ରିବିକା.
ସୁସମାଚାରର ଅଂଶୀ
ବାପା, ତମେ କେମିତି ଅଛ ?
କାଲି ଯେମିତି ରହିଥିଲି, ଆଜି ବି ସେମିତି ରହିଛି ।
ଅନ୍ଧ ଆଉ ବେକାର ।
ତମେ ସେମିତି କୁହନାହିଁ ବାପା ।
ଓଃ, ଭୁଲିଗଲି ।
ପଶୁମାନଙ୍କ ସହିତ ମୁଁ ଭଲରେ ଥାଏ ।
ଚରାସ୍ଥାନରେ ମେଷମାନଙ୍କୁ
ମୋଠୁ ଭଲ ଆଉ କିଏ ଜଗିବ ?
ସେମିତି ପଥର କଟାରେ ବି,
ମୁଁ ଅନ୍ୟମାନଙ୍କଠାରୁ ଯଥେଷ୍ଟ ଭଲ କାମ କରିପାରିବି!
ଆମ ଶାରୀରିକ କାମଠୁ ଆହୁରି ଗୁରୁତ୍ୱପୂର୍ଣ୍ଣ
ଏକ ବିଷୟ ଅଛି, ବାପା ।
ଈଶ୍ୱରଙ୍କ ପ୍ରେମ କାର୍ଯ୍ୟ ଉପରେ ନିର୍ଭର କରେନି ।
ମୋତେ ତୋ’ର ଉପଦେଶ ଦରକାର ନାହିଁ ।
ତୁ ଯା, ତୋ କାମରେ !
ମୁଁ ତମକୁ ଦୟା କରୁ ନ ଥିଲି ।
ବାପା,
ମୁଁ ଆମର ବନ୍ଧୁବାନ୍ଧବମାନଙ୍କ ସହ କଥା ହେବାକୁ ଚାହେଁ... ଯେଉଁଦିନ ଛୋଟ ଝିଅର ଜନ୍ମ ଦିନ ହବ ।
ଓହୋ, ତୁ ଭାବୁଛୁ ।
ମୁଁ ବୋଧେ ମରିଗଲିଣି ?
ନାଇଁ
ଭୁଲ୍ ବୁଝନାଇ, ବାପା ।
କିନ୍ତୁ ବଡ଼ ପୁଅ ଭାବରେ, ମୁଁ ବନ୍ଦୀତ୍ୱରୁ ମୁକ୍ତ ହେଲିବୋଲି କହିବାକୁ ଚାହେଁ ।
ଓ, ପ୍ରଭୁ...
ତୁ କଣ ସେଇ ବେକାର କାହାଣୀ ପୁରା ପରିବାରକୁ ଶୁଣେଇବାକୁ ଚାହୁଁ ?
ମୁଁ ଭାବୁଛି, ସେମାନେ ମୋ ମୁହଁରୁ ଏକଥା ଶୁଣିବା, ଭଲ ହେବ ।
ଏଇଟା ପଚାରୁଛୁ ନା କହୁଛୁ ?
ମୁଁ ତମର ଆଶୀର୍ବାଦ ଚାହୁଁଛି
ସେହି କାର୍ଯ୍ୟ ପାଇଁ... ଯାହା ଈଶ୍ୱର ମୋତେ କରିବାକୁ କହୁଛନ୍ତି ।
ତୁ କଣ ଜାଣିନୁ ମୁଁ ତତେ କେବେ ଆଗରୁ ବାଧା ଦେଇନି ?
ଧନ୍ୟବାଦ ବାପା ।
ସମସ୍ତଙ୍କୁ ଧନ୍ୟବାଦ ।
ମୋ ବଡ଼ ପୁଅ ଦାଉଦ,
କିଛି କହିବାକୁ ଚାହେଁ ।
ମୁଁ ତା ସହିତ ଏକମତ ନୁହେଁ, ତଥାପି
ମୋ ପୁଅ ବୋଲି ।
ମୋ ବାପା ଜଣେ ଭଲ ଲୋକ
ସେ ମୋ ପାଇଁ ଅତି ଧୈର୍ଯ୍ୟ ଧରିଛନ୍ତି ।
ଆଉ ସେ ମୋତେ ସେମାନଙ୍କୁ ଏସବୁ କହିବାକୁ ଅନୁମତି ଦେଇଛନ୍ତି
ଏହା ହେଉଛି ମୋର ବନ୍ଦୀତ୍ୱରୁ ମୁକ୍ତି ବିଷୟ ।
ମୁଁ ଜାଣେ ଆପଣମାନେ ମରିୟମ ଆଉ ଯାକୁବର ବିଭାଘର ରାତିରେ ଆମ ସହିତ ଥିଲେ ।
ମୁଁ ଦୁଃଖିତ ଯେ ମୋର ଅସୁବିଧାସବୁ ସେଇ ସନ୍ଧ୍ୟାକୁ ବେକାର କରିଦେଇଥିଲା ।
ତେଣୁ ମୁଁ ଭାବିଲି, କାହାଣୀର ବାକି ଅଂଶ ତମମାନଙ୍କୁ ଜଣାଇବା ସବୁଠୁ ଭଲ ହେବ ଯେ,
ମୁଁ କାହିଁକି ଆଜି ସନ୍ଧ୍ୟାରେ ଏଠାରେ ରହିବାକୁ ସମର୍ଥ ହୋଇପାରିଛି
ମୋ ଭାଣିଜୀ, କୁନି ଲୈଲାର ଜନ୍ମଦିନ ପାଳିନ କରିବାକୁ ।
ତମାନେ ସମସ୍ତେ ମୋ ମା ଲୈଲାଙ୍କଠୁ,
ଯୀଶୁଙ୍କ ବିଶ୍ୱାସ ବିଷୟରେ ଶୁଣିଥିବ ।
ସେ ସବୁବେଳେ ମସୀହଙ୍କ ବିଷୟ କହୁଥିଲେ ।
ଅବଶ୍ୟ ସେ ମତେ ବି କହୁଥିଲେ, ସେ ବିଷୟରେ
କିନ୍ତୁ ମୁଁ ତାଙ୍କୁ ବିଶ୍ୱାସ କରୁ ନ ଥିଲି ।
ମୁଁ ଭାବୁଥିଲି ସେ ଆମ ବିଶ୍ୱାସ ମତରୁ ଦୂରେଇ ଯାଇଛନ୍ତି ।
ମୁଁ ଗିରଫ ହେଲାବେଳେ ଜାଣିଥିଲି ଯେ ରୋମୀୟମାନେ ମତେ ହତ୍ୟା କରିବେ । ଆଉ ମୁଁ ଭୟ ପାଇଯାଇଥିଲି,
କଷ୍ଟ ପାଇବାର ଭୟ,
ମରିବାର ଭୟ ।
କିନ୍ତୁ ମୁଁ ଜାଣିଥିଲି ମାଆ ମୋ ପାଇଁ ପ୍ରାର୍ଥନା କରୁଥିଲେ, ଆଉ ତମାନେ ବି ମୋ ପାଇଁ ପ୍ରାର୍ଥନା କରୁଥିଲ ।
ତମାନଙ୍କ ପ୍ରାର୍ଥନା ପାଇଁ ଧନ୍ୟବାଦ ।
ଦିନେ ରାତିରେ
ହଠାତ୍ ମୋର ନିଦ ଭାଙ୍ଗିଦେଲା,
ସେଇ ଅନ୍ଧକାର ଭିତରେ ଗୋଟିଏ ଉଜ୍ଜଳ ଆଲୋକ, ଝଲମଲ କରୁଥିଲା ।
ମୁଁ ଆଖି ଖୋଲିଲି ମୋ ଆଗରେ ଜଣେ ବ୍ୟକ୍ତିଙ୍କୁ ଠିଆ ହୋଇଥିବାର ଦେଖିଲି ।
