲରେ ଧରିଥା । ଆଃ! ପିଲାମାନେ ଆସ । ମରିୟମ କେଉଁଠି ? ସେ ଆସୁଛି । ହେଇ ତ ମରିୟମ । ମେଣ୍ଢାପଲ ଆଜି ଠିକ୍ ଅଛନ୍ତି ତ ? ଦାଉଦ କହୁଛି ଯେ, ସବୁ ଠିକ୍ ଅଛି । ଭଲ, ଭଲ । ମରିୟମ, ମୁଁ ନ ଥିବାବେଳେ ତୋତେ ତୋ’ର ମାଆ ଆଉ ଭଉଣୀଙ୍କର ବହୁତ ଯତ୍ନ ନେବାକୁ ପଡ଼ିବ । ମୁଁ ଜାଣେ, ବାପା । ଯାହା କିଛି କରିବାକୁ ହବ, ମୁଁ କରିବି । ଦେଖ୍, ତୁ ବଡ଼ ହଉଛୁ । ଆମେ ତତେ ଏଠି ସବୁଦିନ ରଖିପାରିବାନି ଜାଣିଥା । ମୁଁ ଯିବାକୁ ଏତେ ଚଞ୍ଚଳ ନୁହେଁ, ବାପା । ହଁ । ମୋ ଆତ୍ମୀୟ, ଯୋନାସ୍ କାଲି ସେ ଆସି ମତେ କହୁଥିଲା । କେଉଁ ବିଷୟରେ ବାପା ? ତୋର ଆଉ ତା ପୁଅ ଏନୋଖ ବିଷୟରେ । ସେ ତୁମାନଙ୍କର ବାହାଘର କରିବାକୁ ଚାହେଁ । ବାହାଘର! ତମେ ତାଙ୍କୁ କଣ କହିଲ ? ସେମାନଙ୍କର ପରିବାର ବହୁତ ଭଲ ଆଉ ପୁଅ ଏନୋଖ ଜଣେ ଭଲ ଯୁବା ଦାୟିତ୍ୱବାନ୍ କିନ୍ତୁ ମୁଁ କେମିତି ତାଙ୍କୁ ବାହା ହୋଇପାରିବି ବାପା? କଣ ତୁ କହୁଛୁ ଝିଅ ? ସେ ... ସେ ମୋ ପରି ନୁହଁନ୍ତି । ଆମର ଚିନ୍ତାଧାରା ସଂପୂର୍ଣ୍ଣ ଅଲଗା ଚିନ୍ତାଧାରା ଅଲଗା ? ତୁ କଣ ମୋଠୁ କିଛି ବିଷୟ ଲୁଚଉଛୁ ? ସେ କଣ ତୋତେ ଖରାପ ବ୍ୟବହାର କରିଛି ? ନା, ଆଦୌ ନୁହେଁ ବାପା, ସେ କଥା ନୁହେଁ । ହଉ ମୁଁ ଯିବା ପୂର୍ବରୁ ଏକଥା ସ୍ଥିର କରିବି । ଓଃ, ମାଆ, ମୁଁ ଏନୋକଙ୍କୁ ବାହା ହୋଇପାରିବିନି । ତାହା ଠିକ୍ ହେବନି । ଠିକ୍ ହେବ ନାହିଁ ? ଆରମ୍ଭରୁ ହିଁ ଏହି ବିଷୟଗୁଡ଼ିକ ସବୁ ଠିକ୍ ଥିଲା । ମୋର ଆତ୍ମୀୟ ଯୋନାସ୍ ର ପରିବାର ଭଲ, ଆଉ ପୁଅ ଏନୋଖ ତ ବହୁତ ଭଲ । ଆଉ ମୋର ଝିଅ ମରିୟମ ସୁନ୍ଦରୀ । ତେବେ କାହିଁକି ଠିକ୍ ହେବ ନାହିଁ ? କିନ୍ତୁ ସେ ଯୀଶୁଙ୍କର ଅନୁଗାମୀ ନୁହଁନ୍ତି ବାପା । ମତେ ଥଟ୍ଟା କରୁଛୁ । ମୁଁ ସେଇ ନାଜରିତୀୟର ଅନୁଗାମୀ ନୁହେଁ ! ତେବେ ମୋତେ କଣ ନିଜର ବାପା ରୂପେ ମଧ୍ୟ ପ୍ରତ୍ୟାଖ୍ୟାନ କରିବୁ ? ତମେ ଆଉ ତମର ସେହି ସାଙ୍ଗଜଣକ ଏହି ଝିଅର ମୁଣ୍ଡକୁ ଖରାପ କରିସାରିଲେଣି ? ମରିୟମ, ଭଉଣୀ ପାଖକୁ ଯା । ତମର ଝିଅ ସେଇ ଏନୋକକୁ ବାହା ହେବାକୁ ମନା କରୁଛି, କାରଣ ସେ ଯୀଶୁଙ୍କର ଅନୁଗାମୀ ନୁହେଁ । ମୁଁ ଜାଣେ ସ୍ୱାମୀ, ତମେ ମରିୟମ ପାଇଁ ସର୍ବଶ୍ରେଷ୍ଠ ବିଷୟ ଚାହଁ । କିନ୍ତୁ ଏ ବିଷୟରେ ତମେ କଣ ତାକୁ ପସନ୍ଦ କରିବାକୁ ଦବନି? ପସନ୍ଦ ଏନୋକ ଖୁବ୍ ଭଲ ପିଲା । ସେ ଜଣେ ସମ୍ମାନୀୟ ଯୁବକ, ଆଉ ତାର ବାପା...ମୋ ଗୋତ୍ରର, ମୋ ସମ୍ପର୍କୀୟ । ସେ ନିଜେ ଆସିଥିଲେ । ଝିଅ ସେମାନଙ୍କର ପସନ୍ଦ । ଏଣୁ କାହା ଅପେକ୍ଷା ଯୋନାସ ସହିତ ବାହା ଦବା ତମ ପାଇଁ ସହଜ ହବ, ନୁହେଁ ? ହଁ, ସହଜ ହବ । କିନ୍ତୁ ଏମିତି କିଛି କଣ ମୋ ଜୀବନ ପାଇଁ ସହଜ ହବନି ? ତମ ପାଇଁ ସହଜ ସ୍ୱାମୀ କିନ୍ତୁ ମରିୟମ ବିଷୟରେ କଣ ହବ ? ଏଇଟା ତାର ଭବିଷ୍ୟତର କଥା । ନିସଙ୍ଗ ଜୀବନ କଣ ଭଲ ? ହଉ ତମେ ତ କାଲି ଚାଲିଯାଉଛ । ସେ ତ ଏବେ ସାନ ପିଲା। ତମେ ଫେରି ଆସିବା ପର୍ଯ୍ୟନ୍ତ ଏସବୁ କଥା ଥାଉ । ମୁଁ ଆଉ ନ ଆସିପାରେ, ଜାଣ । ନାହୂମ କଥା ଭାବ । ଓଃ ସେମିତି କୁହନି । ମୁଁ ହେଉଛି ବାପା, ମୁଁ ପରିବାରର ମୁଖ୍ୟ । ମୋତେ ଏସବୁ ବିଷୟ ଭାବିବାକୁ ପଡ଼ିବ । ଆୟୁବ ଏଠିକି ଆସିବ ହେଲେ ଦାଉଦ । ଦାଉଦ ହୁଏତ କାଲି ବନ୍ଦୀ ହେଇପାରେ । ମୁଁ ଏଠି ରହିବି ସବୁ ବୁଝିବାକୁ । ରହିବ? ତମେ କଣ ଭୁଲିଗଲଣି ଯେ ତମେ କେତେ ଅସୁସ୍ଥ ଅଛ ? ମୁଁ ଭୁଲିପାରିବି ନାହିଁ । ଈଶ୍ୱର ଅଛନ୍ତି ଆମ ସଙ୍ଗେ । ସେ ସବୁ ବୁଝିବେ । ଯଦି ସେ ବୁଝୁଥାନ୍ତେ ସେ ସବୁକଥା ବୁଝନ୍ତି । ଏଇ ଏମିତି ସେ ଯୋଗେଇଥାନ୍ତି । ଆଉ ମୁଁ ଏଠି ନ ଥିବି । ମରିୟମ କଥା ଚିନ୍ତା କର ସ୍ୱାମୀ ଆଉ ତା ମନ କଥା ଟିକେ ବୁଝ । ବର୍ତ୍ତମାନ ଏସବୁ କଥା ଛାଡ଼ । ଈଶ୍ୱର ଯୋଗେଇବେ । ମୁଁ ଏବେ ଯୋନାସକୁ କଣ କହିବି ? ତମେ ଭାବ କଣ କହିବ । ସେ କଣ କହିଲେ ? ବ୍ୟସ୍ତ ହଅନାହିଁ । ମୋର ବିଶ୍ୱାସ ହଉନି ସେ ଯିବା ପୂର୍ବରୁ କିଛି କରିବେ । ମୁଁ ନିଜକୁ ଆଉ ସ୍ୱାମୀଙ୍କୁ ବଳଦ ଭଳି ହେବାକୁ ଚାହୁଁନି । ତୁ କଣ କହୁଛୁ ? ଆଜି ସକାଳେ ମୁଁ ଦେଖିଲି ଯାକୁବ ତାର ବଳଦଗୁଡ଼ାକୁ ଟଣାଓଟରା କରୁଛି । ଯଦିଓ ସେମାନେ ଗୋଟିଏ ଜୁଆଳିରେ ବନ୍ଧା ହୋଇଥିଲେ, କିନ୍ତୁ ସେମାନେ ଭିନ୍ନ ଭିନ୍ନ ଦିଗକୁ ଟାଣି ହେଉଥିଲେ, ତେଣୁ କୁଆଡ଼େ ଯାଇପାରୁ ନ ଥିଲେ । ତୁ ଆଉ ହନୋକ ସେମିତି ହେବ ? ସେମିତି ହବ ନାହିଁ କି ? ଯଦି ମୁଁ ଯୀଶୁଙ୍କୁ ଅନୁସରଣ କରିବି ଆଉ ସେ କରିବେନି ତୁ ଠିକ୍ କହିଛୁ ମରିୟମ । ଆଉ, ତୋ ଭଉଣୀ କେମିତି ଅଛି ? ଦୁର୍ବଳ ଅସୁସ୍ଥ, କିନ୍ତୁ ଆଶା ରଖିଛି । ଆଃ । ଭଲ-ଗର୍ଭରେ ଶିଶୁଟି ଅଛି ବୋଲି ତାକୁ ଦୁର୍ବଳ ଲାଗୁଛି । ମୁଁ ତାଙ୍କୁ ହରେଇବି । ହଁ । ବାପା ବହୁତ ଭଲ । ତଥାପି ସେ ଯୀଶୁଙ୍କୁ ଅନୁସରଣ କରୁନାହାନ୍ତି । ସବୁ ବିଷୟର ସମୟ ଅଛି ଝିଅ । ବେଳେ ବେଳେ ମୁଁ ସନ୍ଦିହାନ ହୋଇପଡ଼େ । ହନୋକଙ୍କୁ ପ୍ରତ୍ୟାଖ୍ୟାନ କରି ବାପାଙ୍କ ପାଇଁ ଅସୁବିଧା ସୃଷ୍ଟି କରୁଛି । କିନ୍ତୁ ମୁଁ ଭାବୁଛି, ମୁଁ ଠିକ୍ କରୁଛି । ଯଦି ମୁଁ ଭୁଲ୍ କରୁଥାଏ ? ଆମେ ଯଦି ଭୁଲ୍ କରୁଥାଉ ? ମୁଁ କେମିତି ଜାଣିପାରିବି, ଯୀଶୁ ହଉଛନ୍ତି ସେହି ପଥ ? ମୁଁ କେମିତି ଜାଣିପାରିବି, ତାଙ୍କର ବାକ୍ୟସବୁ ସତ୍ୟ ? ଯେହେତୁ ଏହା ଭବିଷ୍ୟତବାଣୀ ଥିଲା । ହଜାର ହଜାର ବର୍ଷ ପୂର୍ବରୁ । ଜଗତ ସୃଷ୍ଟି ହେବାପରେ, ଆଦମ ହବା ପାପ କଲାପରେ, ଈଶ୍ୱର କହିଲେ, ନାରୀର ବଂଶ ସର୍ପର ମସ୍ତକକୁ ଚୂର୍ଣ୍ଣ କରିବ । ଆଉ କୌଣସି ଦିନ...ନାରୀ ବଂଶରୁ କେହି ଜଣେ ଶୟତାନର ଶକ୍ତିକୁ ବିନଷ୍ଟ କରିବେ । ଆଉ ଯୀଶୁଙ୍କ ଆସିବାର ଅନେକ ବର୍ଷ ପୂର୍ବରୁ ଭବିଷ୍ୟଦ୍-ବକ୍ତାମାନେ ଏକଥା ଜଣାଇଥିଲେ ଭାବବାଦୀ ଯିଶାଇୟ ଘୋଷଣା କଲେ, ମସୀହ ଜଣେ କୁମାରୀ କନ୍ୟା ଗର୍ଭରୁ ଜାତ ହେବେ । ଆଉ, ଭାବବାଦୀ ମୀଖା ଭାବବାଣୀ କଲେ ଯେ, ସେ ବେଥଲିହିମରେ ଜନ୍ମ ନେବେ, ଯାହା “ରୋଟୀର ଗୃହ” ରୂପେ ଖ୍ୟାତ । ଯୀଶୁ ଆମର ଆଶା ଆଉ ଶକ୍ତିଦାତା । ଭାବବାଦୀ ଯିଶାଇୟ ଘୋଷଣା କଲେ ଯେ, ସେହି ମସୀହ ଅବଜ୍ଞାତ ଆଉ ପରିତ୍ୟକ୍ତ ହେବେ; ସେ ପ୍ରହାରିତ ହେବେ ଓ ଆମ ନିମନ୍ତେ ମୃତ୍ୟୁବରଣ କରିବେ । ଆଉ ସେ ଆମ ଯାତନାସବୁ ନିଜେ ସହିନେଲେ ଆଉ ଆମର ବ୍ୟଥାସବୁ ବହିଲେ । ଆମର ପାପ ପାଇଁ ସେ କ୍ଷତବିକ୍ଷତ ହେଲେ । ଆମ ଅଧର୍ମ ପାଇଁ ପ୍ରହାରିତ ହେଲେ । କିନ୍ତୁ ସେ ଆମର ଶାସ୍ତି ବହନ ନେବା ହେତୁ ଆମ୍ଭେମାନେ ସୁସ୍ଥ ହେଲୁ ସେ ପ୍ରହାରିତ ହେବା ଦ୍ୱାରା ଆମେ ସଂପୂର୍ଣ୍ଣତା ଲାଭ କଲୁ । ଯୀଶୁ ଆମ ଲଜ୍ଜା ନିଜ ଉପରେ ବରି ନେଲେ । ଆଉ ସେ ଯେତେବେଳେ କବରରୁ ଉଠିଲେ, ସେ ଶୟତାନ ଓ ମୃତ୍ୟୁର ଶକ୍ତିକୁ ଚୂର୍ଣ୍ଣ କଲେ, ଯାହା ଈଶ୍ୱର ହବାଙ୍କୁ ପ୍ରତିଜ୍ଞା କରିଥିଲେ । ଯୀଶୁ ଈଶ୍ୱରଙ୍କର ସମସ୍ତ ଭବିଷ୍ୟତ୍ବାଣୀକୁ ସଫଳ କଲେ । ନିଜର ଜୀବନ ମୃତ୍ୟୁ ଓ ପୁନରୁତ୍ଥାନ ଦ୍ୱାରା ହଁ, ଆମେ ଏହି ଶାସ୍ତ୍ରକୁ ବିଶ୍ୱାସ କରିପାରିବା, ମରିୟମ, କାରଣ...ତାହା ପ୍ରମାଣିତ ହେଇସାରିଛି । ସେ ସମସ୍ତ ହଉଛି ଈଶ୍ୱରଙ୍କ ବାକ୍ୟ । ସର୍ବଶକ୍ତିମାନ ଈଶ୍ୱର ହିଁ ଏହାର ଲେଖକ ଓ ସେ ସେସବୁକୁ ସୁରକ୍ଷା ଦିଅନ୍ତି । ଯେପରି ବାକ୍ୟ ଅଶୁଦ୍ଧ ନହୁଏ । ତାହା ଆତ୍ମିକ ଖାଦ୍ୟ । ଏହି ରୋଟୀ ଭଳି । କିନ୍ତୁ ଆହୁରି ଅଧିକ ପୁଷ୍ଟିକର । ପ୍ରେରିତ ପାଉଲ ଲେଖିଲେ, “ସମସ୍ତ ଶାସ୍ତ୍ର ଈଶ୍ୱର ଦ୍ୱାରା ନିଶ୍ୱସିତ... ଆଉ ସତ୍ୟ ଅଟେ ଶିକ୍ଷା ଦେବାକୁ ଅନୁଯୋଗ...ଓ ସଂଶୋଧନ କରିବାକୁ ଏବଂ ଧାର୍ମିକକତା ସମ୍ବନ୍ଧୀୟ ଶାସନ ନିମନ୍ତେ ଉପକାରୀ ।” ତୁମେ ଯେତେବେଳେ ଶାସ୍ତ୍ର ଓ ଯୀଶୁଙ୍କ ବିଷୟରେ ଆଲୋଚନା କର, ମୋତେ ବହୁତ ଭଲ ଲାଗେ । କିନ୍ତୁ ଏଇ ଭଲ ପାଇବାକୁ ସବୁବେଳେ ମୁଁ ହୃଦୟରେ କେମିତି ରଖିପାରିବି ? ମୁଁ ୟାକୁ ବିଶ୍ୱାସ କରି କେମିତି ଜୀବନ କାଟିପାରିବି, ମାଆ ? ତାହା ଏକ ଦୃଢ଼ ପଦକ୍ଷେପ ମରିୟମ । ଈଶ୍ୱରଙ୍କ ବାକ୍ୟ ବିଶ୍ୱାସ କଲେ ଓ ମାନିଲେ ଆମର ଭରସା ବୃଦ୍ଧି ପାଏ । ଆଉ ତୁ ଦିନ ପରେ ଦିନ ତାଙ୍କଠାରେ ସମର୍ପିତ ହେଲେ, ସେ ତୋର ପ୍ରୟୋଜନ ଅନୁଯାୟୀ ଜ୍ଞାନ ଓ ବିଶ୍ୱାସ ଯୋଗାଇ ଦେବେ । ଦାଉଦ, ତୁ ଠିକ୍ ଅଛୁ ତ ? ମୁଁ କେମିତି ଠିକ୍ ହେଇକି ରହି ପାରିବି ଯେତେବେଳେ ଆମ ନିଜ ବାପା ଆଗ୍ରୀପ୍ପାଙ୍କ ପାଇଁ ପ୍ରାସାଦ ନିର୍ମାଣ କରିବାକୁ ଯାଉଛନ୍ତି ? ଦାଉଦ ? ତୁ ଜାଣୁ ମୁଁ ନିଶ୍ଚୟ ଯିବି । ମତେ ପ୍ରତିଜ୍ଞା କର ଦାଉଦ, ତୁ ତୋ ମାଆର... ତୋ ଭଉଣୀମାନଙ୍କର... ଆଉ ତୋ ଭାଇର ଯତ୍ନ ନେବୁ କଥା ଦେ । ମୁଁ ପାରିବି ଯଦି କରିବି । ତୋତେ ମୁଁ ବିଶ୍ୱାସ କରେ । ମୁଁ ଆସୁଛି ବାପା । ତୋର ମଙ୍ଗଳ ହେଉ । ଆପଣ ଏହି ଘଟଣା ସଦୃଶ ଏକ ପରିସ୍ଥିତିରେ କିଭଳି ପ୍ରତିକ୍ରିୟା ପ୍ରକାଶ କରିବେ ? ମରିୟମ କେତେକ ଗୁରୁତ୍ୱପୂର୍ଣ୍ଣ ଶୈଳୀ ବିଷୟରେ ତାଙ୍କର ବାପାଙ୍କ ସହିତ ସହମତ ନଥିଲାବେଳେ ମଧ୍ୟ ତାଙ୍କ ପ୍ରତି କିପରି ସମ୍ମାନ ପ୍ରଦର୍ଶନ କରିପାରିଥିଲା ? ମରିୟମର ସନ୍ଦେହ ମୋଚନ କରିବା ନିମନ୍ତେ ତାଆର ମାଆ କିପରି ତାକୁ ସାହାଯ୍ୟ କଲେ ? ସତ୍ୟ କଣ, ତାହା ଆମେ କିପରି ସ୍ଥିର କରିପାରିବା ? ଘଟଣାର ଏହି ଅଂଶ ସନ୍ଦେହ ଓ ଭରସା ବିଷୟରେ ଆପଣଙ୍କୁ କଣ ଦର୍ଶାଏ ?
JesusFilm