Women's Resources·8 of 80

Jätku Leiba thumbnail
ChapterJätku Leiba
La Búsqueda - The Search thumbnail
ChapterLa Búsqueda - The Search

In the Family

Rivka is a friend and mentor to a family as they deal with political and personal conflict. Mariam, a young girl, and her brother Noah run to Rivka's home for help. Laila, Mariam's mother, is sick. Rivka prays to God in Jesus's name for Laila to be healed. Rivka assures Mariam that God cleanses people with the death and resurrection of Jesus. Anyone who accepts Jesus is at peace with God. Moussa, Mariam's father, comes in to check on Laila. He's disappointed to see Rivka there and tells Mariam that Rivka should go. Mariam wonders if God could accept someone so selfish. Rivka tells her the story of the prodigal son. Rivka says God receives any lost person the same way, with open arms. Rivka tries to assure Mariam that there is hope in hard times.

Ask yours

Bible Quotes

Share
Free Resources

Want to understand the Bible more deeply?

Join our Bible study

Transcript

Odiya (ଓଡ଼ିଆ)
ରିବିକା ପରିବାର ମଧ୍ୟରେ ଥରେ ଥରେ ସକାଳେ ସାରା ସହରଟି ଶାନ୍ତ ଥାଏ । ଦୋକାନୀମାନେ ସେମାନଙ୍କ ଦୋକାନ ସଜାଡ଼ିବା ଆରମ୍ଭ କରି ନ ଥାଆନ୍ତି । ରୋମୀୟ ସୈନ୍ୟମାନଙ୍କର ପ୍ୟାରେଡ୍ ଏ ପର୍ଯ୍ୟନ୍ତ ଆମ ରାସ୍ତାଗୁଡ଼ିକରେ ଆରମ୍ଭ ହୋଇ ନ ଥାଏ । କିନ୍ତୁ ଯେପରି ସକାଳର