ସେ ଥିଲେ ସିଦ୍ଧ
ପବିତ୍ର
ଆଉ ତାଙ୍କ ଆଖି ନିଆଁ ଭଳି ଜଳୁଥିଲା ।
ତାପରେ ସେ ମୋ ସଙ୍ଗେ କଥା କହିଲେ ।
ମୁଁ ଯାହା ଯାହା କରିଥିଲି, ସେସବୁ କଥା ସେ ମତେ କହିଲେ ।
ଲାଗିଲା ମୋ ହୃଦୟ ଫାଟିଯିବ । ଆଉ ମୁଁ କାନ୍ଦିବାକୁ ଲାଗିଲି ।
ମୋ ଚାରିପଟେ କଏଦୀମାନେ ଶୋଇଥିଲେ, ଆଉ ମୁଁ ମୁହଁ ମାଡ଼ି ତଳେ ପଡ଼ିଗଲି, ଆଉ କାନ୍ଦୁଥିଲି
ପ୍ଯୀଶୁଙ୍କ ପାଦ ଧରି କାନ୍ଦି, କାନ୍ଦି କ୍ଷମା ମାଗୁଥିଲି ।
ଆଉ ମୁଁ...ମୁଁ...ମୁଁ ପ୍ରଥମେ କିଛି ବୁଝିପାରୁ ନ ଥିଲି ।
କିନ୍ତୁ... କିଛି ଦିନ ପରେ ଅଧିକ
ଜ୍ଞାନୀ ଲୋକଙ୍କଠାରୁ ମୁଁ ଶିକ୍ଷା ଲାଭ କଲି ।
ଶାସ୍ତ୍ରରେ ଲେଖାଯାଏ
ଯେତେବେଳେ ଈଶ୍ୱର ଏ ଜଗତ ସୃଷ୍ଟି କଲେ,
ସେ ପୁରୁଷ ଓ ସ୍ତ୍ରୀକୁ ନିର୍ମାଣ କଲେ
ତାଙ୍କ ଉପସ୍ଥିତିରେ ରହି ତାଙ୍କ ସହ ଆନନ୍ଦ କରିବାକୁ
ସେଇଟା ତାଙ୍କ ଯୋଜନା ଥିଲା ।
କିନ୍ତୁ ସେମାନେ ତାଙ୍କର ଆଦେଶକୁ ବିଶ୍ୱାସ ନ କରି ଅବାଧ୍ୟ ହେଲେ ।
ଆଉ ସେହି ଲଜ୍ଜାକର କାର୍ଯ୍ୟ ସେମାନଙ୍କୁ ଈଶ୍ୱରଙ୍କଠାରୁ ବିଚ୍ଛିନ୍ନ କଲା
ଧୂଳିସାତ୍ କରିଦେଲା ନିବିଡ଼ ସଂପର୍କ ପୁରୁଷ ଓ ସ୍ତ୍ରୀର।
ଆମେ ବି ସେଭଳି ଅବାଧ୍ୟ ହେଇ ଚାଲିଛୁ ।
ଶାସ୍ତ୍ରରେ ଲେଖାଯାଏ ଯେ ଏହି ଭୟଙ୍କରପାପର ଫଳ ହେଉଛି ମୃତ୍ୟୁ, ଆଉ ଈଶ୍ୱରଙ୍କଠାରୁ ବିଚ୍ଛିନ୍ନତା ।
କିନ୍ତୁ ଈଶ୍ୱର ଚାହାଁନ୍ତି ନାହିଁ ଆମେ ତାଙ୍କଠାରୁ ଓ ତାଙ୍କ ପ୍ରେମରୁ ବିଚ୍ଛିନ୍ନ ହୋଇଯାଉ
ଲଜ୍ଜା ଓ ଭୟର ଜୀବନ କାଟୁ ।
ଏଣୁ ସେ ଯେପରି
ଅବ୍ରହାମଙ୍କ ପୁତ୍ର ବଦଳେ ମରିବାକୁ ମେଷ ସେ ଯୋଗାଇ ଦେଇଥିଲେ,
ଈଶ୍ୱର ସେମିତି ଆମ ପାଇଁ ମରିବାକୁ ଯୀଶୁଙ୍କୁ ପଠେଇଲେ ।
ସତରେ ଏସବୁ ଅସହ୍ୟ !
ତେବେ, ଆମ ପରମ୍ପରା, ଧର୍ମଶାସ୍ତ୍ର ଆଉ ଭାବବାଦୀମାନେ?
ଭାଇ,
ଯୀଶୁଙ୍କ ଆସିବାର ବହୁ ପୂର୍ବରୁ,
ଭାବବାଦୀମାନେ ଭାବବାଣୀ କଲେ ଯେ ସେଇ ପ୍ରତିଜ୍ଞାତ ମସୀହ ଦୁଃଖଭୋଗ କରିବେ ।
ଯିଶାଇୟ ଲେଖିଲେ,
“ସେ ଆମ୍ଭମାନଙ୍କ ଅଧର୍ମ ନିମନ୍ତେ କ୍ଷତବିକ୍ଷତ ହେଲେ ଓ ଆମ୍ଭମାନଙ୍କର ଅପରାଧ ନିମନ୍ତେ ଚୂର୍ଣ୍ଣ ହେଲେ;
ଆମ୍ଭମାନଙ୍କ ଶାନ୍ତିଜନକ ଶାସ୍ତି ତାହାଙ୍କ ଉପରେ ବର୍ତ୍ତିଲା ଓ ତାହାଙ୍କ ପ୍ରହାରରେ ଆମ୍ଭେମାନେ ସୁସ୍ଥ ହେଲୁ ।”
ଭାବବାଦୀ ମୋଶା, ଘୋଷଣା କଲେ
ଯିଏ ବୃକ୍ଷରେ ଟଙ୍ଗାଯାଇଛି ସେ ଈଶ୍ୱରଙ୍କ ଅଭିଶପ୍ତ ।
ଯୀଶୁ କ୍ରୁଶରେ ମୃତ୍ୟୁବରଣ କଲେ,
ସେ ନିଜ ଉପରେ ଆମ ପାପର ଦଣ୍ଡ ଓ ମୃତ୍ୟୁକୁ ବରିଥିଲେ ।
ତାଙ୍କର ବଳିଦାନ ପୁନରୁତ୍ଥାନ
ମନ୍ଦତାର ଶକ୍ତିରୁ ଆମକୁ ମୁକ୍ତ କଲା,
ଏବଂ ଅନ୍ଧକାରରୁ ଆମକୁ ଉଦ୍ଧାର କରି ଭୟ ଓ ଲଜ୍ଜାର ଏକ ଜୀବନରୁ ଆମକୁ ମୁକ୍ତ କଲା ।
ଈଶ୍ୱର ଏହି ଆଶୀର୍ବାଦ ଦେବେ ବୋଲି ଅବ୍ରହାମଙ୍କ ନିକଟରେ ପ୍ରତିଜ୍ଞା କରିଥିଲେ ।
ଏବଂ କହିଥିଲେ ଯେ ତାଙ୍କ ହେତୁ
ଜଗତର ସମସ୍ତ ଲୋକ ଆଶୀର୍ବାଦପ୍ରାପ୍ତ ହେବେ ।
ମୋ କଥା ଶୁଣ !
ସେହି ଯୀଶୁ ହିଁ ସେହି ବନ୍ଦୀଶାଳା ମଧ୍ୟରେ ମୋ ସମ୍ମୁଖରେ ଉଭା ହେଲେ ।
ମୁଁ ବିଶ୍ୱାସ କରେ,
ମୁଁ ଜାଣେ ସେ ହେଉଛନ୍ତି ପ୍ରତିଜ୍ଞାତ ମସୀହ ।
ସେ ମୋ ପାଇଁ ମୃତ୍ୟୁବରଣ କଲେ ମୋତେ ନୂତନ ଜୀବନ ଦେଲେ ।
ତାଙ୍କ ସହିତ ସାକ୍ଷାତ ପରେ,
ମତେ ଲାଗିଲା ମୁଁ ଆଉ ମୃତ୍ୟୁକୁ ଭୟ କରୁନାହିଁ । ତମାନେ ଦେଖିପାରୁଛ ଯେ, ସେ ମୋତେ ବନ୍ଦୀଶାଳାରୁ ମୁକ୍ତ କରିଛନ୍ତି,
ତେଣୁ ମୁଁ ଜାଣେ ତାଙ୍କ ପାଇଁ ମୋର ବହୁତ କିଛି କରିବାର ଅଛି, ସବୁ କ୍ଷେତ୍ରରେ
ମୁଁ ବି ସେଇ ଅନ୍ୟ କଏଦୀମାନଙ୍କ ପରି କ୍ରୁଶରେ ପ୍ରାଣଦଣ୍ଡ ପାଇଥାନ୍ତି ।
ତମେ ବନ୍ଦୀଶାଳାରେ ଜଣେ ବିଦ୍ରୋହୀ ଜଣେ ଯୋଦ୍ଧା ଥିଲ ।
ତମେ କଣ ରୋମୀୟମାନଙ୍କ ବିଷୟରେ ମତ ବଦଳାଇ ଦେଇଛ ?
ମୁଁ ଜାଣିଛି, ଆମ ଜୀବନର ଆବଶ୍ୟକତା ଶାରୀରିକ ନୀତି ନିୟମ ନୁହେଁ ।
ଆମର ପ୍ରକୃତ ଆବଶ୍ୟକତା ହେଉଛି କ୍ଷମା ପାଇବା ଆଉ ଈଶ୍ୱରଙ୍କ ସହ ମିଳିତ ହେବା ।
ମୁଁ ଲୋକମାନଙ୍କର ସେଇନୀତି ପରିବର୍ତ୍ତନ କରିବାକୁ ଚାହୁଁଥିଲି ।
କିନ୍ତୁ ଈଶ୍ୱର ହୃଦୟ ପରିବର୍ତ୍ତନ କରନ୍ତି ।
ତମେ କୁହ କଣ ପାଇଁ ଆମେ “ଏଇ ଯୀଶୁଙ୍କୁ” ମସୀହ ବୋଲି ବିଶ୍ୱାସ କରିବା ?
