Women's Resources·18 of 80

Jätku Leiba thumbnail
ChapterJätku Leiba
La Búsqueda - The Search thumbnail
ChapterLa Búsqueda - The Search

Finding Peace

In the midst of trials, Mariam asks Rivka how to stay calm in troubled times. She says Jesus prayed even more during tough times. Jesus was on a mountain top praying. A man brought his son to the disciples to be healed. But the disciples couldn't do it. When Jesus came down from praying, He rebuked the disciples. He said, "This kind only comes out by prayer." Rivka says spending time with God, praying, learning from His Word, seeking His will, and worshipping Him is a way of life. So when life becomes difficult, we're prepared. Spending time in prayer isn't an obligation; it's a privilege. As Rivka says, Jesus often went away to be by Himself. He set an example for His followers by spending intentional time with His Father on a regular basis. As followers of Jesus, we're assured God's peace when we pray. This is how followers of Jesus endure trials and suffering in life: communication and relationship with the One who made us and reigns sovereign over everything.

Ask yours

Bible Quotes

Share
Mark 1:35

Early in the morning, while it was still dark, Jesus got up and went out to a solitary place to pray.

Berean Standard Bible

Public Domain

Read more...
Philippians 4:6-7

Be anxious for nothing, but in everything, by prayer and petition, with thanksgiving, present your requests to God. And the peace of God, which surpasses all understanding, will guard your hearts and your minds in Christ Jesus.

Berean Standard Bible

Public Domain

Read more...
Free Resources

Want to understand the Bible more deeply?