ଥଣ୍ଡା ପବନ ଦ୍ୱିପ୍ରହର ସୂର୍ଯ୍ୟର ତାତି ଆଡ଼କୁ ପଥ କଢ଼ାଇ ନିଏ, ସେହିପରି ପ୍ରାତଃକାଳର ନୀରବତା କୋଳାହଳ ଓ ସମସ୍ୟା ନିମନ୍ତେ ପଥ ଖୋଲି ଦେଇପାରେ । ମୁଁ ଜାଣେନା ଆଜି ଦିନଟିରେ ମୋ ପାଇଁ କଣ ଅଛି ? ନୋହ! ବାଟରୁ ଘୁଞ୍ଚିଯାଅ! ପାଖେଇ ଯା! ଆମେ କାହିଁକି ଲୁଚିବା ? ସୁଉ – ଉ! ଆସ୍ ଆମକୁ ମାଆଙ୍କ ସାଙ୍ଗଙ୍କୁ ଆଣିବାକୁ ହେବ! ଘୁଞ୍ଚିଯାଅ, ଘୁଞ୍ଚିଯାଅ! ତମେ ଚାଲିଯାଅ । ମରିୟମ୍ କଣ ହେଇଛି ? ମାଆ ବହୁତ ଅସୁସ୍ଥ । କଣ ହେଇଛି ମୋ ଝିଅ ? ତାଙ୍କର କାଶରେ ରକ୍ତ ପଡ଼ୁଛି । ନୋହ! ମୋତେ କୁହ, କେବେଠୁ ତାଙ୍କ କାଶରେ ରକ୍ତ ପଡ଼ୁଛି ? ଆଜିଠୁ ଆରମ୍ଭ ହୋଇଛି ସାରା କହୁଥିଲା ତାଙ୍କ ଦେହ ବହୁତ ଗରମ ଅଛି । ଧନ୍ୟବାଦ ମାଉସୀ ତମେ ଆସିଲ । ତୋ ମାଆ କେମିତି ଅଛନ୍ତି ? ଭଲ ନୁହଁ । ତମକୁ ଖୋଜୁଥିଲେ । ମୁଁ ମରିୟମଙ୍କୁ ପଠେଇଥିଲି, କିନ୍ତୁ କିନ୍ତୁ ଏବେ ଆଉ ଉଠେଇ ପାରୁନି । ତୁ ଯାଇପାରୁ ନୋହ । ମୁଁ କଣ କରିବି ଜାଣିପାରୁନି ତୁ ମୋତେ ଡକେଇ ପଠେଇ ଭଲ କଲୁ । ତା ଦେହରେ ଖଇ ଫୁଟୁଛି । ମରିୟମ ପାଣି, ଗାମୁଛା ଓ ଗୋଟିଏ ବେସିନ୍ ଦରକାର, ତୁ ଚଞ୍ଚଳ ନେଇଆ ? ଦାଉଦ ? ତମେ କଣ କରୁଛ ? (ରାଗିବା ସ୍ୱରରେ) କିଛି ନାହିଁ । ମୁଁ ବାହାରକୁ ଯାଉଛି । ଏଇ ଚଟେଇରେ ରକ୍ତ ଲାଗିଛି (ରାଗରେ) ସେଠୁ ମୁଁ କଣ କରିବି ? (ରାଗିଯାଇ) ଦାଉଦ ଦାଉଦ ? ଏବେ ତା ଜ୍ୱର ନିଶ୍ଚୟ କମିଯିବ । ଆମେ ତା ପାଇଁ ପ୍ରାର୍ଥନା କରିବା, ମରିୟମ ପ୍ରିୟ ପିତା, ମୁଁ ତୁମକୁ ଧନ୍ୟବାଦ ଦେଉଛି ଯେ, ମରିୟମ ଓ ମୁଁ ଯୀଶୁଙ୍କ ନାମରେ ତୁମ ଉପସ୍ଥିତିକୁ ଆସିଛୁ । ମୁଁ ତୁମକୁ ଧନ୍ୟବାଦ ଦଉଛି ଯେ, ଆମେ ଯେତେବେଳେ ବି ଡାକୁ, ତୁମେ ଆମ ପ୍ରାର୍ଥନା ଶୁଣିଥାଅ । ... ପି୍ରୟ ଲୈଲାକୁ ତୁମ ନିକଟକୁ ଆଣୁଛୁ ପ୍ରଭୁ ଆମେ ମାଗୁଛୁ ଯେ, ତୁମେ ତାକୁ ତାର...