କାରଣ ଈଶ୍ୱର ତାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠେଇଛନ୍ତି ।
ରିବିକା ମାଉସୀ, ଯିଏ ଏଇଠି ଅଛନ୍ତି,
ସେ ପୁନରୁତ୍ଥାନର ସାକ୍ଷୀମାନଙ୍କ ଭିତରୁ ଜଣକର ବନ୍ଧୁ ।
ରିବିକା ମାଉସୀ,
ତମେ କଣ ଆମକୁ କହିପାରିବ ମଗ୍ଦଲୀନି ମରିୟମ ତମକୁ କଣ କହିଥିଲେ ?
ମଗ୍ଦଲୀନି ମରିୟମ ଏ ବିଷୟରେ ଅନେକ ଥର କହିଥିଲେ ।
ସିଏ ଯୀଶୁଙ୍କ ମରଣ ଦେଖିଥିଲେ,
ତାଙ୍କ ଶରୀର କବର ଭିତରେ ରଖାଯିବାର ଦେଖିଥିଲେ ।
ତାପରେ,
ଋବିବାର ଦିନ ଅତି ପ୍ରଭାତରେ,
ଯୀଶୁ କ୍ରୁଶାର୍ପିତ ହେବାର ତିନି ଦିନ ପରେ,
ମରିୟମ ଆଉ ଅନ୍ୟ ସ୍ତ୍ରୀମାନେ ତାଙ୍କ ଶରୀରରେ
ସୁଗନ୍ଧି ଦ୍ରବ୍ୟର ଏକ ପ୍ରଲେପ ଦେବାକୁ କବର ନିକଟକୁ ଗଲେ ।
ସେଠି ପହଞ୍ଚିବା ପରେ,
ସେମାନେ ଦେଖିଲେ ଯେଉଁ ପଥର କବର ମୁହଁରେ ରଖାଯାଇଥିଲା, ତାକୁ ଗଡ଼େଇ ଦିଆଯାଇଛି ।
ସ୍ତ୍ରୀମାନେ ଭାବିଲେ ଯେ ଯୀଶୁଙ୍କ ଶରୀରକୁ କେହି ଚୋରେଇ ନେଇଛି ।
କିନ୍ତୁ ତାପରେ ସେମାନେ ସେହି ଶୂନ୍ୟ କବରରେ ଦୁଇ ଜଣ ଦୂତଙ୍କୁ ଦେଖିଲେ ।
ଆଉ ସେହି ସ୍ୱର୍ଗଦୂତମାନେ କହିଲେ
ଯୀଶୁ ମୃତମାନଙ୍କ ମଧ୍ୟରୁ ଉଠିଛନ୍ତି ।
ସେମାନେ ଏଇ କଥା ଅନ୍ୟ ଶିଷ୍ୟମାନଙ୍କୁ ଜଣାଇବା ପାଇଁ ସେମାନଙ୍କ ପାଖକୁ ଦୌଡ଼ିଗଲେ,
ଆଉ ତାପରେ ପିତର ଓ ଯୋହନ ଏଇ ସ୍ତ୍ରୀମାନଙ୍କ ସହିତ କବର ପାଖକୁ ଆସିଲେ ।
ଆଉ ସମସ୍ତେ ସେଇ ସ୍ଥାନ ଛାଡ଼ି ଚାଲିଗଲା ପରେ,
ମରିୟମ
ବାହାରେ ଏକୁଟିଆ ଠିଆ ହେଇଥିଲେ ।
କଣ ସବୁ ଘଟିଯାଉଛି ସେ କିଛି ବୁଝିପାରୁ ନ ଥିଲେ ।
ଏଣୁ ସେ କାନ୍ଦିବାକୁ ଲାଗିଲେ । ତାଙ୍କୁ ଏସବୁ ବଡ଼ ଗୋଳମାଳିଆ ଲାଗୁଥିଲା ।
ତାପରେ ସେ ଦେଖିଲେ ଯେ, କେହି ଜଣେ ଠିଆ ହେଇଛନ୍ତି ।
ସେଇ ଲୋକଜଣକ,
ତାଙ୍କୁ କହିଲେ,
“ଗୋ ନାରୀ,
ତୁମେ କାହିଁକି କାନ୍ଦୁଛ ?
ତମେ ଏଠି କାହାର ଅନ୍ୱେଷଣ କରୁଛ ?”