Join our Bible study

Transcript

Odiya (ଓଡ଼ିଆ)
ରିବିକା. ସମସ୍ୟା ମଧ୍ୟରେ ଶାନ୍ତି । ଦାଉଦ, କଣ କରୁଛୁ ତୁ ଏଠି ? ଚୁପ୍ ! ମେଣ୍ଢାମାନଙ୍କୁ କିଏ ଜଗିଛି ? ଯାକୁବ ତୁ ଏଠି କଣ କରୁଛୁ ? ମୁଁ ଲୁଚି ରହିବାକୁ ଚାହେଁ : ମୁଁ ଲୁଚିବାକୁ ଯାଉଛି । କଣ ? ତୁ ଏମିତି କେମିତି କରିବୁ । ତୋର ଏଠି ଦରକାର ରୋମୀୟମାନେ ମୋତେ ଖୋଜୁଛନ୍ତି । ବାପା ଯିବା ଆଗରୁ ରୋମୀୟମାନେ ତୋତେ ଖୋଜୁଛନ୍ତି । ତୁ କଣ କରିଛୁ, ଦାଉଦ ? ଯାହା କରୁଛୁ, ସେଥିପାଇଁ ଧନ୍ୟବାଦ ଦେ । ଯିରୂଶାଲମ ଶତୃ କବଳରୁ ମୁକ୍ତ ହେବା ଦରକାର । ମାଆ କଣ ଉଠିଲାଣି ? ମୁଁ ଜାଣେନି । ସେ କିନ୍ତୁ ଭଲ ନାହାନ୍ତି । ତୁ ଏଇଟା କରିପାରିବୁନି, ଦାଉଦ । ମୁଁ ଯାଉଛି ବୋଲି ତାକୁ ଏକଥା କହିବାକୁ ଚାହେଁ । କିନ୍ତୁ ତୁ ବାପାଙ୍କୁ ପ୍ରତିଜ୍ଞା କରିଛୁ । ବାପାଙ୍କ ବିଷୟରେ ତୁ ମତେ ଆଉ କିଛି କହନି । ସେ ସବୁବେଳେ ରୋମୀୟମାନଙ୍କୁ ସାହାଯ୍ୟ କରିଆସୁଛନ୍ତି । ସେ ମୋର କିଏ ବିଚାର କରିବାକୁ ? ମୋର ଯାହା କରିବା କଥା, ମୁଁ କରୁଛି । ତମମାନଙ୍କର କିଛି ହବନି । ସାରା ଆଉ ଆୟୁବ ଏଠି ଅଛନ୍ତି । ଆଉ ଯାକୁବ କହିଛି ସେ ଆମ ପଶୁମାନଙ୍କ ଦେଖିବ । କିନ୍ତୁ ଆୟୁବଙ୍କର ହାତ... ଆଃ...! ତୁ କାହିଁକି ଯାଉଛୁ ? ଏଇଟା ସମସ୍ତଙ୍କ ପାଇଁ ନିରାପଦ । ମୁଁ ଫେରି ଆସିବି । ଜଲଦି । ତୁ ବିଶ୍ରାମ ନେ ତୁ ଭଲ ହୋଇଯିବୁ । ପୁଅ ଈଶ୍ୱର ତୋର ସହାୟ ହୁଅନ୍ତୁ । କାହିଁକି ଏମିତି କରୁଛୁ ? ତୁ କେମିତି ଆମକୁ ଛାଡ଼ି ଯାଉଛୁ ? ତୁ ଭାବୁଛୁ ଏଇଟା ମୁଁ କରୁଛି ? କବାଟ ଖୋଲ କବାଟ ଖୋଲ ଘୁଞ୍ଚି ଯାଅ! ଆମେ ଦାଉଦ ଆଉ ମୌସାକୁ ବନ୍ଦୀ କରିବାକୁ ଆସିଛୁ । ଘର ଭିତରେ ଖୋଜ ଉପର ଖୋଜ କଣ ହଉଛି ଏସବୁ? ଆୟୁବ! ତମେ କିଏ ? ମୁଁ ଦାଉଦର ଭିଣୋଇ । ମୁଁ ଏଠିକାର ମୁରବୀ । ତାକୁ ପାଇଲ ? ନାଇ ସାର୍ । ହା, ହା, ହା । ମୁଁ ଏଇଟାକୁ ପାଇଲି, କିନ୍ତୁ ଇଏ ତ ଗୋଟିଏ ଛୋଟିଆ ପିଲା । ତାକୁ ଛାଡ଼ିଦିଅ । ତା ବଦଳେ ଆମେ ୟାକୁ ନେଇଯିବା । କଣ ? ଚାଲ । ମୁଁ କିଛି ଭୁଲ୍ କରିନାହିଁ । ଆଃ! ମୁଁ କହୁଛି ଚାଲ ! ଆୟୁବ! ଆୟୁବ! ଛାଡ଼ି ଦିଅ, ତାଙ୍କୁ ଛାଡ଼ି ଦିଅ! ଆୟୁବ! କିନ୍ତୁ ଆୟୁବ! ଆୟୁବ! ନା! ନା, ସାରା, ସାରା! ପିଲାଟା ବିଷୟ ଟିକେ ଭାବ । ନା, ତୁ ଏମିତି ତାକୁ ସାହାଯ୍ୟ କରିପାରିବୁନି । ତୁ ମାଆଙ୍କ ପାଖକୁ ଆସ । ମାଉସୀ ସେ ବେହୋସ୍ ହେଇଯାଇଛି । ଆମେ ସ୍ଥିର ହବା ଆଉ ପ୍ରାର୍ଥନା କରିବା । ଈଶ୍ୱର ଆଜି ମଧ୍ୟ ଆମର ନିୟନ୍ତ୍ରଣ କର୍ତ୍ତା । ସୈନ୍ୟମାନେ କଣ, ଦାଉଦକୁ ଖୋଜୁଥିଲେ ? ହଁ, ମାଆ, କିନ୍ତୁ ସେମାନେ ତାକୁ ପାଇଲେ ନାହିଁ । ସେ ଖସି ପଳାଇଲା । କିନ୍ତୁ ଆୟୁବ! ସେମାନେ ଆୟୁବଙ୍କୁ ତା ବଦଳେ ନେଇଗଲେ । ଦୟା କର ପ୍ରଭୁ । ଆମେ ପ୍ରାର୍ଥନା କରିବା । ପିତା, ଆମେ ଆମର ପ୍ରଭୁ ଆଉ ତ୍ରାଣକର୍ତ୍ତା ଯୀଶୁଖ୍ରୀଷ୍ଟଙ୍କ ନାମରେ ତୁମ ପାଖକୁ ଆସିଛୁ । ଆମେ ତୁମର ଉପାସନା କରୁଛୁ । ଆଉ ଗୌରବ କରୁଛୁ ପିତା ଆମେ ତୁମକୁ ଧନ୍ୟବାଦ ଦଉଛୁ ଯେ, ଏଭଳି ଜଟିଳ ପରିସ୍ଥିତିରେ ବି ତୁମେ ସାହାର୍ଯ୍ୟ କରୁଛ । ଆମେ ଆୟୁବଙ୍କ ପାଇଁ ପ୍ରାର୍ଥନା କରୁଛୁ ପିତା । ତାକୁ ଏହି ସୈନ୍ୟମାନଙ୍କଠାରୁ ମୁକ୍ତ କର, ପ୍ରଭୁ । ତାକୁ ତୁମର ଜ୍ଞାନ ଦିଅ । ତୁମ କରୁଣାରେ ତାକୁ ଧରି ରଖ । ତୁମର ଶାନ୍ତିରେ ତା ହୃଦୟକୁ ପୂର୍ଣ୍ଣ କର, ଯାହା ଆମେ ବୁଝିବାକୁ ଅକ୍ଷମ । ଆୟୁବକୁ ନିରାପଦରେ ରଖ, ପ୍ରଭୁ । ଆମେ ବୁଝିପାରୁନୁ, ଏଠି ସବୁ କଣ ଘଟୁଛି, ଆମେ ତୁମର ପ୍ରଶଂସା କରୁଛୁ ଧନ୍ୟବାଦ ଦେଉଛୁ କାରଣ ଆମେ ତୁମଠାରେ ଭରସା ରଖିଛୁ, କେବଳ ତୁମଠାରେ । ଧନ୍ୟବାଦ, ପ୍ରଭୁ । ମୁଁ ତୁମଠାରେ ଭରସା ରଖେ, ମାଉସୀ, ଚାରିଆଡ଼େ ଏତେ ଗଣ୍ଡଗୋଳ ହଉଥିବାବେଳେ ତମେ ଏତେ ଶାନ୍ତ ରହିପାରୁଛ କେମିତି ? ଆମର ଶାନ୍ତି ଈଶ୍ୱରଙ୍କଠାରୁ ଆସେ ମୋର ମନେ ଅଛି, ମଗ୍ଦଲୀନୀ ମରିୟମ ମତେ କହୁଥିଲେ, ସେ ଯେତେବେଳେ ଭୟ ପାଆନ୍ତି ଓ କଷ୍ଟ ଭୋଗନ୍ତି ସେ ସର୍ବଦା ଯୀଶୁଙ୍କ କଥା ମନେ ପକାଇ ଜୀବନ କାଟିଥାନ୍ତି । ସେ କହୁଥିଲେ, ଏପରିକି ଯୀଶୁ ଯେତେବେଳେ ବ୍ୟସ୍ତତାରେ, ବା ଶତ୍ରୁମାନଙ୍କ କବଳରେ ରହୁଥିଲେ, ସେ ଅତି ସକାଳୁ ଉଠି ଯାଉଥିଲେ ଆଉ ନିଜେ ପ୍ରାର୍ଥନା କରିବାକୁ ଗୋଟିଏ ସ୍ଥାନକୁ ଚାଲିଯାଉଥିଲେ । ଥରେ ଥରେ ସେ ରାତିସାରା ପ୍ରାର୍ଥନା କରୁଥିଲେ । ସେ ବାରଜଣ ଶିଷ୍ୟଙ୍କୁ ବାଛିବା ପୂର୍ବରୁ ସାରା ରାତି ପ୍ରାର୍ଥନା କରିଥିଲେ । ଥରେ ସେ ପ୍ରାର୍ଥନା କରୁଥିବା ସମୟରେ ଅଧିପତିମାନେ ଆସିଲେ ଆଉ ତାଙ୍କୁ ଗିରଫ କଲେ । ସତରେ ସେ ଥିଲେ ଜଣେ ପ୍ରାର୍ଥନାଶୀଳ । ଥରେ, ଯୀଶୁ ପିତର, ଯାକୁବ ଓ ଯୋହନଙ୍କ ସହ ଗୋଟିଏ ପର୍ବତ ଉପରେ ଥିଲେ, ଜଣେ ବ୍ୟକ୍ତି ତାର ପୁଅକୁ ସୁସ୍ଥ କରିବା ନିମନ୍ତେ ଅନ୍ୟ ଶିଷ୍ୟମାନଙ୍କ ନିକଟକୁ ଆଣିଲା । ସେଇ ପିଲାଟି...ମୂର୍ଚ୍ଛା ହେଇଯାଉଥିଲା ଆଉ ଥରେ ଥରେ ସେ ନିଆଁ ଭିତରେ ଯାଇ ପଡ଼ୁଥିଲା । ସେଇ ଲୋକଟି ଶିଷ୍ୟମାନଙ୍କ ପାଖକୁ ଯାଇ ଅଶୁଚି ଆତ୍ମାକୁ ବାହାର କରିଦେବାକୁ ମିନତି କଲା, ସେମାନେ କିନ୍ତୁ ପାରିଲେନି । ଶିଷ୍ୟମାନଙ୍କର ଅଳ୍ପ ବିଶ୍ୱାସ ପାଇଁ ଯୀଶୁ ଭର୍ତ୍ସନା କଲେ ଆଉ କହିଲେ, ଏସବୁ ଆତ୍ମା କେବଳ ପ୍ରାର୍ଥନା ଓ ଉପବାସ ଦ୍ୱାରା ବାହାର କରିହୁଏ । କିନ୍ତୁ ସେ ସେଇଠି ପ୍ରାର୍ଥନା କି ଉପବାସ କଲେନି, କାରଣ ସେ ସର୍ବଦା ପ୍ରାର୍ଥନା ଓ ଉପବାସ କରି ଆସୁଥିଲେ । ଯୀଶୁ ମନ୍ଦ ଆତ୍ମାକୁ ଆଦେଶ ଦେଲେ...ପିଲାଟି ସୁସ୍ଥ ହୋଇଗଲା । ଯୀଶୁ ଦେଖେଇଲେ ପ୍ରାର୍ଥନା ଏକ ଜୀବନଶୈଳୀ । ପ୍ରତିଦିନ ପ୍ରାର୍ଥନା କରିବା, ଈଶ୍ୱରଙ୍କ ସହ ସମୟ କାଟିବା, ତାଙ୍କର ଉପାସନା କରିବା, ତାଙ୍କ ଇଚ୍ଛା ଜାଣି, ତାଙ୍କ ବାକ୍ୟ ଉପରେ ଧ୍ୟାନ ଦେବା । ଆଉ ସେପ୍ରକାରେ, ଆମ ଜୀବନ ଯେତେବେଳେ ଜଟିଳ ହୋଇଯାଏ, ଯେମିତି ଆମ ସମସ୍ତଙ୍କ ଜୀବନରେ ଆସେ ବିଭିନ୍ନ ଅସୁବିଧା, ଆମେ ଦେଖୁ ଆମ ଜୀବନରେ ଯାହା ଘଟିଲେ ବି ଆମ ପାଖରେ ତାର ସମ୍ମୁଖୀନ ହେବାକୁ ସମ୍ବଳ ଆଉ ଶାନ୍ତି ଅଛି । ତୁମେ କଣ ସକାଳୁ ଉଠି ପ୍ରାର୍ଥନା କର ? ମୁଁ ଚେଷ୍ଟା କରେ । ଅବଶ୍ୟ, ଏଥିରେ ଅନେକ ଥର କେତେ ବିଷୟ ମତେ ବାଧା ଦିଏ । କିନ୍ତୁ ଏଇଟା ମୋର ଅଭ୍ୟାସ ଆଉ ଏଇଟା ମୋ ପାଇଁ ସର୍ବୋକ୍ରୃଷ୍ଟ ସମୟ । ପ୍ରଭୁଙ୍କ ସହିତ ପ୍ରାର୍ଥନାରେ ସମୟ କାଟିବା ବାଧ୍ୟବାଧକତା ନୁହେଁ, ବରଂ ଏହା ସୌଭାଗ୍ୟ । ବେଳେବେଳେ ମୁଁ ଭାବେ ମୁଁ ପ୍ରାର୍ଥନାସବୁ ଈଶ୍ୱରଙ୍କୁ ପିଲାଳିଆମି ଲାଗୁଥିବ । ପିଲାଳିଆମି ? ଆରେ ନାଇଁ ମରିୟମ ମୋଟେ ନୁହେଁ । ଈଶ୍ୱର ଏଇଟା ଭଲ ପାଆନ୍ତି ଯେତେବେଳେ ତମେ ପ୍ରତ୍ୟେକ ଛୋଟ ଆଉ ବଡ଼ ବିଷୟ ପାଇଁ ତାଙ୍କ ନିକଟକୁ ଆସ । ଆଦମ ହବାଙ୍କୁ ସୃଷ୍ଟି କରି ଈଶ୍ୱର ଯେତେବେଳେ ଉଦ୍ୟାନରେ ରଖିଲେ । ସେମାନଙ୍କ ସହିତ ସେ ମିଶୁଥିଲେ । ଆଉ ସେମାନଙ୍କୁ ଡାକୁଥିଲେ, କଉଠି ଅଛ ତମେମାନେ ? ତମ ପାଇଁ ତାହା ହେଉଛି ଈଶ୍ୱରଙ୍କ ହୃଦୟ । ସେ ସାନ୍ନିଧ୍ୟ ଚାହାଁନ୍ତି । ସେ ଆମଠୁ ଅଧିକ ବୁଝିପାରନ୍ତି ଯେ, ତମେ କେଉଁ ପରିସ୍ଥିତି ଦେଇ ଯାଉଛ । କିନ୍ତୁ ...ତମେ ସେ ବିଷୟରେ କେମିତି ନିଶ୍ଚିତ ହେବ ? ଯୀଶୁ ଜଣେ ମନୁଷ୍ୟ ଥିଲେ, ଠିକ୍ ଆମ ଭଳି । ଆମ ପରି ମଧ୍ୟ ସେ କ୍ଳେଶ ଭୋଗିଥିଲେ । ଆମ ପରି ସେ ମଧ୍ୟ ପ୍ରଲୋଭିତ ହୋଇଥିଲେ । ସେ ପାପବିହୀନ ଏକ ସିଦ୍ଧ ଜୀବନ କାଟିଲେ । ଯେହେତୁ ସେ ଏ ଜଗତରେ ଆମ ମଧ୍ୟରେ ଜୀବନ କାଟିଥିଲେ । ସେ ଆମକୁ ବୁଝି ପାରନ୍ତି । ଏମିତି କିଛି ପରୀକ୍ଷା ନାହିଁ, ଯାହାର ସେ ସମ୍ମୁଖୀନ ହେଇନାହାଁନ୍ତି । ଆମ ପ୍ରତି ତାଙ୍କ ପ୍ରେମ ଅତି ଗଭୀର । ସେ ଆମ ସାରା ଜୀବନର ଜଣେ ପ୍ରକୃତ ବନ୍ଧୁ । ତୁମେ ଈଶ୍ୱରଙ୍କୁ ପ୍ରାର୍ଥନା କଲାବେଳେ ତାଙ୍କୁ କଣ ସବୁ ବିଷୟ କୁହ ? ସବୁ ବିଷୟରେ, ନିଶ୍ଚିତ ରୂପେ ସେ ମୋଠୁ ଏସବୁ ବିଷୟ ଶୁଣିବାକୁ ସବୁବେଳେ ଇଚ୍ଛା କରନ୍ତି । ଆଉ ମୋ ପାଖରୁ ବି । ହଁ । ନିଜ ଜୀବନର ସବୁ କଥା ରାଜାମାନଙ୍କର ରାଜା, ପ୍ରଭୁମାନଙ୍କର ପ୍ରଭୁଙ୍କୁ ଜଣାଇବା । ସାରା! ଆୟୁବ! ଓ! ହସ! ତମେ ଠିକ୍ ଅଛ ତ ? ହଁ । ଜଣେ ଶତସେନାପତି ଆସିଲେ, ଆଉ କହିଲେ, ମତେ ଛାଡ଼ି ଦବାକୁ । ଧନ୍ୟ ପ୍ରଭୁ! ସେ ବହୁତ ରାଗିଗଲେ ଭୁଲ୍ ଲୋକକୁ ବନ୍ଦି କରିଥିଲେ ବୋଲି । ଆସ, ମୋତେ ସବୁକଥା କହିବ ଆସ । ଈଶ୍ୱର ପ୍ରାର୍ଥନାର ଉତ୍ତର ଦିଅନ୍ତି । ହଁ । ସେ ଉତ୍ତର ଦିଅନ୍ତି ଝିଅ । ଆଉ, ମୁଁ ଏବେ ଘରକୁ ଯାଉଛି । ଆସୁଛି, ରିବିକା ମାଉସୀ । ଆରେ ଯାକୁବ । ମାଉସୀ ଭଲ ! ମୁଁ ଭାବୁଛି ତମେ ସବୁ ଭଲରେ ଅଛ । ଭଲଅଛି, ଧନ୍ୟବାଦ । ଆଉ ତମେ ? ଠିକ୍ ଅଛି । ହଉ ମୁଁ ଆସୁଛି ପୁଅ । ଆସୁଛି ମାଉସୀ । ହଉ । ଯାକୁବ । ମୁଁ ତୁମକୁ ସାହାଯ୍ୟ କରିବି ? ମୁଁ.., ମୁଁ ଟିକେ ଭିତରକୁ ଆସିପାରେ କି ? ଆସ । ସମସ୍ତେ ଏଠି ଅଛନ୍ତି । ଭିତରକୁ ଆସ । ଦାଉଦ ସାଙ୍ଗେ ମୋର ବିଲରେ ଦେଖା ହୋଇଥିଲା । ସେ ଜଣାଇଛନ୍ତି ଯେ, ସେ ନିରାପଦରେ ଖସି ଆସିଛନ୍ତି । ତୁମେ ବ୍ୟସ୍ତ ହୁଅନି ମାନେ ସେ ଲୁଚିବା ପାଇଁ ନିରାପଦ ସ୍ଥାନ ପାଇଛନ୍ତି । ତମେ ଠିକ୍ ଅଛ ତ ? ତମେ କଣ ସାହାଯ୍ୟ ଚାହଁ ? ଦାଉଦ ମୋତେ କହିଲେ ଯେ, ମେଣ୍ଢା ଚରେଇବାରେ ଆୟୁବଙ୍କୁ ସାହାଯ୍ୟ କରିବାକୁ ଚାହୁଁଛ ତମେ ନିଜେ । ତମକୁ ବହୁତ ଧନ୍ୟବାଦ । ଏଇଟା ଆମ ପାଇଁ ବଡ଼ ସାହାଯ୍ୟ । ମୁଁ ନିଶ୍ଚିତ ଯେ ମାଆ, ନୋହ, ଆଉ ମୁଁ ଭଲରେ ରହିବୁ । ଯଦି ତମର କିଛି ଦରକାର, ମୋତେ କହିବ । ମାନେ, ମୁଁ ତୁମ ପାଇଁ ଆଉ ମାଆଙ୍କ ପାଇଁ ପ୍ରାର୍ଥନା କରୁଛି । ... ତମେ ଜାଣ । ମୁଁ ପରିଶ୍ରମୀ । ମୁଁ ଯେକୌଣସି କରିପାରେ । ଆଉ କିଛି ? ମାନେ, ସବୁ ବିଷୟ ନୁହେଁ । ଧନ୍ୟବାଦ, ଯାକୁବ । ମୁଁ ତୁମ ପ୍ରସ୍ତାବ ମନେରଖିବି । ଠିକ୍ । ତେବେ, ମୁଁ ଆସୁଛି । ଆସୁଛି ଯାକୁବ । ଆପଣମାନେ କେଉଁ ଚରିତ୍ର ସହିତ ନିଜକୁ ଚିହ୍ନଟ କଲେ ଆଉ କାହିଁକି ? ଯଦି ଆପଣ ବା ଆପଣଙ୍କ ପ୍ରିୟଜନ କେହି ଅନ୍ୟାୟର ଶୀକାର ହୁଅନ୍ତି, ଆପଣଙ୍କ ପ୍ରତିକ୍ରିୟା କିପରି ହେବ ? ଈଶ୍ୱର ପ୍ରାର୍ଥନାର ଉତ୍ତର କେଉଁପରି ଦିଅନ୍ତି ? ଯୀଶୁଙ୍କ ଉଦାହରଣରୁ ଆମେ ପ୍ରାର୍ଥନା ବିଷୟରେ କଣ ଶିଖିଲୁ ? ଏହି ମହିଳାମାନଙ୍କଠାରୁ ଆପଣମାନେ ପ୍ରାର୍ଥନା ବିଷୟରେ କଣ ଶିଖିଲେ ?
JesusFilm