କଷ୍ଟ ଓ ଯନ୍ତ୍ରଣାରୁ ମୁକ୍ତ କର । ତାକୁ ତୁମେ ସୁସ୍ଥ କର ପ୍ରଭୁ ତୁମେ ତାକୁ ଆମଠାରୁ ବେଶୀ ପ୍ରେମ କର ବୋଲି ଧନ୍ୟବାଦ ଦେଉଛୁ ଏବଂ ତୁମର ଆରୋଗ୍ୟକାରୀ ତାକୁ ସମର୍ପଣ କରି ଯୀଶୁଙ୍କ ନାମରେ ମାଗୁଛୁ, ଆମେନ୍ । ମୁଁ ମାଆଙ୍କ ପାଇଁ ପ୍ରାର୍ଥନା କରିବାକୁ ଚେଷ୍ଟା କରେ । ମୋତେ ଲାଗେ ଈଶ୍ୱର ମୋ ପ୍ରାର୍ଥନା ଶୁଣୁନାହାନ୍ତି । କାହିଁକି ନୁହେଁ? ମୁଁ ଜାଣେନି । ମୋତେ ଲଜ୍ଜା ଲାଗେ ଈଶ୍ୱରଙ୍କୁ କିଛି ମାଗିବା ପାଇଁ ମୁଁ କିଏ? କିନ୍ତୁ ମରିୟମ, ଯୀଶୁ ତୁମର ସବୁ ଲଜ୍ଜାକୁ କ୍ରୁଶରେ ନିଜ ଉପରେ ନେଇଛନ୍ତି । ଏବଂ ଈଶ୍ୱରଙ୍କ ଉପସ୍ଥିତି ମଧ୍ୟକୁ ଆସିବା ପାଇଁ ଅଧିକାର ଦେଇଛନ୍ତି । କିନ୍ତୁ ମୁଁ ତୁମ ପରି କି ମାଆଙ୍କ ପରି ଭଲ ନୁହେଁ । ଈଶ୍ୱରଙ୍କ ପାଖକୁ ଆସିବା ପାଇଁ କାହାରି ଉତମତା ନାହିଁ । କିନ୍ତୁ ଯୀଶୁଙ୍କ ମୃତ୍ୟୁ ଆମ ପାଇଁ ଗୋଟିଏ ପଥ ଖୋଲି ଦେଇଛନ୍ତି । ଏହି ତାଟିଆର ଥିବା ପାଣିକୁ ଦେଖ । ଗୋଟିଏ ବୁନ୍ଦା ରକ୍ତ କିମ୍ବା କାଳି ସଂପୂର୍ଣ୍ଣ ପାଣିକୁ ମଇଳା କରିଦେବ । ପାପ ମଧ୍ୟ ଠିକ୍ ସେହିପରି ଝିଅ, ତାହା ଯେତେ ବଡ଼ ବା ଛୋଟ ହୋଇଥାଉନା କାହିଁକି । ସର୍ବଶକ୍ତିମାନ ଈଶ୍ୱର ହେଉଛନ୍ତି ସିଦ୍ଧ ଓ ପବିତ୍ର । ସେ କୌଣସି ପାପକୁ ସହ୍ୟ କରିପାରନ୍ତିନି । କିନ୍ତୁ ଯେପରି ଏସୋବ ପାଣିକୁ ପରିଷ୍କାର କରିଦିଏ, ସେହିପରି ଈଶ୍ୱର ଆମକୁ ଯୀଶୁଙ୍କ ମୃତ୍ୟୁ ଓ ପୁନରୁତ୍ଥାନ ମଧ୍ୟଦେଇ ପରିଷ୍କାର କରନ୍ତି । ଯୀଶୁ ସିଦ୍ଧ ଓ ନିଦେ୍ର୍ଦାଷ ଥିଲେ ହେଁ ... ଆମର ପାପ, ଆମ ଅଶୁଚିତାର ଦଣ୍ଡ ନିଜ ଉପରେ ବରଣ ନେଲେ । ସେ ଆମ ପାଇଁ ମଲେ, ଯେପରି ଆମେ ସିଦ୍ଧ ହେବୁ ଆଉ ସେ ମୃତମାନଙ୍କ ମଧ୍ୟରୁ ଜୀବିତ ହେଲେ ଆମ ଉପରେ ମୃତ୍ୟୁର ଯେଉଁ ବନ୍ଧନ ଥିଲା, ତାକୁ ଚ୍ଛିନ୍ନ କରି ଲଜ୍ଜା ମୁକ୍ତ କଲେ । ତେଣୁ ଈଶ୍ୱର ଶାନ୍ତି ସ୍ଥାପନ କଲେ । ଆଉ ସେହି ଶାନ୍ତିକୁ ଆମେ ଗ୍ରହଣ କରୁ ଯେତେବେଳେ ତାହାଙ୍କ ପ୍ରତିଜ୍ଞାତ ମଶୀହ ଯୀଶୁଙ୍କୁ ଗ୍ରହଣ କରୁ ତାଙ୍କ ବଳିଦାନକୁ ସ୍ୱୀକାର କରୁ । ଯେପରି ତୁମେ କରିଛ ମରିୟମ । ସେ ପ୍ରାର୍ଥନା ଶୁଣନ୍ତି ଓ ତୁମକୁ ପ୍ରେମ କରନ୍ତି । ମରିୟମ, ମାଆ କେମିତି ଅଛି? (ଛଳନାପୂର୍ଣ୍ଣ ଶାନ୍ତ ସ୍ୱରରେ) ଓହ୍ଃ, ରିବିକା, ଭଲ ଅଛ ତମେ । ଭଲ ଅଛି ମୌସା, ମୁଁ ଆଶା କରେ ତୁମେ ବି ଭଲ ଥିବ । ମାଆଙ୍କ ଜ୍ୱର କମି ଆସୁଛି । ରିବିକା ମାଉସୀ କେତେ ସାହାଯ୍ୟ କଲେ! ଏ କାହିଁକି ଆସିଛି ଆମ ଘରକୁ? ମୁଁ କଣ ତତେ କହି ନ ଥିଲି, ମୁଁ ତାକୁ ତାର ସ୍ୱାମୀକୁ ପସନ୍ଦ କରେନି ? କିନ୍ତୁ ବାପା, ସେ ମାଆଙ୍କ ସାଙ୍ଗ । ସେ ଜଣେ ଭଲ ଓ ଜ୍ଞାନୀ ସ୍ତ୍ରୀ ଲୋକ । କିନ୍ତୁ ଆମ ପରି ନୁହେଁ । ତାର ସ୍ୱାମୀ ଜଣେ କର ଆଦାୟକାରୀ ପୁଣି ରୋମୀୟମାନଙ୍କ ପାଇଁ ଆଉ ଇଏ ନାଜରିତୀୟ ଯୀଶୁର ଜଣେ ଶିଷ୍ୟା । ମାଆ ମୋତେ ତାଙ୍କୁ ଡାକିବାକୁ କହିଲେ ବାପା । ଓଃ । କଣ ହେଇଛି ଏଠି? ଆମ ସୈନିକଙ୍କୁ କେହି ଆକ୍ରମଣ କରିଛି । ତୁମ ଘରର କେହି ଏଥିରେ ସଂପୃକ୍ତ ବୋଲି ଖବର ମିଳିଛି । ଏହି ଘର? ଅସମ୍ଭବ! ଆମେ ଭଲ ଲୋକ । ଆମେ ଆଇନ୍ ମାନୁ । ତମେ ଜଣେ ଅପରାଧୀକୁ ଆଶ୍ରା ଦେଇଛ, ଘୁଞ୍ଚିଯାଅ । ଏଠି କେହି ଅପରାଧୀ ନାହାନ୍ତି । ଘର ତଲାସ୍ କର । ତମେ ନିଜର ସମୟ ନଷ୍ଟ କରୁଛ । ଭିତରେ କେବଳ ସ୍ତ୍ରୀମାନେ ଅଛନ୍ତି । ମୁଁ ସାରା ରାତି ଘରେ ଥିଲି, ଆଉ ମୋ ପୁଅ, ମୋ ଜ୍ୱାଇଁ ଭିତରେ ଦେଖ । ପଡ଼ିଆରେ ମେଷପଲ ଜଗୁଥିଲେ । ନା, ଯାଅନି! ମୁଁ ସ୍ତ୍ରୀର ଦେହ ବହୁତ ଖରାପ । ଆସ । ଆମେ ଆଉ କେତେ ବେଳେ ଆସିବୁ । ଓଃ, ମୋ ପୁଅ । ପୁଣି କଣ କଲା ? ସବୁ ଠିକ୍ ଅଛି, ମାଆ । ସେମାନେ ଚାଲିଗଲେଣି । ମୁଁ ପ୍ରାର୍ଥନା କରୁଛି । ତା ପାଇଁ ପ୍ରାର୍ଥନା କରୁଛି । ମୁଁ ବି ତା ପାଇଁ ଚିନ୍ତିତ । ସେ ବହୁତ ଦାମ୍ଭୀକ ଓ ସ୍ୱେଚ୍ଛାଚାରୀ । ମାଆଙ୍କ ଦେହ ଏତେ ଖରାପ, ସେ ପରିବାରର ଦାୟିତ୍ୱ ନେବା କଥା, ପରିବାରର ଯତ୍ନ ନେବା କଥା । କିନ୍ତୁ ତା ବଦଳେ ସେ ଆମକୁ ଆହୁରି ବିପଦରେ ପକାଉଛି । ସେ କେବଳ ନିଜ କଥା ଚିନ୍ତା କରେ । ଈଶ୍ୱର କାହିଁକି ଏମିତି ପ୍ରେମ କରନ୍ତି ଯାହା ତା ପାଇଁ ଗୁରୁତ୍ୱପୂର୍ଣ୍ଣ ସେ ତାକୁ ତୁଚ୍ଛ କରିଦିଏ ? ଯୀଶୁ ଥରେ ଜଣେ ଯୁବା ଲୋକର କାହାଣୀ କହୁଥିଲେ, ଯିଏ ସ୍ୱାର୍ଥପର କାର୍ଯ୍ୟ କରୁଥିଲା । ଯିଏ କେବଳ ନିଜ କଥା ଚିନ୍ତା କରୁଥିଲା । ଗୋଟିଏ ପୁଅ ଶୀଘ୍ର ନିଜର ଉତ୍ତରାଧିକାର ଦାବୀକଲା । ଯଦିଓ ତା ବାପା ଖୁସି ନ ଥିଲେ, ସେ ଯାହା ମାଗିଲା ଦେଇଦେଲେ । ତାପରେ ସେ ପୁଅ ବିଦେଶକୁ ନିଜ ଭାଗ୍ୟ ପରୀକ୍ଷା କରିବାକୁ ଗଲା । କିନ୍ତୁ ତା ପାଖରେ ଯାହା କିଛି ଥିଲା, ସବୁ ସେ ତାର ନିଜ ସ୍ୱାର୍ଥ ଲାଳସା ଚରିତାର୍ଥ କରିବାରେ ଖର୍ଚ୍ଚ କରିଦେଲା । ଅତିଶୀଘ୍ର ସେ ନିଃସ୍ୱ, ବନ୍ଧୁହୀନ ହୋଇପଡ଼ିଲା । ଖୁବ୍ କଷ୍ଟ ପାଇଲା । ଏମିତି କଣ କଲା ? ସେ ତାର ବାପାଙ୍କୁ ମନେ ପକାଇଲା । ସେ ମନେ ପକାଇଲା ବାପାଙ୍କର ଉଦାରତା ଓ ପ୍ରାଚୁର୍ଯ୍ୟକୁ ଆଉ କିପରି ତା ବାପାଙ୍କ ଘରର ଚାକରମାନେ ସୁଦ୍ଧା କେତେ ଯତ୍ନ ଓ ଉତ୍ତମ ଖାଦ୍ୟ ପାଆନ୍ତି, ସେ ଘରକୁ ଫେରିଯିବା ପାଇଁ ଚାହିଁଲା ବାପାଙ୍କୁ କହିବାକୁ ସ୍ଥିର କଲ. ମୁଁ ଈଶ୍ୱରଙ୍କ ବିରୁଦ୍ଧରେ ଓ ତୁମ ବିରୁଦ୍ଧରେ ପାପ କରିଛି । ମୁଁ ତୁମ ପୁଅ ହବାର ଯୋଗ୍ୟ ନୁହେଁ ମୋତେ ତୁମର ଜଣେ ଚାକର ଭାବରେ ବ୍ୟବହାର କର । କିନ୍ତୁ ପୁଅକୁ ଦୂରରୁ ଦେଖି ବାପା ତାକୁ ସ୍ୱାଗତ କରିବାକୁ ଦୌଡ଼ିଗଲେ । ସେ ପୁଅକୁ କୁଣ୍ଢାଇ ପକାଇଲେ, ସେ ତାକୁ ଚୁମ୍ବନ ଦେଲେ । ତାପରେ ତାଙ୍କ ଚାକରମାନଙ୍କୁ କହିଲେ, “ଶୀଘ୍ର ଯାଅ! ସବୁଠାରୁ ଶ୍ରେଷ୍ଠ ପୋଷାକ ଆଣି ତାକୁ ପିନ୍ଧାଅ । ତା ଆଙ୍ଗୁଠିରେ ଗୋଟିଏ ମୁଦି ଆଉ ପାଦରେ ଯୋତା ପିନ୍ଧାଅ । ଆଉ ତାପରେ ସବୁଠାରୁ ବହୁମୂଲ୍ୟ ବାଛୁରୀକୁ ଆଣି ମାର ସମସ୍ତେ ମିଶି ଆସ ଭୋଜି କରିବା । କାରଣ, ମୋର ଏଇ ପୁଅଟି ମରିଯାଇଥିଲା, କିନ୍ତୁ ଏବେ ସେ ବଞ୍ଚିଛି ସେ ହଜିଯାଇଥିଲା, ଏବେ କିନ୍ତୁ ମିଳିଯାଇଛି । ତା ବାପା ତାକୁ ଗ୍ରହଣ କଲେ ହଁ ! ସେ ନିରାପଦରେ ଫେରିଆସୁ ବୋଲି ସେ ଜଗି ରହିଥିଲେ । ତମେ କଣ ଭାବୁଛ ଈଶ୍ୱର ଦାଉଦ ପାଇଁ ଅପେକ୍ଷା କରିଛନ୍ତି ? ହଁରେ ଝିଅ । ସେ ବି ତାକୁ ଚାହିଁ ବସିଛନ୍ତି । ମୁଁ ଭାବୁଛି ଯଦି ତାଙ୍କ ପୁଅ କିଛି ବଡ଼ ଭଲ କରିଥାଆନ୍ତା ବାପା ତାକୁ ଗ୍ରହଣ କରିଥାଆନ୍ତେ କି ନାହିଁ । ତାଙ୍କର ପୁଅ ଟି ଲଜ୍ଜାଜନକ କାର୍ଯ୍ୟ କରିଥିଲା, ବାପା ତାକୁ କ୍ଷମା କରିଥିଲେ । ଆଉ ମୁଁ ଭାବୁଛି ଘରକୁ ଫେରି ଆସି ବାପାଙ୍କ ସମ୍ମୁଖୀନ ହେବା ପାଇଁ ପୁଅକୁ ବହୁତ ସାହସ ଦରକାର ହୋଇଥିବ । ମୁଁ ଏବେ ଯାଉଛିରେ ମା, ନହେଲେ ମୋ ସ୍ୱାମୀ ମୋତେ ଖୋଜି ଖୋଜି ପଳେଇ ଆସିବେ । ତୋ ପାଇଁ ଏଇଟା ଲମ୍ବା ଦିନ । ତୋ ପାଇଁ ଓ ତୋ ପରିବାର ପାଇଁ ଏହା ଏକ କଷ୍ଟକର ସମୟ । କିନ୍ତୁ ମୁଁ ଦେଖିଛି ଯେ, ଆମର କଷ୍ଟକର ସମୟ ମଧ୍ୟରେ ସୁଦ୍ଧା ଆମେ ଈଶ୍ୱରଙ୍କ ଉପସ୍ଥିତିରେ ଓ ତାଙ୍କ ବାକ୍ୟ ଉପରେ ଭରସା ରଖିପାରିବା ମରିୟମ ଏସବୁ ତୋ ପାଇଁ । ଭାବବାଦୀ ଯିଶାଇୟ ଆଶାର ଏହିପରି ଏକ ଚିତ୍ର ଆଙ୍କି କହିଥିଲେ, ଈଶ୍ୱର ଯେତେବେଳେ ଆସନ୍ତି, ମରୁପ୍ରାନ୍ତର ମଧ୍ୟ ଆନନ୍ଦିତ ହୁଏ । ତୋ ମାଆ ଖୋଜିଲେ, ନିଶ୍ଚୟ ମୋତେ ଡାକିବାକୁ ଆସିବୁ । ହଁ, ନିଶ୍ଚୟ । ଧନ୍ୟବାଦ ସାହାଯ୍ୟ ପାଇଁ । କେଉଁ ଚରିତ୍ର ସହ ଆପଣଙ୍କ ସାମଞ୍ଜସ୍ୟ ରହିଛି ଓ କାହିଁକି ? ଈଶ୍ୱର ତାହାର ପ୍ରାର୍ଥନା ଶୁଣୁଛନ୍ତି ନା ନାହିଁ, ଏ ବିଷୟରେ କାହିଁକି ଜଣେ ବ୍ୟକ୍ତି ସନ୍ଦିହାନ ହୁଏ ? ମରିୟମ ଅନୁଯାୟୀ, ଉଭୟ ରିବିକା ଓ ଲୈଲା ଉତ୍ତମ ମହିଳା ଅଟନ୍ତି । କେଉଁ ବିଷୟ ଜଣେ ବ୍ୟକ୍ତିକୁ ଉତ୍ତମ କରେ ବୋଲି ଆପଣ ଭାବନ୍ତି ? ଈଶ୍ୱରଙ୍କ ଗ୍ରହଣଯୋଗ୍ୟ ହେବା ପାଇଁ, ସେ ଆମର ପ୍ରାର୍ଥନା ଶୁଣନ୍ତି ବୋଲି ଜାଣିବା ପାଇଁ ଆମେ କଣ କରିବା ଉଚିତ ? ଆମ ପ୍ରତି ଈଶ୍ୱରଙ୍କ ମନୋଭାବ ବିଷୟରେ ଅପବ୍ୟୟୀ ପୁତ୍ରର କାହାଣୀ ଆମକୁ କଣ କହେ ?
JesusFilm