ସେଇ ଲୋକକୁ ମାଳୀ ବୋଲି ଭାବିଲେ,
ଏଣୁ ସେ କହିଲେ,
“ମହାଶୟ,
ଯଦି ଆପଣ ତାଙ୍କ ଶରୀର ନେଇଛନ୍ତି,
ଦୟାକରି ତାକୁ କଉଠି ରଖିଛନ୍ତି, କୁହନ୍ତୁ, ମୁଁ ଯାଇ ତାଙ୍କୁ ନେଇ ଆସିବି ।”
ତାପରେ ସେ ତାଙ୍କ ନାଆ ଧରି ଡାକିଲେ,
ମରିୟମ!
ଆଉ
ସେ ଉପରକୁ ଚାହିଁ, ଜାଣିପାରିଲେ ଯେ, ସେ ସ୍ୱୟଂ ଯୀଶୁଙ୍କ ସହ କଥା ହେଉଛନ୍ତି!
ଯୀଶୁ ତାଙ୍କ ସମ୍ମୁଖରେ ଠିଆ ହେଇଥିଲେ । ସେ ତାଙ୍କ ପାଖକୁ ଦୌଡ଼ି ଯାଇ ତାଙ୍କ ପାଦ ତଳେ ପଡ଼ିଗଲେ ।
ମରିୟମ ନିଜେ ମତେଏଇ ସାକ୍ଷ୍ୟ ଦେଇଛନ୍ତି ।
ଆଉ ଯୀଶୁ ଅନେକ ଥର
ପରବର୍ତ୍ତୀ ଚାଳିଶ ଦିନ ଭିତରେ ତାଙ୍କର ଅନୁଗାମୀମାନଙ୍କୁ ଦେଖାଦେଲେ
ସେ ସେମାନଙ୍କୁ ଶିକ୍ଷା ଦେଲେ ।
ତାପରେ,
ଅଲିଭ୍ ପର୍ବତ ଉପରେ
ସେ ସେମାନଙ୍କର ଆଖି ସାମ୍ନାରେ ସ୍ୱର୍ଗକୁ ଚାଲିଗଲେ ।
ଏହାର ଅର୍ଥ କଣ ? ଆମ ପାଇଁ
ମାନେ ମୋ ପାଇଁ ?
ପ୍ରଭୁ ଯୀଶୁଙ୍କଠାରେ ବିଶ୍ୱାସ କର
ତାଙ୍କ ନାମରେ ବାପ୍ତିସ୍ମ ଗ୍ରହଣ କର ।
ତାଙ୍କଠାରେ ଭରସା ରଖ
ତେବେ ତୁମ ପାପରୁ ନିଶ୍ଚୟ ରକ୍ଷା ପାଇବ
ଯୀଶୁଙ୍କ ସହିତ ନୂତନ ଜୀବନ କାଟିବ ।
ମୁଁ ବି ମସୀହଙ୍କୁ ଜାଣିବାକୁ ଆସିଛି!
ସେ ମୋ ଜୀବନକୁ ବଦଳେଇ ଦେଇଛନ୍ତି
ଆଉ ମୋର ଏହି ବୃଦ୍ଧାବସ୍ଥାରେ ମୋତେ ଆନନ୍ଦ ଦେଇଛନ୍ତି ।
ସେ ମୋ ଜୀବନକୁ ବଦଳେଇ ଦେଇଛନ୍ତି ।
ମୋର ବି ।
ଆଉ ମୋର ବି।
ଈଶ୍ୱରଙ୍କୁ ଯେ କେହି ଡାକିବ, ତା ପାଇଁ ରହିଛି ଏକ ଅନନ୍ତଜୀବନ ଆଶା ।
ଆଜି ରାତିରେ ଯୀଶୁ ଏଇ ସୁସମ୍ବାଦ ଦବାକୁ ଚାହାନ୍ତି ।
ସେ ଜୀବିତ
ଏଇଠି ଅଛନ୍ତି, ବର୍ତ୍ତମାନ
ବାସ୍, ସେତିକି ।
ଆପଣମାନେ କଣ ଯୀଶୁଙ୍କ ବିଷୟରେ ଆଉ ଅଧିକ ଜାଣିବାକୁ ଚାହାନ୍ତି ?
ତମ ଯୀଶୁଙ୍କ କଥା ସବୁବେଳେ ଭାବେ ।
ସତରେ ?
ଆଉ ଦାଉଦଙ୍କ କାହାଣୀ ।
ମୁଁ ଜମା
ବୁଝିପାରୁନି ଏସବୁ, କିନ୍ତୁ ମୁଁ ବିଶ୍ୱାସ କରିବାକୁ ଚାହେଁ ଯେ, ତମେ ଯାହା କହୁଛ, ସେସବୁ ସତ୍ୟ । ମୁଁ ସବୁକଥା ଜାଣିବାକୁ ଚାହେଁ, କିନ୍ତୁ...
କିନ୍ତୁ ତମର ଅସୁବିଧା କଣ ?
ମୋ ବାପା ମା କଣ କହିବେ
ଯଦି ମୁଁ ଯୀଶୁଙ୍କୁ
ବିଶ୍ୱାସ କରିବି ?
ମୋର ହୁଏତ ଯଥେଷ୍ଟ ବିଶ୍ୱାସ ନାହିଁ ?
ତମ ଭାଇ ଦାଉଦପରି ମୁଁ କେବେ ଯୀଶୁଙ୍କୁ ଦେଖିବି
ମୁଁ ତାଙ୍କୁ ସେପରି ଭାବେ କେବେ ଦେଖିନି ।
ସେ ନିଜକୁ ଆମ ନିକଟରେ ବିଭିନ ଭାବରେ
ପ୍ରକାଶ କରିଛନ୍ତି ।
ତୁ ସବୁକଥା ତାଙ୍କୁ କହିପାରିବୁ ।
ମୁଁ କଣ କହିବି ?
ବିଶ୍ୱାସ ପାଇଁ
ସାହସ ପାଇଁ
ଯାହା ସତ୍ୟ ତାହା ଦେଖେଇବାକୁ ଈଶ୍ୱରଙ୍କୁ କହ ।
ଆମେ ଦୁହେଁ ପ୍ରାର୍ଥନା କରିବା ?
ନିଶ୍ଚୟ ।
କେବଳ
ନିଜ ମନର କଥା ତାଙ୍କ ନିକଟରେ କହ ।
ତୋ’ ହୃଦୟର କଥା ।
ବଡ଼ ପାଟିରେ
ପ୍ରଭୁ,
ଏଇ ଗତ କେତେ ସପ୍ତାହରେ ମୁଁ ଅନେକ କଥା ଶୁଣିଛି, ଆଉ ଏସବୁ ଖୁବ୍ ଭଲ ଲାଗୁଛି ।
ତମକୁ ଜାଣିବାକୁ ଚାହେଁ...ଯେମିତି ମୁଁ ସାଙ୍ଗମାନେ ଜାଣିଛନ୍ତି...ଆଉ
ତମକୁ ବିଶ୍ୱାସ କରିଛନ୍ତି...ଭରସା ରଖିଛନ୍ତି ।
ମୋର ଅଭାବ ପୂରଣ କର ।
ମୋତେ
ବିଶ୍ୱାସ
ସାହସ ଦିଅ ।
ମୋତେ ସତ୍ୟ ଜାଣିବାକୁ ସାହାଯ୍ୟ କର ପ୍ରଭୁ ।
ଧନ୍ୟବାଦ ପ୍ରଭୁ ।
ମୁଁ ଭାବୁଛି
ସେ ମତେ ଶୁଣିଛନ୍ତି ।
ମୁଁ ଜାଣେ ସେ ଶୁଣିଛନ୍ତି ।
ଆଚ୍ଛା, ମୁଁ ଯଦି ଯୀଶୁଙ୍କ ଶିଷ୍ୟା ହେବାକୁ ଇଚ୍ଛା କରେ,
ମୁଁ କଣ କରିବି ?
ଈଶ୍ୱରଙ୍କୁ କହ
ଯେ ତୁ ବିଶ୍ୱାସ କରୁ...ଯେ ଯୀଶୁ ହିଁ ପ୍ରଭୁ ଆଉ ମସୀହ ଅଟନ୍ତି
ଆଉ ସେ ତୋ ପାପ ପାଇଁ କ୍ରୁଶରେ ମରିଛନ୍ତି ।
ତୁ ଗ୍ରହଣ କର
ଯୀଶୁଙ୍କର ବଳିଦାନ ଆଉ ତୁ
ଲଜ୍ଜାରୁ ମୁକ୍ତି ସହ ତାଙ୍କର କ୍ଷମାକୁ ଗ୍ରହଣ କର । ତେବେ ତୁ ରକ୍ଷା ପାଇବୁ
ତୋ’ ନିଜ ଜୀବନ ତାଙ୍କୁ ଦେଇଦେ ।
ଆଉ ତାପରେ ଜାଣିବୁ ଯେ ତୁ ଅନନ୍ତ ଜୀବନ ପାଇଛୁ ।
ମୁଁ ଯଦି ପାଇବି,
ତେବେ ମୋ ବାପା ମାଆ ?
ଈଶ୍ୱର ଚାହାନ୍ତି ତୁ ଯେମିତି
ତୋ’ ବାପାମାଆଙ୍କ ସର୍ବଶ୍ରେଷ୍ଠ ଝିଅ ହେବୁ ।
କିନ୍ତୁ
ପ୍ରଥମରେ, ତତେ ତାଙ୍କର
ଝିଅ ହେଇ ଚାଲିବାକୁ ହବ
ଓଃ, କେଡ଼େ ସୁନ୍ଦର ହେଇଛି ।
ମାଆ ଆଉ ମୁଁ ପ୍ରାୟ ଏଠିକୁ ଆସୁ ଆଉ ସୂର୍ଯ୍ୟାସ୍ତ ଉପଭୋଗ କରୁ ।
ମା ମନେ ପଡ଼ୁଛି ?
ପ୍ରତିଦିନ ।
ବେଳେ ବେଳେ ମୁଁ ଭାବେ ଈଶ୍ୱର କିପରି ତାର ଅନେକ ପ୍ରାର୍ଥନାର ଉତ୍ତର ଦେଇଛନ୍ତି
ଛୁଆଟି ପାଇଁ ଆଉ ଦାଉଦ ପାଇଁ ।
କିନ୍ତୁ ସେ ତାକୁ ଆମଠୁ ନେଇଗଲେ ।
ଈଶ୍ୱରଙ୍କ ଯୋଜନା ଆମ ଯୋଜନା ପରି ନୁହେଁ ।
ହଁ, ନାଇ ।
କିନ୍ତୁ ସେ ଆମ ସହିତ ଅଛନ୍ତି ।
ଏସବୁ ବିଷୟରେ ମୁଁ ଜାଣେ, ସେ ମୋ ସହିତ ଅଛନ୍ତି ।
ମୁଁ ପ୍ରତ୍ୟେକ ବିଷୟ, ତାଙ୍କ ସହ କଥା ହେଇପାରିବି । ଯେକୌଣସି ବିଷୟ ହେଉ
ସବୁବେଳେ ଯେ ସେ ଆମ ଦୁଃଖ, କଷ୍ଟ ନେଇ ଯାଆନ୍ତି, ତାହା ନୁହେଁ କିନ୍ତୁ ସେ ସହ୍ୟ କରିବାକୁ ଶକ୍ତି ଦିଅନ୍ତି ।
ସବୁବେଳେ ଯେ ସେ ଆମ ଦୁଃଖ, କଷ୍ଟ ନେଇ ଯାଆନ୍ତି, ତାହା ନୁହେଁ କିନ୍ତୁ ସେ ଏହା ସହ୍ୟ କରିବାକୁ ଶକ୍ତି ଦିଅନ୍ତି ।
ଏହା ହେଉଛି, ଯେମିତି ମୁଁ ଏକ ମରୁଭୂମି ମଧ୍ୟଦେଇ ଯାଉଛି, କିନ୍ତୁ ଯେହେତୁ, ସେ ସେଠାରେ ଅଛନ୍ତି,
ତେଣୁ ସେ ସେହି ମରୁଭୂମିକୁ, କଠିଣ ସ୍ଥାନ ହେଲେ ମଧ୍ୟ ସୁଖମୟ କରିଥାନ୍ତି ।
ଏହି କାହାଣୀର କେଉଁ ଚରିତ୍ର ଠିକ୍ ଆପଣଙ୍କ ଭଳି ?
ଦାଉଦ ତାଆର କାହାଣୀ ଅନ୍ୟମାନଙ୍କୁ କହିଥିବାରୁ ଆପଣ ତାକୁ ସାବାସୀ ଦିଅନ୍ତି କି ? କାହିଁକି ବା କାହିଁକି ନୁହେଁ ?
ମଗ୍ଦଲିନୀ ମରିୟମଙ୍କଠାରୁ ରିବିକା ଯୀଶୁଙ୍କ ପୁନରୁତ୍ଥାନ ବିଷୟରେ ଯେଉଁ କାହାଣୀ ଶୁଣିଥିଲେ, ତାହାକୁ ପୁଣି କୁହନ୍ତୁ ।
ବାସନ ମାଜୁଥିଲାବେଳେ ମରିୟମ ଓ ଦଲିୟାଙ୍କ କଥାବାର୍ତ୍ତା ଉପରେ ଆପଣଙ୍କର ପ୍ରତିକ୍ରିୟା କଣ ଅଟେ ?
ମରିୟମ ଓ ରିବିକାଙ୍କ ଶେଷ କଥାବାର୍ତ୍ତାଗୁଡ଼ିକ ଈଶ୍ୱରଙ୍କ ସହିତ ଆପଣଙ୍କର ଗମନ ବିଷୟରେ ଆପଣଙ୍କୁ କଣ କହେ ?